Home ଓଡ଼ିଶା କୋଟିଆରେ ଉନ୍ନୟନ କାର୍ଯ୍ୟକୁ ନେଇ ସମୀକ୍ଷା ବୈଠକ

କୋଟିଆରେ ଉନ୍ନୟନ କାର୍ଯ୍ୟକୁ ନେଇ ସମୀକ୍ଷା ବୈଠକ

96

କୋରାପୁଟ ;ତା୧୮-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସଓଡିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତ ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ପଂଚାୟତରେ ଜିଲା ପ୍ରଶାସନ ଦ୍ୱାରା ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ପଟ୍ଟାଙ୍ଗି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ କୁମାର ପାଙ୍ଗିଙ୍କ ଉପସ୍ଥିତିରେ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁରଙ୍କ ସମେତ ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ଗୁଡିକ ଉପରେ ବିବରଣୀ ଉପସ୍ଥାପନ କରିଥିଲେ। କୋଟିଆରେ ପ୍ରସ୍ତାବିତ ନୂତନ ଥାନା କୋଠା, ୧୬ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ସ୍କୁଲ ଗୃହନିର୍ମାଣ ଉପରେ ଗୁରୂତ୍ୱ ଦେଇ ଉକ୍ତ କାର୍ଯ୍ୟର ନିୟମିତ ତଦାରଖ କରିବାକୁ ଜିଲାପାଳ ଉପ-ଜିଲାପାଳଙ୍କୁ ଦାୟିତ୍ୱ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ। ସେହିପରି ପଂଚାୟତର ବିଭିନ୍ନ ଗ୍ରାମକୁ ସଂଯୋଗ ନିମନ୍ତେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ଏବଂ କୋଟିଆ-ମାଡକାର ରାସ୍ତାରେ ପୋଲ ନିର୍ମାଣକୁ ଗୁରୂତ୍ୱ ଦେଇ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଛି। ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ, ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଏଡିଏମଓ ଡାକ୍ତର କାଳି ପ୍ରସାଦ ବେହେରା, ସିଡିଏମଓ ଡାକ୍ତର ଲଲିତ ମୋହନ ରଥ, କୋଟିଆର ସମାଜସେବୀ ରଞିତ ପାଙ୍ଗୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.