Home କୋରାପୁଟ କୋଟିଆକୁ ନେଇ ପୁଣି ଚର୍ଚ୍ଚା ; ଫଗୁଣସେନରୀ ନିକଟ ୪ ଟି ଗ୍ରାମ ଓଡିଶାର ଅଂଶବିଶେଷ...

କୋଟିଆକୁ ନେଇ ପୁଣି ଚର୍ଚ୍ଚା ; ଫଗୁଣସେନରୀ ନିକଟ ୪ ଟି ଗ୍ରାମ ଓଡିଶାର ଅଂଶବିଶେଷ ଥିବା ସତ୍ୱେ ପ୍ରଶାସନର ଅଣଦେଖା-ଗଦାଧର ପରିଡା

101

କୋରାପୁଟ ; ତା୧୦-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପୁଣି ଚର୍ଚ୍ଚାକୁ ଆସିଥିବା ଜଣାପଡିଛି ।ଫଗୁଣସେନରୀ ନିକଟ ନନ୍ଦପତ୍ରୀ ,କଳିଙ୍ଗ ଏଲେଙ୍ଗା ଓାଲସା , କାଳମା ଏଙ୍ଗାଲୁ ,ତାଙ୍ଗିନୀଏଲେଙ୍ଗା ଓାଲସା ଗ୍ରାମ ଓଡିଶାର ଅଂଶବିଶେଷ ଥିବା ସତ୍ୱେ ପ୍ରଶାସନ ଅଣିଦେକା କରୁଥିବା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଅଭିଯୋଗ କରିଛନ୍ତି ।ଗତ ୨୬-୦୪-୫୬ ମସିହାରେ ତାଙ୍ଗିନୀଏଲେଙ୍ଗା ଓାଲସା ଗ୍ରାମର କଣ୍ଡାପାଲି ତାମନ ନାମକ ବ୍ୟକ୍ତି ଆନ୍ଧ୍ରପ୍ରଦେଶ ସିକାକୁଲମ ଜିଲ୍ଲାର ଚିନ୍ତାବାଲସା ଗ୍ରାମର ଦିଡିକଲମ ଚିଙ୍ଗାନ ନାମକ ବ୍ୟକ୍ତିଙ୍କୁ ୨୧ ଏକର ଜମି ବିକ୍ରୀ କରିଥିଲେ ଓ ଜୟପୁର ରେଜିଷ୍ଟାର ଅଫିସରେ ପଞିକରଣ ହୋଇଥିଲା ବୋଲି ସେ ସୂଚନା ଦେବା ସହ ଏହା ଓଡିଶାର ଅଂଶ ବିଶେଷ ବୋଲି ମତବ୍ୟକ୍ତ କରିଥିଲେ ।ସେହି ଗ୍ରାମର ବ୍ୟକ୍ତିମାନେ ଖଜଣା ଦେବାକୁ ରାଜସ୍ୱ ନିରୀକ୍ଷକଙ୍କୁ କହିଥିଲେ କିନ୍ତୁ ଓଡିଶାରେ ସେହିଗ୍ରାମର ମ୍ୟାପ ନ ଥିବାରୁ ଖଜଣା ନେବାକୁ ମନା କରିଦେଇଥିଲେ ଓ ସେତେବେଳର ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ ଭେଟିଥିଲେ ଓ ତତନୁସାରେ ଜିଲ୍ଲାପାଳ ଏକ ତଦାରଖ କମିଟି ଗଠନ କରିଥିଲେ ।କିନ୍ତୁ ତଦାରଖ କମିଟି ଉକ୍ତ ଗ୍ରାମକୁ ନ ଯାଇ ଓଡିଶା ମ୍ୟାପରେ ଉକ୍ତ ଗ୍ରାମ ନ ଥିବା ଦର୍ଶାଇଥିଲେ ବୋଲି ସେ ଅଭିଯୋଗ କରିଥିଲେ ।ଓଡିଶାର ଅଂଶବିଶେଷ ଥିବା ଗ୍ରାମଗୁଡିକ କାହିଁକି ପ୍ରଶାସନ ଛାଡି ଦେଉଛି ବୋଲି ସେ ପ୍ରଶ୍ନ କରିଥିଲେ ।ରାଜ୍ୟ ସରକାର ଆଉ କେତେ ଦିନ ନିଦ୍ରାରେ ରହିବେ ବୋଲି ସେ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ସେ ଦୋବି କରିଥିଲେ ।ରାଜ୍ୟ ସରକାରଙ୍କ ବୁଝାମଣାର ଅଭାବ ଯୋଗୁଁ ଏପରି ହେଉଥିବା ଓ କୋଟିଆରେ ବିକାଶ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବା କେବଳ ଏକ ଧୁଆଁବାଣ ବୋଲି ସେ ଅଭିଯୋଗ କରିଥିଲେ ।ଆନ୍ଧ୍ରପ୍ରଦେଶର ଅଂଗନବାଡି କର୍ମି ଓ ସୁପରଭାଇଜର କୋଟିଆର ବିବାଦୀୟ ଗ୍ରାମଗୁଡିକୁ ଯାଇ କେନ୍ଦ୍ରରେ ଅଣ୍ଡା ଯାହାକି ଆନ୍ଧ୍ରସରକାରର ନାଲି କାଳିରେ ଚିହ୍ନ ଥିବା ଓ ଆନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଛତୁଆ ପ୍ରଦାନ କରୁଥିବା ସେ ସୂଚନା ଦେଇଥିଲେ ।ଏବେ ସମୟ ଅଛି ରାଜ୍ୟ ସରକାର ଚିନ୍ତା କରନ୍ତୁ ଓ ବିବାଦୀୟ ନ ଥିବା ଉପରୋକ୍ତ ଗ୍ରାମଗୁଡିକୁ ଓଡିଶାରେ ସାମିଲ କରିବାକୁ ସେ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.