Home କୋରାପୁଟ କୋଟପାଡ ସବଜେଲରୁ କଏଦୀ ଫେରାର

କୋଟପାଡ ସବଜେଲରୁ କଏଦୀ ଫେରାର

360

କୋରାପୁଟ ;ତା୧୪-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କୋଟପାଡ ସବ୍-ଜେଲରୁ ଜଣେ କଏଦୀ ଫେରାର୍ ହୋଇ ଯାଇଛନ୍ତି। ଫେରାର୍ କଏଦୀ ମୋତି ସିଂହ୍ ଚାଲାଣ ନବରଙ୍ଗପୁର ଜିଲା କୋଡିଙ୍ଗା ଗ୍ରାମର ବୋଲି ଜଣା ପଡିଛି। ମୋତି ସିଂହ୍ ଏକ ହତ୍ୟା ମାମଲାରେ ଦୋଷି ସାବ୍ୟସ୍ତ ହେବାପରେ ୧୦ ବର୍ଷ ପାଇଁ ଦଣ୍ଡିତ ହୋଇଥିଲେ ଓ ୨୦୧୨ରୁ ଜେଲରେ ଥିଲା। ଆଜି ସକାଳେ ଅନ୍ୟ ୫ଜଣ ଅନ୍ତେବାସୀଙ୍କ ସହ ଜେଲ୍ ପାଚେରୀ ବାହାରେ ଥିବା ଫୁଲ ବଗିଚାରେ ପାଣି ଦେଉଥିବାବେଳେ ସୁଯୋଗ ପାଇ ଚମ୍ପଟ ମାରିଥିଲା। ଅଭିଯୋଗ ଅନୁଯାୟୀ କୋଟପାଡ ଥାନାରେ ଏକ ମାମଲା (କେଶ୍ ନଂ-୩୦/୨୦୧୯) ରୁଜୁ କରା ଯାଇଛି। ଅନ୍ୟ ପକ୍ଷରେ ଘଟଣା ତଦନ୍ତ ନିମନ୍ତେ କୋରାପୁଟ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ବ୍ରହ୍ମାନନ୍ଦ ସାହୁ ଓ ସହକାରୀ ଜେଲର୍ ରଘୁରାମ ମାଝି କୋଟପାଡ ଗସ୍ତ କରି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.