Home କୋରାପୁଟ କେନ୍ଦ୍ର ସାହିତ୍ୟ ଏକାଡେମାର ଗ୍ରାମାଲୋକ କାର୍ଯ୍ୟକ୍ରମ

କେନ୍ଦ୍ର ସାହିତ୍ୟ ଏକାଡେମାର ଗ୍ରାମାଲୋକ କାର୍ଯ୍ୟକ୍ରମ

109

କୋରାପୁଟ ୦୮-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କେନ୍ଦ୍ର ସାହିତୟ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଦଶମନ୍ତପୁର ବ୍ଲକ ପୋଡାଗଡ ନିକଟ ନୂଆଗାଁ ସ୍ଥିତ ବ୍ରାଉନ ଭେଲ୍ଲି କଫି ବଗିଚାରେ କାବ୍ୟପାଠ ଓ ସାହିତ୍ୟ ଆଲୋଚନାକୁ ନେଇ ଗ୍ରାମାଲୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାହିତୟ ଏକାଡେମୀ ଓଡିଆ ଭାଷା ପରିଷଦ ସଦସ୍ୟ ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ଗଦାଧର ପରିଡା ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିବାବେଳେ ବିଶିଷ୍ଟ ସାହିତ୍ୟିକ ଡଃ.ଜଗବନ୍ଧୁ ସାମିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋରାପୁଟ ଜିଲାର ସାହିତ୍ୟିକଙ୍କ ଲେଖନୀରେ ଜିଲାର ଆଦିବାସୀ ପରମ୍ପରା ଓ ଜୀବନଧାରାକୁ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଗାଳ୍ପିକ ନାରାୟଣ ପଣ୍ଡା, ଓଡିଶା ସାହିତୟ ଏକାଡେମୀ ସଦସ୍ୟ ଉଦୟ ଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ବାବେ ଯୋଗ ଦେଇଥିଲେ। କବି ଚକ୍ରପାଣି ପରିଚ୍ଛା, ଡଃ.ପ୍ରୀତିଧାରା ସାମଲ, ଡଃ.ପ୍ରଦୀପ ମିଶ୍ର, ରବି ଶତପଥି, ମାଧୁରୀ ପଣ୍ଡା, କୃଷ୍ନ ସିଂହ୍, ବିଜୟ କୁମାର ପ୍ରଧାନ, ଜଳଧର ସ୍ୱାଇଁ, ମୀନା ସ୍ୱାଇଁ, ଡଃ.ରୁଦ୍ରାଣୀ ମହାନ୍ତି, ପଦ୍ମା ଶାସ୍ତ୍ରୀ, ସୁଶାନ୍ତ କୁମାର ଦାଶ, ପ୍ରମୋଦ ସାମନ୍ତରାୟ, ରମେଶ ସାହୁ, ବିଜୟ କୁମାର ଭଦ୍ର, ଭାଗ୍ୟଲତା ପାଣି ପ୍ରମୁଖ ଯୋଗ ଦେଇ କବିତା ପାଠ କରିଥିଲେ। ରବି ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଡଃ.ପ୍ରୀତିଧାରା ସାମଲ ଶେଷରେ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.