Home Top News କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ : ବରଗଡ଼ର ୨ ହଜାର...

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ : ବରଗଡ଼ର ୨ ହଜାର ବର୍ଷ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ଏଏସଆଇକୁ ଦାୟିତ୍ୱ ଦେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

53

– କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ
– ଏଏସଆଇ ଦାୟିତ୍ୱ ନେଲେ ଖନନ କାର୍ଯ୍ୟ, ପରୀକ୍ଷାନୀରିକ୍ଷା, ସମୀକ୍ଷା ଉନ୍ନତଧରଣ ହୋଇପାରିବ
– ପ୍ରାଚୀନ ଅଂଶବିଶେଷରୁ ଉକ୍ତସ୍ଥାନଟି ପ୍ରତିଷ୍ଠିତ ବାଣିଜ୍ୟ କେନ୍ଦ୍ର ଥିଲା ବୋଲି ଜଣାପଡ଼ିଛି
– ଆଗକୁ ଖନନ ଜାରୀ ରହିଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୮ (ଓଡ଼ିଆ ପୁଅ) – ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ସନ୍ଧାନ ହୋଇଥିବା ଦୁଇ ହଜାର ବର୍ଷ ତଳ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଏବଂ ସଂରକ୍ଷଣ ଦାୟିତ୍ୱକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ(ଏଏସଆଇ)କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବରଗଡ଼ର ଜୈନେକ ଅଶ୍ୱିନୀ କୁମାର ସାରଙ୍ଗୀଙ୍କ ପତ୍ର ଆଧାରରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ଯେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଏହି ପୁରାତନ ସଭ୍ୟତାର ଆବିଷ୍କାର କରିଛନ୍ତି। ଗତ ମାସ ୩୧ ତାରିଖରେ ଏକ ବିଶେଷଜ୍ଞ ଦଳର ନେତୃତ୍ୱରେ ୬୦ ଜଣ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଏବଂ ଇତିହାସ ବିଭାଗର ପ୍ରାଧ୍ୟାପକ ଉକ୍ତ ସ୍ଥାନରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ୧୭ ହେକ୍ଟର ପରିମିତ ଜାଗାରେ ବ୍ୟାପ୍ତ ସେହି ସ୍ଥାନରେ ଅନେକ ମୂଲ୍ୟବାନ ମନୁଷ୍ୟକୃତ ସାମଗ୍ରୀ ଏବଂ ପୁରାତନ ସଭ୍ୟତାର ଅଶଂବିଶେଷ ମିଳିଛି। ଖନନ ସ୍ଥଳରୁ ମିଳିଥିବା ସାମଗ୍ରୀ ପ୍ରାୟ ୨ ହଜାର ବର୍ଷ ପୂର୍ବର ବୋଲି ଜଣାପଡ଼ିଛି। ମିଳିଥିବା ପ୍ରାଚୀନ ଅଶଂବିଶେଷରୁ ଜଣାପଡ଼ୁଛି ଉକ୍ତ ସ୍ଥାନଟି ପୂର୍ବ କାଳରେ ଏକ ପ୍ରତିଷ୍ଠିତ ବାଣିଜ୍ୟ କେନ୍ଦ୍ର ଥିଲା ଏବଂ ଆଗକୁ ଖନନ ଜାରୀ ରହିଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ।

ଏଭଳି ଏକ ବୃହତ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିବା ବିରଳ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ। ଐତିହାସିକ ଗୁରୁତ୍ୱ ଏବଂ ସମ୍ଭାବ୍ୟ ରହସ୍ୟ ଉନ୍ମୋଚନ ହେବା ଦୃଷ୍ଟିରୁ ଏଏସଆଇକୁ ଏହି ପ୍ରତ୍ନତ୍ୱାତିକ ସ୍ଥଳକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ଐତିହାସିକ ଦୃଷ୍ଟିକୋଣରୁ ମୂଲ୍ୟବାନ ପ୍ରାଚୀନ ସଭ୍ୟତାର ଅନୁସନ୍ଧାନ ପାଇଁ ଏଏସଆଇ ଦାୟିତ୍ୱ ନେଲେ ଖନନ କାର୍ଯ୍ୟ, ପରୀକ୍ଷାନୀରିକ୍ଷା, ସମୀକ୍ଷା ଉନ୍ନତଧରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.