Home ଓଡ଼ିଶା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଣିନାଗ ପୀଠରେ ଉଦଘାଟନୀ ସଭା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଣିନାଗ ପୀଠରେ ଉଦଘାଟନୀ ସଭା

46

ନୟାଗଡ଼ ୬-୧୦ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଅକ୍ଟୋବର ୬ ତାରିଖ ମଧ୍ୟାନ୍ନରେ ରଣପୁର ମଣିନାଗ ମନ୍ଦିର ପଡ଼ିଆରେ ଅକ୍ଟୋବର ୬ ତାରିଖ ମଧ୍ୟାନ୍ନରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଯାଇଅଛି। ରଣପୁର ମଣିନାଗ ମନ୍ଦିର ପ୍ରବେଶ ତ୍ୱରଣ, ଗୋଷ୍ଠୀ କେନ୍ଦ୍ର, ସାମୁହିକ ଶୈାଚାଳୟ ଓ ଉପର ମଣିନାଗରେ ସୈାର ଆଲୋକୀ କରଣ ବ୍ୟବସ୍ଥା ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଯାଇଥିବା ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ୫ କିଲୋମିଟର ଘାଟୀ ରାସ୍ତା ଚଢ଼ି ଉପର ମଣିନାଗ ପୀଠର ପ୍ରାକୃତିକ ଶୋଭା ଅତୀବ ରମଣୀୟ ଏହା ଭାଗ୍ୟରେ ଥିଲେ ମିଳେ ବୋଲି କହିଥିଲେ। ମା’ ଙ୍କ ଆର୍ଶିବାଦରୁ ସେ ଉପର ମଣିନାଗରେ ପହଂଚି ଥିବା କହିଥିଲେ। କେନ୍ଦ୍ରମନ୍ତ୍ରୀ ଏହି ସଭାରେ ମୁଖ୍ୟ ଅତିଥି ଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ ରେଳ ପାସେଞ୍ଜର ସେବା ଦାୟିତ୍ୱରେ ଥିବା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଇଣ୍ଡିଆନ୍ ଅଏଲ୍ ନିର୍ଦ୍ଦେଶକ (ମାନବ ସମ୍ବଳ ) ଶ୍ରୀ ରଞ୍ଜନ କୁମାର ମହାପାତ୍ର, ଇଣ୍ଡିଆନ୍ ଅଏଲ୍ ର ମୁଖ୍ୟ ପରିଚାଳକ ନିରଜ୍ ମିଞ୍ଜେ ଓ ମଣିନାଗ ମନ୍ଦିର ପରିଚାଳକ ସଭାପତି ଗୋପାଳ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ।

ରଣପୁର ର ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରବଳ ବର୍ଷା ସାଙ୍ଗକୁ ବ୍ୟକ୍ତିଗତ ଅସୁବିଧା ଯୋଗୁଁ ଯୋଗଦେଇ ପାରିନଥିଲେ। କେନ୍ଦ୍ର ମନ୍ତ୍ରୀ ରଣପୁର ପଞ୍ଚୁଦୋଳ ପଡିଆରେ ଥିବା ସହିଦ୍ ରଘୁଦିବାକର ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବଡଦାଣ୍ଡରେ ଭାରତୀୟ ଜନତା ପାର୍ଟି ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଓ କର୍ମୀ ମାନଙ୍କ ଗହଣରେ ମଣିନାଗ ତୋରଣ ନିକଟକୁ ଯାଇଥିଲେ। ରଣପୁର ତଳ ମଣିନାଗ ରୁ ଉପର ମଣିନାଗକୁ ରୋପ୍ ୱେ ଓ ଉପର ମଣିନାଗରେ ଯାତ୍ରୀ ବିଶ୍ରାମାଗାର ଭଳି ଅନେକ କାର୍ଯ୍ୟ ବାକିଥିବା ବେଳେ ମନ୍ତ୍ରୀ ଜୋରଦେଇ କହିଥିଲେ ଯେ ମା ମଣିନାଗ ଙ୍କ ପୀଠର ବିକାଶ ରଣପୁର ର ବିକାଶ। ଆଗାମୀ ଦିନରେ ଜନସାଧାରଣଙ୍କ ସହଯୋଗ ରେ ନିଶ୍ଚିତ ବିକାଶ ପାଇଁ ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ। ବିଜେପି କର୍ମୀ ଓ ମଣିନାଗଙ୍କ ଭକ୍ତମାନଙ୍କ ମହଲରେ ଆନନ୍ଦ ଉଲ୍ଲାସ ଦେଖାଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.