Home Top News କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୀ ଗ୍ରସ୍ତ ପୂର୍ବରୁ ୨୦ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଗିରଫ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୀ ଗ୍ରସ୍ତ ପୂର୍ବରୁ ୨୦ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଗିରଫ

36

ପୁରୀ, ୦୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୀ ଗ୍ରସ୍ତ ପୂର୍ବରୁ ୨୦ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି। ବଳଗଣ୍ଡି ଛକ ମାଉସୀ ମା’ ମନ୍ଦିର ସମ୍ମୁଖରୁ ଯୁବ କଂଗ୍ରେସ କର୍ମୀମାନେ ଏକ ସାମାଜିକ କାର୍ଯ୍ୟକ୍ରମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲେ। ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ କାର୍ଯ୍ୟକ୍ରମ ରହିଥିଲା। ଜିଲ୍ଲା ଯୁବ କଂଗ୍ରେସ ଯୁବ ନେତା ଆଲୋକ କୁମାର ଦାସ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ର, ବ୍ରହ୍ମଗିରି ଯୁବ ନେତା ମାନସ ପରିଡ଼ା, ପୁରୀ ସଦର ଯୁବ ନେତା ଆଦିତ୍ୟ କୁମାର, ଛାତ୍ରନେତା ରାଜ ନାରାୟଣ ରଥ ପ୍ରମୁଖ ଗିରଫ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.