Home Coronavirus Outbreak କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ଦୂରଦୃଷ୍ଟି ..

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ଦୂରଦୃଷ୍ଟି ..

790

ଭୁବନେଶ୍ୱର: କରୋନା ଆତଙ୍କ ବିରୋଧରେ ଲଢ଼ିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ବିଶ୍ଵ ସ୍ତରରେ ପ୍ରଶଂସା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସମସ୍ତ ବିଭାଗୀୟ ମନ୍ତ୍ରୀ କରୋନା ବିରୋଧରେ ଲଢ଼ିବା ଦିଗରେ ପ୍ରୟାସ ଜାରୀ ରଖିଛନ୍ତି। ତେବେ, ପେଟ୍ରୋଲିୟମ ମନ୍ତ୍ରାଳୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ଦୂରଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପ ନେଇଛି। ବିଭିନ୍ନ ଦେଶରେ ଲକ୍ ଡାଉନ୍ ଘୋଷଣା ଯୋଗୁଁ ତେଲ କାରବାର ବହୁ ମାତ୍ରାରେ ହ୍ରାସ ପାଇଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବହୁତ ଶସ୍ତା ହୋଇଥିବାରୁ ତାହାର ଲାଭ ଉଠାଇବାକୁ ଚାହିଁଛି ଭାରତ। ତେଲ କିଣି ତାହାକୁ ଜାହାଜ ଭିତରେ ମହଜୁଦ ରଖିବା ଲାଗି ଯୋଜନା ପ୍ରସ୍ତୁତ କରିଛି ପେଟ୍ରୋଲିୟମ ମନ୍ତ୍ରାଳୟ। ଏହା ଜରିଆରେ ୨୫ ହଜାର କୋଟି ଟଙ୍କା ସଞ୍ଚୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ତୈଳ କଂପାନିଗୁଡ଼ିକ ସୁଲଭ ମୂଲ୍ୟରେ ପ୍ରାୟ ୭ ନିୟୁତ ତୈଳ କିଣିଛନ୍ତି। ଦେଶର ଆବଶ୍ୟକତାର ୨୦% ତୈଳ ଗଚ୍ଛିତ ରଖାଯାଇଛି। ଏହା ଦ୍ବାରା ତୈଳ ଆମଦାନି ବିଲ୍‌ କମ୍ ହେବ। ଯେଉଁ ଅର୍ଥ ସଞ୍ଚୟ ହେବ ତାହାକୁ ସରକାର ଅନ୍ୟାନ୍ୟ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ ଲକ୍ଷ ରଖାଯାଇଛି।

ଭାରତର ମୋଟ ତୈଳ ସଂରକ୍ଷଣ କ୍ଷମତା ଏବେ ୩୯୮ ନିୟୁତ ଟନ୍ ରହିଛି। ଏହା ୧୮- ୨୦ ପ୍ରତିଶତ ଚାହିଦା ସହ ସମାନ। ଭାରତରେ ଦୈନିକ ୪.୫ ନିୟୁତ ବ୍ୟାରେଲ ତୈଳ ବିକ୍ରି ହେଉଛି। ମାତ୍ର କରୋନା ସଙ୍କଟ ଆରମ୍ଭ ହେବା ପରେ ପେଟ୍ରୋଲ ଓ ଡିଜେଲ୍‌ର ବିକ୍ରି ବହୁତ କମିଯାଇଛି। ତୈଳ ସଂରକ୍ଷିତ ରଖିବା ଲାଗି ଦେଶରେ ୫ ନିୟୁତ ଟନ୍‌ର ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେଥିରେ ୩ ନିୟୁତ ଟନ୍ ତୈଳ ଥିବା ବେଳେ ଆଉ ୨ ନିୟୁତ ଟନ୍ ତୈଳ ରଖିବା ଲାଗି ଫାଙ୍କା ସ୍ଥାନ ରହିଥିଲା। ଗତ ଫେବ୍ରୁଆରି ମାସରୁ ତେଲ ଦର କମିବା ଆରମ୍ଭ ହେବା ପରେ ସେହି ଫାଙ୍କା ସ୍ଥାନରେ ତେଲ ଷ୍ଟକ୍ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତୈଳ କିଣିବା ଲାଗି ବଜେଟ୍‌ରେ ୬୯୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସରକାର ଆଉ ୩୧୮୪ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। କରୋନା ଭୂତାଣୁର ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଘୋଷଣା କରାଯାଇ ଥିବାରୁ ତୈଳ ଚାହିଦା ୭୦ ପ୍ରତିଶତ ହ୍ରାସ ପାଇଛି। ଫଳରେ ତୈଳ ବିଶୋଧନ ହେଉଥିବା କାରଖାନାରେ ଉତ୍ପାଦନ କମ୍ କରାଯାଇଛି ଏବଂ ତୈଳ ‌ରଖିବା ଲାଗି ଯେତିକି ସ୍ଥାନ ଥିଲା ତାହା ଭର୍ତ୍ତି ହୋଇଯିବା ପରେ ଅବଶିଷ୍ଟ ତୈଳକୁ ମହଜୁଦ ରଖିବା ଲାଗି କଂପାନି ଗୁଡ଼ିକ ଜାହାଜକୁ ବ୍ୟବହାର କରୁଛନ୍ତି। ଯେଉଁ ଜାହାଜରେ ତେଲ ଆସୁଛି, ସେଗୁଡ଼ିକ ବନ୍ଦରରେ ସେହିପରି ଠିଆ ହୋଇ ରହୁଛି। ସେଥିରୁ ତେଲ କଢ଼ା ଯାଉନାହିଁ। ଯେତେବେଳେ ଆବଶ୍ୟକ ହେବ କିମ୍ବା ତୈଳ ସଂରକ୍ଷଣ ଲାଗି ଥିବା ବ୍ୟବସ୍ଥା ଗୁଡ଼ିକରେ ଫାଙ୍କା ସ୍ଥାନ ସୃଷ୍ଟି ହେବ ସେବେ ଜାହାଜରୁ ତେଲ କଢ଼ାଯିବ।

‌ତୈଳ ବଜାର ସ୍ଥିତିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବ ଓ ୟୁଏଇ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ସାତ ନିୟୁତ ଟନ୍ ତୈଳ ପାଇଁ ବରାଦ ଦିଆଯାଇଛି। ଗତ ଜାନୁଆରିରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୫ ଡଲାର ଥିଲା। କିନ୍ତୁ ସାଉଦିରୁ ମଗା ଯାଇଥିବା ତେଲକୁ ବ୍ୟାରେଲ ପିଛା ୨୧ ଡଲାରରେ କିଣା ହେବ। ଫଳରେ ୫୦୦୦ କୋଟି ଟଙ୍କା ସଞ୍ଚୟ ହେବ। ଏହା ବ୍ୟତୀତ ଗତ ମାର୍ଚ୍ଚ- ଏପ୍ରିଲ୍ ଭିତରେ ତୈଳ କଂପାନିଗୁଡ଼ିକ ୮ ନିୟୁତରୁ ଅଧିକ ତେଲ ମଗାଇଛନ୍ତି। ସେଥିରେ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହେବ। ମାର୍ଚ୍ଚରେ ମାସରେ ମଗାଯାଇଥିବା ତେଲର ବ୍ୟାରେଲ ପିଛା ଦାମ୍ ୩୩.୩୬ ଡଲାର ଥିଲା। ଏପ୍ରିଲ୍‌ରେ ତାହା ୧୯.୯ ଡଳାରକୁ ହ୍ରାସ ପାଇଥିଲା। ତେଲ ଶସ୍ତା ହେବାରୁ ଜାନୁଆରି ମାସର ଦର ତୁଳନାରେ ଭାରତ ପ୍ରାୟ ୨୫ ହଜାର କୋଟି ଟଙ୍କା ସଞ୍ଚୟ କରିଛି। -ଦେବଦତ୍ତ ରଥ

କ୍ରୁର ଶାସକ: ଯିଏ ଟ୍ୟାଙ୍କ୍ ଚଲାଇ ନିଜ ଦେଶରେ କରିଥିଲା ଛାତ୍ରହତ୍ୟା ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.