Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶମର ଶିକ୍ଷାର୍ଥୀ ଶିବିର ଉଦଯାପିତ

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶମର ଶିକ୍ଷାର୍ଥୀ ଶିବିର ଉଦଯାପିତ

21

କେନ୍ଦ୍ରାପଡା ୨୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିର ଫ୍ରେବୃଆରୀ ତରିଖରୁ ଆରମ୍ଭ ହୋଇ ୧୭ ଦିନ ବ୍ୟାପି ଶିବିରଟି ପରିଚାଳିତ ହୋଇଥିଲା। ଏହି ଶିବିରଟି ୧ ଓଡିଶା ବଳିକା ବଟାଲିୟନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ବଟାଲିୟନର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଚକ୍ରଧର ସାହୁଙ୍କ ତଦାରଖରେ ଶୀବିରଟି ପରିଚାଳିତ ହୋଇଥିଲା। ଏହି ଶିବିରକୁ କଟକ ଗୃପ କମାଣ୍ଡର କର୍ଣ୍ଣେଲ ଅଜନିସ କପୁର ପରିଦର୍ଶନରେ ଆସି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହଯୋଗ ପାଇଁ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କୁ ଲୁରିୟସି ପ୍ରଶଂସା କରିଥିଲେ। ଏହି ଶିବିରଟି ପରିଚାଳନା କରିବାରେ ଅଧ୍ୟକ୍ଷ ମହୋଦୟଙ୍କ ଅବଦାନ ଅତୁଳନୀୟ ଅଟେ। ଏହାକୁ ସଫଳ କରିବା ପାଇଁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଆସୋସିଏଟ ଏନ.ସି.ସି ଅଫିସର ଲେଫ୍ଟନାଣ୍ଟ ସୀମା ମହାନ୍ତି ସହାୟତା କରିଥିବାରୁ ପ୍ରଶଂସିତ ହୋଇଛନ୍ତି।କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗ ପ୍ରଶଂସନୀୟ ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.