Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

21

କେନ୍ଦ୍ରାପଡ଼ା ୨୨ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଓ କେନ୍ଦ୍ରାପଡା ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସ୍ୱଚ୍ଛଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ନେତୃତ୍ୱରେ କଲେଜ ପରିସର ସଫା କରିବା ସହିତ ଉଦୟନଗରସ୍ଥିତ କେନ୍ଦ୍ରାପଡା ପୈାରସଂସ୍ଥା କଲ୍ୟାଣମଣ୍ଡପ କୋଭିଡ ଟୀକା କେନ୍ଦ୍ର, ତିନିମୁହାଣି ରାମ ମନ୍ଦିର ଓ ନୂଆ ବସ୍‌ଷ୍ଟାଣ୍ଡ ପରିସରକୁ ସଫେଇ କରି ଅଳିଆ ଆବର୍ଜ୍ଜନାକୁ ପରିଷ୍କାର କରିଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ମଧୁସୁଦନ କାମିଲା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅଧିକାରୀ ଗିରିଜାକାନ୍ତ ଦାଶ ଓ ନେହେରୁ ଯୁବକେନ୍ଦ୍ରର ସଦସ୍ୟ ଲକ୍ଷ୍ମୀକାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.