Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ପକ୍ଷରୁ ମାସ୍କ ସାନିଟାଇଜର ବଂଟନ

କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ପକ୍ଷରୁ ମାସ୍କ ସାନିଟାଇଜର ବଂଟନ

181

କେନ୍ଦ୍ରାପଡା ୨୪/୪ (ଓଡ଼ିଆ ପୁଅ ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ -୧୯ ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ସଚେତନତା ପଦକ୍ଷେପ ଗ୍ରହଣ ପୂର୍ବକ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି। ଜିଲ୍ଲାର ଶ୍ୟାମସୁନ୍ଦରପୁର, ବଳରାମପୁର, ଦିଆନପାଟଣା, ଜଗନ୍ନାଥପୁର ଦଳିତବସ୍ତି, ଦୁତିଆଳ, ଆୟବା ଦଳିତବସ୍ତି, କଂସାର ପ୍ରଭୃତି ସ୍ଥାନରେ ମାସ୍କ ଓ ସାନିଟାଇଜର ବଂଟନ କରାଯିବା ସହିତ ଏହି ବିଶ୍ୱ ମହାମାରୀରୁ ରକ୍ଷା ପାଇବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା। ଏତଦବ୍ୟତିତ ବ୍ୟାଙ୍କର ଚାନ୍ଦୋଳ, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ଓ ଆଳିରେ ଥିବା ଶାଖା କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଗ୍ରାହକମାନଙ୍କୁ ଏହି ମହାମାରୀ ସମ୍ପର୍କରେ ସଚେତନ କରାଯାଇ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ କୁମାର ସାମଲ, ଶାଖା ପରିଚାଳକ ଓ ଅନ୍ୟାନ୍ୟ କର୍ମଚାରୀ ବନ୍ଧୁମାନେ ସକ୍ରୀୟ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.