Home ଓଡ଼ିଶା କେନ୍ଦୁଝର : ୫ଟା ସୁଦ୍ଧା ମତଦାନ ହାର ୬୩.୩୮ ପ୍ରତିଶତ : ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ...

କେନ୍ଦୁଝର : ୫ଟା ସୁଦ୍ଧା ମତଦାନ ହାର ୬୩.୩୮ ପ୍ରତିଶତ : ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମତଦାନ ଜାରି ରହିଛି

313

କେନ୍ଦୁଝର, ୨୩ ଏପ୍ରିଲ ୧୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କେନ୍ଦୁଝର ଜିଲ୍ଲାରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ସଂଧ୍ୟା ୫ ଟା ସୁଦ୍ଧା ମତ ଦାନ ହାର ୬୩.୩୮ ପ୍ରତିଶତ ରହିଅଛି। ରାତ୍ରୀ ୮ ପର୍ଯ୍ୟନ୍ତ ଅନେକ ସ୍ଥାନରେ ମତ ଦାନ ଜାରି ରହିଥିବା କାରଣରୁ ମତ ଦାନର ପ୍ରକୃତ ସ୍ଥିତ ଜଣା ପଡି ପାରିନାହିଁ। ଦୀର୍ଘ ବର୍ଷ ଧରି ସରକାରୀ ଅବହେଳାର ଶୀକାର ହୋଇ ରାସ୍ତା ପାଣିର ସମସ୍ୟା ମଧ୍ୟରେ ଯୁଝି ହେଉଥିବା ତେଲକୋଇ ନିର୍ବାଚନ ମଣ୍ଡଳୀର ହରିଚନ୍ଦନପୁର ବ୍ଳକର ବଡ ପଳାଶପାଳ ପଞ୍ଚାୟତ ଅନ୍ତର୍ଗତ କହ୍ନେଇଗୁଡା ଓ ରାଣୀପଦା ବୁଥରେ ଭୋଟରମାନେ ଭୋଟବର୍ଜନ କରିଛନ୍ତି। ଅନୁରପ ଭାବେ ଚମ୍ପୁଆ ୬୪ ନଂ ପରମପୁର ବୁଥରେ ମଧ୍ୟ ଭୋଟ ବର୍ଜନର ସୂଚନା ମିଳିଛି।

ଘଷିପୁରା ନିର୍ବାଚନ ମଣ୍ଡଳୀର ଗଡବାନ୍ଦଗୋଡା ବୁଥରେ ବିଜେଡି ଏଜେଣ୍ଟଙ୍କୁ ବିନା କାରଣରେ ଉଦ୍ଦେଶ୍ୟମୂଳକ ଭାବେ ପିଜାଡିଙ୍ଗ ଅଫିସର କୋଠରୀରୁ ବାହାର କରିଦେବା ଅଭିଯୋଗରେ ପ୍ରତିବାଦ କରି ସ୍ଥାନୀୟ ଲୋକମାନଙ୍କ ସହ ପ୍ରାର୍ଥୀ ବଦ୍ରୀ ପାତ୍ର ଧାରଣାରେ ବସିବା ଯୋଗୁଁ ସେଠାରେ କିଛି ସମୟ ମତଦାନ ବନ୍ଦ ରହିଥିଲା। ଏହି ଅଞ୍ଚଳରେ ଗୋଟିଏ ନିର୍ଦ୍ଧିଷ୍ଟ କୋଠରୀରୁ ସନ୍ଦହ ଜନକ ଭାବେ ଛପିଥିବା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର କିଛି ସନ୍ଧିଗ୍ଧ ଯୁବକଙ୍କୁ ପୋଲିସ ଚଢାଉ କରି ଧରିବା ପରେ ଉପରୁ ଫୋନ ପାଇ ଛାଡିଦେବା ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଦୀର୍ଘ ସମୟଧରି ଉତେଜନା ଲାଗି ରହିବା ସହ ପୋଲିସର ସ୍ୱଛତା ଓ କାର୍ଯ୍ୟଶୈଳୀକୁ ନେଇ ଅନେକ ପ୍ରଶ୍ନ ଉଠିଛି।

କେନ୍ଦୁଝର ଜିଲ୍ଲାରେ ଅନେକ ମତ ଦାନ କେନ୍ଦ୍ରରେ ଇଭିଏମ ମେସିନ ରେ ତ୍ରୃଟି ତଥା ଅନେକ ସ୍ଥାନରେ ପରିଚାଳନାରେ ବିଭ୍ରାଟ ଯୋଗୁଁ ମତ ଦାନ ବିଳମ୍ବ ହୋଇଥିଲା। କେନ୍ଦୁଝର ଜିଲ୍ଲାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଁଏ ମହିଳା ବୁଥ ସ୍ଥାପନ ହୋଇଥିଲା। କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ ନଂ ୨୦୮ ଡି.ଏନ୍ .ହାଇସ୍କୁଲ, ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ ନଂ ୧୪୬ ବୀର ଗୋବିନ୍ଦପୁର ପ୍ରାଇମେରୀ ସ୍କୁଲ, ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବୁଥ ନଂ୯୩ ଶାଳପଡା ପ୍ରାଇମେରୀ ସ୍ଖୁଲ, ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଥ ନଂ ୧୭୭ ପୋ୍ରଜେକ୍ଟ ୟୁ.ପି ସ୍କୁଲ ବଡପାଟଣା, ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବୁଥ ନଂ ୨୦୬ ମହତାବ ହାଇସ୍କୁଲ ରେ ମହିଳା ବୁଥ ସ୍ଥାପନ କରାଯାଇଥିବା ସୂଚନା ଦିଆଯାଇଛି।

କେନ୍ଦୁଝର ଜିଲ୍ଲାରେ ନିୟମିତ ଭୋଟଦାନ କରି ଆସୁଥିବା ଅନେକ ଭୋଟରଙ୍କ ଭୋଟର ତାଲିକାରେ ନାମ ନଥିବାରୁ ସେମାନେ ମତଦାନରୁ ବଞ୍ଚିତ ହୋଇଛନ୍ତି। ଯାହାକି ଭୋଟର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେକିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.