Home କେନ୍ଦୁଝର କେନ୍ଦୁଝର: ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଗତିର ମୂଳମନ୍ତ୍ର

କେନ୍ଦୁଝର: ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଗତିର ମୂଳମନ୍ତ୍ର

108

କେନ୍ଦୁଝର, ତା ୫.୩.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ପଞ୍ଚାୟତିରାଜ ବ୍ୟବସ୍ଥାକୁ ପ୍ରଗତିର ମୂଳମନ୍ତ୍ର ଏବଂ ଏହାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ଅଧିôକ ସଚେତନ ହେବାକୁ ଅତିଥି ଓ ବକ୍ତାମାନେ ପଞ୍ଜାୟତିରାଜ ଦିବସ ପାଳନ ଅବସରରେ ଆହ୍ୱାନ ଜଣାଇଛନ୍ତି। ମାର୍ଚ୍ଚ ୫ ତାରିଖରେ ଜିଲ୍ଳା ପ୍ରଶାସନ ଆନୁକୁଲ୍ୟରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ନଗରଭବନଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦୁଝର ବିଧାୟକ ଅଭିରାମ ନାଏକ ପଞ୍ଜାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ପ୍ରକୃତରେ କ୍ଷମତାଶାଳୀ ଭାବେ ବର୍ଣ୍ଣନା କରି ସେମାନେ ସରକାରଙ୍କ ଦ୍ୱାରା ପ୍ରବର୍ତିତ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ପରାମର୍ଶ ଦେଇଥିଲେ। ଓଡିଶା ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର ଉଦବୋଦନ ଛଳରେ ଗାଁର ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ ବୋଲି କହିବା ସହିତ ତୃଣମୂଳସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ବିକାଶ ନିମନ୍ତେ ସଂପଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ନିଜ ଅଭିଭାଷଣରେ ପଞ୍ଚାୟତିରାଜ ଦିବସ ଅବସରରେ ଜିଲ୍ଲାବାସୀ ଓ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସେ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଆଶିଷ ଠାକ୍ରେ ନିଜ ବକ୍ତବ୍ୟରେ ପଞ୍ଜାୟତିରାଜ ବ୍ୟବସ୍ଥାରେ ଉନ୍ନୟନର ରୂପରେଖ ସଂପର୍କରେ ଆଲୋକପାତ କରି ଆଗାମୀ ଦିନରେ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି କେନ୍ଦୁଝର ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଆହ୍ୱାନ ଜଣାଇଥିଲେ। ଚଳିତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଆମ ଗାଁ – ଆମ ବିକାଶ’ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବା ଏକ ଯୁଗାନ୍ତକାରୀ ଘଟଣା ବୋଲି ଅଭିହିତ କରି ଏହାଦ୍ୱାରା ସରକାରଙ୍କୁ ଲୋକଙ୍କ ସହ ଯୋଡିବାର ଏକ ଅନନ୍ୟ ଉଦ୍ୟମ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ପଞ୍ଜାୟତିରାଜ ବ୍ୟବସ୍ଥାରେ ଗ୍ରାମ ପଞ୍ଜାୟତକୁ ଅଧିକ କ୍ଷମତା ପ୍ରଦାନ କରାଯିବା ସହିତ ଆର୍ଥିକ ଅନୁଦାନ ଦିଆଯାଉଛି। ଯାହାଫଳରେ ଗାଁ ଲୋକ ନିଜ ଅଞ୍ଝଳର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଠାକ୍ରେ କହିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ୪ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା ପଞ୍ଚାୟତିରାଜ ଦିବସ ପାଳନର ପ୍ରାସଙ୍ଗିକତା ଓ ଯଥାର୍ଥତା ଉପରେ ଭାଷଣ ପ୍ରଦାନ କରି ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ସମଗ୍ର ଭାରତବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥା କରିବା କ୍ଷେତ୍ରରେ ସମର୍ଥ ଧାରକ ଭାବେ ଅଭିହିତ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହଚରଣ ସ୍ୱାଇଁ ନିଜ ବକ୍ତବ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ମହାନ ସୁତ୍ରଧର ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମହାନ ଜନନାୟକ, ସ୍ରଷ୍ଟା, ଦୂରଦ୍ରଷ୍ଟା ଭାବେ ଅଭିହିତ କରି ବିଜୁବାବୁଙ୍କ ଜୀବନୀ ଓ ଜୀବନାଦର୍ଶ ଉପରେ ଆଲୋକପାତ କରି ତାଙ୍କର ବୀରତ୍ୱ, ସାହାସ, ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମରେ ଭୂମିକା, ଦେଶ ବିଦେଶରେ ଅପୂର୍ବ ବୀରତ୍ୱ, ଓଡିଶାର ନବନର୍ମାଣ ଓ ଶିଲ୍ପାୟନ କ୍ଷେତ୍ରରେ ଉଲ୍ଲେଖନୀୟ କୀର୍ତ୍ତୀ ଓ କୃତି ପାଇଁ ସେ ଚିରକାଳ ସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିବେ ବୋଲି କହିଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ରାମରାଜ୍ୟ ଓ ଏହାକୁ ସାକାର କରିବା ଦିଗରେ ପଞ୍ଜାୟତିରାଜ ବ୍ୟବସ୍ଥାର ଭୂମିକା ସଂପର୍କରେ ଅବତାରଣା କରି ପଞ୍ଜାୟତିରାଜ ବ୍ୟବସ୍ଥାରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଲୋକମାନଙ୍କର ସହଭାଗିତା, ସହଯୋଗ, ସଦ୍ଦିଚ୍ଛାକୁ ଗୁୁରୁତ୍ୱ ଦିଆଯାଇ ପ୍ରଗତିର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି ବୋଲି ସେ ଅବତାରଣା କରିଥିଲେ। କେନ୍ଦୁଝର ସଦର ବିଡିଓ ଆଦିକନ୍ଦ ବେହେରା ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ସମାରୋହରେ ସର୍ବପ୍ରଥମେ ପ୍ରବାଦପୁରୁଷ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ସନ୍ତୋଷ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଦୟାନିଧି ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଂଜୀବ ବାରିକ, ସଦର ବ୍ଲକର ପିଏ ବିଧୁଭୂଷଣ ଜେନା ପ୍ରମୁଖ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ। ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ/ ସଦସ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ସଦସ୍ୟ, ସଦସ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଅବସରରେ ଭିଡିଓ କନଫରେନ୍ସିଂ ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଆମ ଗାଁ – ଆମ ବିକାଶ’ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା। କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.