Home କୋରାପୁଟ କେନ୍ଦାର ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦାର ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

273

କୋରାପୁଟ ୧୩-୦୨ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ କେନ୍ଦାର ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କେନ୍ଦାର ସରପଂଚ କୃଷ୍ଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପିଠା କାର୍ଯ୍ୟକ୍ରମରେ କ୍ଷେତ୍ର କର୍ମଚାରୀମାନେ ସରକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ଯୋଗଦେଇ ପେନସନ ଓ ଏଲଇଡି ବଲବ ପ୍ରଦାନ କରିଥିଲେ।୭ ଜଣ ନୂତନ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରାଯାଇଥିବା ବେଳେ ୧୫ ଟି ନୂତନ ଏସଏଚଜିକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।୨୦୦ ଜଣଙ୍କୁ ଏଲଇଡି ବଲବ ପ୍ରଦାନ କରାଯାଇଥିଲା।ପୂର୍ବତନ ସରପଂଚ ତିଲକ ଜାନି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସିଆରସିସି ଅଶୋକ କୁମାର ପାଢୀ, କୋରାପୁଟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ, ନୋଡାଲ ଅଧିକାରୀ ଜୈାତିମୋହିନୀ ବାଘ ପ୍ରମୁଖ ଉପସ୍ଥିତ ଥିଲେ।କେନ୍ଦାର ପଂଚାୟତ ନିର୍ବାହୀ ଅଧିକାରୀ ଏସ.ଏନ. ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ଥାନୀୟ ଯୁବତୀମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା।ପିଠା କାର୍ଯ୍ୟକ୍ରମରେ ଲୋକମାନେ ସରକାରୀ ଯୋଜନା ଉପତରେ ସଚେତନ ହେଉଥିବା ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ସୂଚନା ଦେଇଥିଲେ।କାଳିଆ ଯୋଜନାରେ କେନ୍ଦାର ପଂଚାୟତର କମ ଚାଷୀଙ୍କୁ ସହାୟତା ମିଳିଥିବା ଶ୍ରୀମତୀ ମସ୍ତି ସୂଚନା ଦେବା ସହ ଆସନ୍ତା ୧୫ ତାରିଖରେ ଫର୍ମ ପୂରଣ କରିଥିବା ଚାଷୀମାନଙ୍କୁ ଆର୍ଥିକ ସହାୟତା ମିଳିବ ବୋଲି ସେ ପ୍ରକାଶ କରିଥିଲେ।ପିଠା କାର୍ଯ୍ୟକ୍ରମରେ ଏଲଇଡି ବଲବ ପ୍ରଦାନ କରାଯାଇଥିବାରୁ ଖୁସି ଲାଗିଲା ବୋଲି ବାଗ୍ରାର ବଣପତି ନାୟକ ପ୍ରକାଶ କରିଥିଲେ।ବାଗ୍ରା ଗ୍ରାମରେ ପର୍ମ ପୂରଣ କରିଥିବା ୪ଜଣ ଚାଷୀଙ୍କ ପାସବୁକରେ ଅର୍ଥ ଆସିଥିବା ବେଳେ ବାକି ୪୦ ଜଣ ଚାଷୀଙ୍କ ପାସବୁକରେ ଏ ପର୍ଯ୍ୟନ୍ତ ଅର୍ଥ ଆସି ନ ଥିବା ସେ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.