Home କୋରାପୁଟ କେଜିଭିବିକୁ ଉଚ ବିଦ୍ୟାଳୟ କରା ଯିବାକୁ ଦାବି

କେଜିଭିବିକୁ ଉଚ ବିଦ୍ୟାଳୟ କରା ଯିବାକୁ ଦାବି

136

କୋରାପୁଟ ; ତା୧୩-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସେମିଲିଗୁଡା ବ୍ଲକ ପାକଝୋଲା ପଂଚାୟତର ଆଲିଗାଁରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ(କେଜିଭିବି)କୁ ଉଚ ବିଦ୍ୟାଳୟ କରା ଯିବାକୁ ପଂଚାୟତବାସୀ ଜିଲା ପ୍ରସାସନ ନିକଟରେ ଦାବି କରିଛନ୍ତି । ପାକଝୋଲା ପଂଚାୟତର ସରପଂଚ ଲକ୍ଷ୍ମଣପାଢିଙ୍କନେତୃତ୍ୱରେ ଆଲିଗାଁ,ପାକଝୋଲା,ରାଜମଗୁଡା,ଲୁଙ୍ଗୁରି,ବେହେରାଗୁଡା,ମିସିଙ୍ଗଗୁଡା,ତଳମାନିଆ,ଉପରମାନିଆ,ଦଣ୍ଡାସିଗୁଡା,ନୁଆପୁଟ ଗ୍ରାମର ଶତାଧିକ ଗ୍ରାମବାସୀ ଓ ଅଭିଭାବକ ସୋମବାର ଜିଲାପାଳ କେ.ସୂଦର୍ଶନ ଚକ୍ତବର୍ତିଙ୍କୁ ସେମିଲିଗୁଡା ବ୍ଲକ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଆଲିଗାଁରେ ଥିବା କେଜିଭିବି ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ଥିବାରୁ ପାକଝୋଲା ପଂଚାୟତର ବାଳିକାମାନେ କେବଳ ଅଷ୍ଟମ ଶ୍ରେଣୀ ଯାଏ ପଢିବା ପରେ ଉଚ ଶିକ୍ଷାର ସୁଯୋଗ ପାଇ ପାରୁ ନଥିବା ଗ୍ରାମବାସୀ ଜିଲାପାଳଙ୍କୁ ଜଣାଇଛନ୍ତି । ଅନେକ ଗରିବ ଝିଅ ଦୈନିକ ସେମିଲିଗୁଡା ଯାଇ ପାଠ ପଢିବା ସମ୍ଭବପର ହେଉନଥିବାରୁ ଇଛା ଥିବା ସତ୍ୱେ ଅଧାରୁ ପଢା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ପକ୍ଷରେ ଉପରୋକ୍ତ ସମସ୍ତ ଗ୍ରାମର କେନ୍ଦ୍ରସ୍ଥଳୀ ଆଲିଗାଁ ହୋଇଥିବାରୁ ସେଠାରେହିଁ ଉଚ ବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ସମସ୍ତଙ୍କ ନିମନ୍ତେ ସୁବିଧା ହେବ ବୋଲି ଅଂଚଳବାସୀ ଯୁକ୍ତି ଦର୍ଶାଇଛନ୍ତି । ତେଣୁ ଏହି ଅଂଚଳର ଝିଅ ମାନଙ୍କୁ ଉଚ ଶିକ୍ଷାର ସୁଯୋଗ ଦେବାକୁ ଆଲିଗାଁ ସ୍ଥିତ କେଜିଭିବିକୁ ଉଚ ବିଦ୍ୟାଳୟକୁ ଉନ୍ନୀତ କରାଯିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଦେବ ପୂଜାରୀ,ପଣ୍ଡିତ ପୁରିଆ,ସନୁ ଦିଶାରୀ,ମଦନ ସୋରିଷୁବାଇ, ସନିଆ କଟାବାଲି,ଦାମ ପୂଜାରୀ,ବନ୍ଧୁ ଯାନୀ ପ୍ରମୁଖ ଜିଲାପାଳଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.