Home ଓଡ଼ିଶା କୃତିର ସଫଳତାକୁ ମଙ୍ଗ ଧରିଲେ ମିଠି ;ଆତ୍ମସମର୍ପଣ ନକ୍ସଲଙ୍କ ଆଇଟିଆଇରେ ପ୍ରବେଶ ନିମନ୍ତେ ସର୍ବନିମ୍ନ ଶିକ୍ଷା...

କୃତିର ସଫଳତାକୁ ମଙ୍ଗ ଧରିଲେ ମିଠି ;ଆତ୍ମସମର୍ପଣ ନକ୍ସଲଙ୍କ ଆଇଟିଆଇରେ ପ୍ରବେଶ ନିମନ୍ତେ ସର୍ବନିମ୍ନ ଶିକ୍ଷା କୋହଳ କଲେ କେନ୍ଦ୍ର ସରକାର

127

କୋରାପୁଟ ; ତା୦୫-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୃତି ଓ ମିଠି ଜେଠଓା ୨ ଭଉଣୀ କୋରାପୁଟର ଦାମନଯୋଡିର ସ୍କୁଲରେ ପାଠ ପଢୁଥିବା ସମୟରେ ନକ୍ସଲ ଓ ପୋଲିସ ମଧ୍ୟରେ ଚାଲିଥିବା ସଂଘର୍ଷ, ନକ୍ସଲଙ୍କ ଆତ୍ମସମର୍ପଣ ଇତ୍ୟାଦି ଗଣମାଧ୍ୟମରୁ ଜାଣିପାରି ସୁଯୋଗ ମିଲିଲେ ଏ ସଂପର୍କରେ ବିଶେଷ ଅନୁଧ୍ୟାନ କରିବେ ଇଛାପ୍ରକଟ କରିଥିଲେ।କିନ୍ତୁ ପୋଲିସ ବିଭାଗରେ ଉଚ୍ଚ ପଦବୀରେ କାର୍ଯ୍ୟରତ ବାପାଙ୍କ ପୁନେ ବଦଳି ହୋଇ ଯାଇଥିବାରୁ ସେମାନଙ୍କୁ କୋରାପୁଟ ଛାଡିବାକୁ ପଡିଥିଲା।ନକ୍ସଲଙ୍କ ସଂପର୍କରେ ଅଧ୍ୟୟନ କରିବାକୁ ସେମାନଙ୍କର ଯେଉଁ ସପ୍ନଥିଲା ତାହା ମଳିନ ପଡି ନ ଥିଲା।ବଡ ଭଉଣୀ କୃତି ଦ୍ୱାଦଶ ଶ୍ରେଣୀରେ ବିଦ୍ୟାଳୟ ପାଠ୍ୟକ୍ରମରେ ସମାଜ ସେବାକୁ ନେଇ ବାସ୍ତବଧର୍ମି ପ୍ରକଳ୍ପରେ ନିୟୋଜିତ ହେବାର ଆବଶ୍ୟକ ପଡିଲା ସେତେବେଳେ ୨ ଭଉଣୀ ଅଗ୍ରସର ହୋଇଥିଲେ।କୃତି କ୍ଷେତ୍ର ଭ୍ରମଣ କରି ନକ୍ସଲ ସଂକ୍ରାନ୍ତରେ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିବା ବେଳେ ମିଠି ବଡ ଭଉଣୀ ସଂଗ୍ରହ କରିଥିବା ତଥ୍ୟକୁ ଏକାଠି କରି ବିଶ୍ଲେଷଣ କରିବାର ଦାୟିତ୍ୱ ନେଇଥିଲେ।କୃତି ୨୦୧୭ ମସିହାରେ କୋରାପୁଟ ଆସି ଆତ୍ମ ସମର୍ପଣ କରିଥିବା ନକ୍ସଲମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ସଂପର୍କରେ ବୁଝିଥିଲେ।ସେହି ସମୟରେ କୃତି ଜାଣିବାକୁ ପାଇଥିଲେ ଯେ ଆତ୍ମ ସମର୍ପଣ କରିଥିବା ନକ୍ସଲ ଯଦି ଆଇଟିଆଇରେ ତାଲିମ ନେବେ ତେବେ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ୬ ହଜାର ଟଙ୍କା ବୃତି ପାଇବାରସରକାରଙ୍କ ବ୍ୟବସ୍ଥା ଥିବା ଜାଣିବାକୁ ପାଇଥିଲେ।ଆଇଟିଆଇରେ ପ୍ରବେଶ ନିମନ୍ତେ ଅତି କମରେ ଅଷ୍ଟମ ଶ୍ରେଣୀ ପଢିଥିବା ଆବଶ୍ୟକତା ଥିବାରୁ ସେମାନେ ଏହି ସୁବିଧା ନେଇ ପାରୁ ନ ଥିବା ଜାଣିବାକୁ ପାଇଥିଲେ।ନକ୍ସଲମାନେ ଛୋଟ ବୟସରୁ ନକ୍ସଲ ହୋଇଯାଉଥିବାରୁ ଆଇଟିଆଇ ସଂସ୍ଥାରେ ପ୍ରବେଶ କରି ପାରୁ ନ ଥିବା ସାନ ଭଉଣୀ ମିଠି ଜଣାଇଥିଲେ।ଏ ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ତଥ୍ୟ ଉପସ୍ଥାପନା କରିଥିଲେ ସୁଦ୍ଧା ଏହା ରାଜ୍ୟ ସରକାରଙ୍କ ଅଧିନରେ ନ ଥିବାରୁ ସେମାନେ ଦିଲ୍ଲି ଗସ୍ତ କରି ଏନସିଭିଟି ସଂସ୍ଥାକୁ ଜଣେଇଥିଲେ। ଏହି ସସ୍ଥାରେ କିଛି ସମାଧାନ ନ ହେବାରୁ ସେମାନେ କେନ୍ଦ୍ର ଦକ୍ଷତା ଓ କୈାଶଳ ବୃଦ୍ଧି ମନ୍ତ୍ରାଳୟରେପହଂଚିଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତି ବର୍ଣ୍ଣନା କରିଥିବା ସମସ୍୍ୟାକୁ ଶୁଣିଥିଲେ। ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଇଟିଆଇରେ ପ୍ରବେଶ ନିମନ୍ତେ କୋହଳ ମନୋଭାବ କରି ନ୍ୟୁନତନ ଶିକ୍ଷାର ଆବଶ୍ୟକତାକୁ ଉଛେଦ କରି ନିର୍ଦ୍ଦେଶାମାନ ପ୍ରସ୍ତୁତ କରିବା ସହ ଆଗ୍ରହୀ ଯୁବକ/ଯୁବତୀମାନେ ସରକାରୀ ଖର୍ଚ୍ଚରେ ଆଇଟିଆଇରେ ପଢିପାରିବେ ସେଥିପ୍ରତି ସଂପୃକ୍ତ ଆଇଟିଆଇ ଦାୟିତ୍ୱ ନେବେ ବୋଲି ନିର୍ଦ୍ଦେଶାମାନ ଜାରି କଲେ।କୃତି ନିଜରଏହି ପ୍ରକଳ୍ପରେ ସଫଳତା ପରେ ବହୁ ପ୍ରଶଂସିତ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଏକ ଗବେଷଣାତ୍ମକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଲେ।ଗତ ୬ ମାସ ପୂର୍ବେ ଘୋଷଣା କାରଯାଇଥିବା ବ୍ୟବସ୍ଥାର କାଯର୍ୟକାରୀତାକୁ ନେଇ ମିଠି କୋରାପୁଟ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ଅଂଚଳ ଗସ୍ତ କରି ପ୍ରଶାସନିକ ଅଧିକାରୀ, ଆଇଟିଆଇ ସଂସ୍ଥା ଓ ପୋଲିସ ବିଭାଗ ସହ ସାକ୍ଷାତ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ଆରକ୍ଷୀ ଅଧିକ୍ଷକ ଡାକ୍ତର କନଓାର ବିସାଳ ସିଂଙ୍କୁ ସାକ୍ଷାତ କରିବା ପରେ ସଂପୂର୍ଣ୍ଣ ସହଯୋଗର ପ୍ରତିଶୃତି ମିଳିଥିବା ସେ ଜଣେଇଛନ୍ତି।କୋରାପୁଟରେ ପୋଲିସ ବିଭାଗର ଉଚ୍ଚ ପଦବୀରେ ରହି ନକ୍ସଲଙ୍କ ସହ ସଫଳତାର ସଂଗ୍ରାମର ନେତୃତ୍ୟ ନେଇଥିବା ଯଶୋବନ୍ତ ସିଂ ଯେଠଓାଙ୍କ ୨ କନ୍ୟାଙ୍କ ଉଦ୍ୟମ ଫଳସ୍ୱରୂପ ଦେଶରେ ନକ୍ସଲ ପୁର୍ନବାସ ଧାରାରେ ଏକ ନୂତନ ମୋଡ ଆସିବ ଏଥିରେ କୋଣସି ସନ୍ଦେହ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.