Home ଓଡ଼ିଶା କୁମ୍ବିଂ ଅପରେସନ ଜୋରଦାର ହେବ-ଏସପି

କୁମ୍ବିଂ ଅପରେସନ ଜୋରଦାର ହେବ-ଏସପି

82

କୋରାପୁଟ;ତା୦୮-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଓଡିଶା-ଆନ୍ଧ୍ର ସୀମା ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରା ଯାଇଥିବା ଏସପି ଡାକ୍ତର ଳେ.ଭି.ସିଂହ୍ ଗଣ ମାଧ୍ୟମକୁ କହିଛନ୍ତି। ଜିଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ ଏସପି କହିଛନ୍ତି, ରବିବାର ଅପରାନ୍ନରେ ଏସଓଜି ଓ ବିଏସଏଫ ଯବାନ ସୁଙ୍କି ଅଂଚଳରେ ମିଳିତ କୁମ୍ବି କରୁଥିବା ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ୧୦-୧୫ ମିନିଟ୍ ପରସ୍ପର ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇ ଜଙ୍ଗଲକୁ ପଳାଇ ଥିଲେ। ତେବେ ଯବାନମାନେ ଏକ ମାଓ କ୍ୟାମ୍ପକୁ ଧ୍ୱଂସ କରି ସେଠାରୁ ବିସ୍ଫୋରକ ଏବଂ ଅନେକ ମାଓ ସାମଗ୍ରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି। ମାଓ କ୍ୟାମ୍ପରୁ ଜବତ ସାମଗ୍ରୀ ମଧ୍ୟରେ ୫କିଲୋଗ୍ରାମ ଓଜନର ଏକ ଲ୍ୟାଣ୍ଡମାଇନ, ଗୋଟିଏ ଗ୍ରେନେଡ୍, ମାଓ ପୋଷାକ, ପୁସ୍ତିକା, ଔଷଧ, କ୍ୟାମ୍ପ ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ଦୈନିନ୍ଦିନ ବ୍ୟବହାର ଜିନିଷ ରହିଛି। ସେହି ଅଂଚଳରେ କୁମ୍ବିଂ ଅପରେସନକୁ ଅଧିକ ଜୋରଦାର କରାଯିବା ସହ କୁମ୍ବିଂ ନିୟମିତ ଚାଲୁ ରହିବ ବୋଲି ଏସପି ସୂଚନା ଦେଇଛନ୍ତି। ଶ୍ରୀକାକୂଲମ-କୋରାପୁଟ ଡିଭିଜନାଲ କମିଟିର କ୍ୟାଡରମାନେ ସେଥିରେ ରହିଥିବା ପୁଲିସ ସନ୍ଦେହ କରୁଥିବା ଏସପି ସୂଚନା ଦେବା ସହ ଘଂଚ ଜଙ୍ଗଲ ଯୋଗୁଁ ମାଓବାଦୀ ଖସି ଯିବାରେ ସମର୍ଥ ହୋଇଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.