Home ଓଡ଼ିଶା କି ବିଚିତ୍ର ବ୍ୟବସ୍ଥା; ଗାଁ କୋରାପୁଟ ଭୋଟଦାନ ରାୟଗଡା

କି ବିଚିତ୍ର ବ୍ୟବସ୍ଥା; ଗାଁ କୋରାପୁଟ ଭୋଟଦାନ ରାୟଗଡା

736

କୋରାପୁଟ ; ତା୨୪-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଗତ ଜାନୁଆରି ୨ ତାରିଖ ୧୯୯୨ ମସିହାରେ କୋରାପୁଟ ଜିଲ୍ଲା ବିଭକ୍ତ ହୋଇ ଚାରୋଟି ଜିଲ୍ଲାରେ ପରିଣତ ହେଲା କିନ୍ତୁ କୋରାପୁଟ ଜିଲ୍ଲା ସୀମାରେ ରହିଯାଇଛି ଗମ୍ଭାରିଗୁଡା ଗ୍ରାମ ଯାହା କି ରାୟଗଡା ଜିଲ୍ଲା ଅଧିନରେ ରହିଛି।କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରୁ ୨ କିମି ଯିବାପରେ ଗମ୍ଭାରିଗୁଡା ଗ୍ରାମ ପଡେ।ଏଠାରେ ୫୨ଟି ପରିବାର ବାସ କରନ୍ତି ବୋଲି ଗ୍ରାମର ଆରତ ନାଚିକା ସୂଚନା ଦେଇଛନ୍ତି।ଗାଁରେ ୧୯୧ ଜଣ ଭୋଟର ରାୟଗଡା ଜିଲ୍ଲାର କୁଚେଇପଦର ଯାହାକି ଗ୍ରାମଠାରୁ ୨୦ କିମି ଦୂରରେ ସ୍ଥାପିତ ସେଠାରେ ଭୋଟ ଦିଅନ୍ତି।ଯେ କୈାଣସି ଦଳ ଗାଡି ପଠେଇଲେ ଭୋଟଦେବାକୁ ଯାଅନ୍ତି ବୋଲି ସେ ପ୍ରକାଶ କରିଛନ୍ତି।ଭୋଟ ସରିଲା ପରେ ଆମ୍ଭ ଗାଁ କଥା ସମସ୍ତେ ଭୂଲିଯାଅନ୍ତି ବୋଲି ସେ ପ୍ରକାଶ କରିଥିଲେ।ଏଠାରେ ସ୍କୁଲ,  ଅଂଗନବାଡି କେନ୍ଦ୍ର ନ ଥିବା ବେଳେ ଆଶାକର୍ମି ମଧ୍ୟ ନିଯୁକ୍ତ ହୋଇ ନାହାନ୍ତି ସେ ସୂଚନା ଦେଇଥିଲେ।।ଜମି ପଟ୍ଟା କେତୋଟି କାଶିପୁର ତହସିଲର ଥିବା ବେଳେ କେତୋଟି ଦଶମନ୍ତପୁର ତହସିଲର ରହିଥିବା ସେ ପ୍ରକାଶ କରିବା ସହ ଆଧାରକାର୍ଡ କୋରାପୁଟ ଜିଲ୍ଲା ଅଧିନରେ ରହିଥିବା ସେ ପ୍ରକାଶ କରିଥିଲେ।ତେବେ ଆମ୍ଭେ କଣ ୨ ଟି ଜିଲ୍ଲାର ବାସିନ୍ଦା କି ବୋଲି ସେ ପ୍ରଶ୍ନ କରିଥିଲେ ?ାକେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା କଣ ବୋଲି ଗ୍ରାମବାସୀ ଜାଣି ନ ଥିବା ସେ ପ୍ରକାଶ କରିଥିଲେ।ନାରେଗା ଯୋଜନା ଏଠାରେ କାର୍ଯ୍ୟକାରୀ ହେଉ ନ ଥିବା ସେ ଅଭିଯୋଗ କରିବା ସହ ବଣରୁ କାଠ ଆଣି ଗ୍ରାମବାସୀ ନିଜ ନିଜର ଜିବନ ନିର୍ବାହ କରୁଥିବା ସେ ସୂଚନା ଦେଇଥିଲେ। ୧୧ ଜଣ ବାର୍ଦ୍ଧକ୍ୟ ଭତା ଓ ୯ ଜଣ ବିଧବା ଭତା ପାଉଥିବା ସେ ସୂଚନା ଦେବା ସହ ଆଉ ୧୭ ଜଣ ବାର୍ଦ୍ଧକ୍ୟ ଭତା ପାଇଁ ଆବେଦନ କରିଥିଲେ ସୁଦ୍ଧା ମିଳି ନ ଥିବା ସେ ଅଭିଯୋଗ କରିଥିଲେ। ଭତା ଆଣିବାକୁ କୁଚେଇପଦର ଉପରେ ନିର୍ଭର କରୁଥିବାରୁ ହିତାଧିକାରୀ ଯିବା କଷ୍ଠକର ହେଉଥିବା ଲଲିତା ମାଣ୍ଡିଙ୍ଗୀ ଓ ରହିତା ମାଣ୍ଡିଙ୍ଗୀ ସୂଚନା ଦେଇଛନ୍ତି।ରାସନକାର୍ଡ ଧରି ଚାଉଳ ଆଣିବାକୁ ଯାଉ କିନ୍ତୁ ଗ୍ରାମରେ ପହଂଚିଳା ପରେ ଗୋଟିଏ କେଜି ଚାଉଳର ଦାମ ୨୫ ଟଙ୍କା ହୋଇଯାଏ ବୋଲ ଗ୍ରାମର ଜାମ୍ବୁରୀ କୁଲେସିକା ସୂଚନା ଦେବା ସହ ଆମ୍ଭେମାନେ କିପରି ଦୁଃଖ କଷ୍ଠରେ ଜିବନ ଯାପନ କରୁଛି ତାହା କଣ ରାଜ୍ୟ ସରକାର ଦେଖିପାରୁ ନାହାନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ।ଏ ସବୁ ଦୃଷ୍ଟିରୁ ଆମ୍ଭେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ରହିବାକୁ ଇଛା ବ୍ୟକ୍ତ କରୁଛି ଯାହା ରାଜ୍ୟ ସରକାର କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।୨୭ ବର୍ଷ ପୂରିଗଲା କିନ୍ତୁ କାହିଁକି ଉକ୍ତ ଗ୍ରାମ ଟି ରାୟଗଡା ଜିଲ୍ଲା ଅଧିନରେ ରହିଛି ତାହା ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏହା ରାଜ୍ୟସରକାରଙ୍କ ସ୍ତରରେ ସମାଧାନ ହେବ ବୋଲି କହି କୋରାପୁଟ ଜିଲ୍ଲାସ୍ତରୀୟ ଅଧିକାରୀ କ୍ୟମେରା ଆଗରେ କିଛି କହି ନ ଥିଲେ।କୋରାପୁଟ ସାଂସଦ ଝିନ୍ନ ହିକକାଙ୍କୁ ପଚାରିବାରେ ସେ କହିଥିଲେ ଏ ସଂପର୍କରେ ମୁଁ କୋରାପୁଟ ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ପଂଚାୟତ ପୁନଃଗଠନରେ ସାମିଲ କରିବାକୁ କହିଛି ବୋଲି ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ କହିଥିଲେ ଯେ ଯେହୁତୁ ଏହା ଅନ୍ୟ ଜିଲ୍ଲାରେ ରହିଛି ତେଣୁ କୋରାପୁଟ ଜିଲ୍ଲାରେ ଏହା ମିଶିବ ନାହିଁ।ରାଜ୍ୟ ସରକାର ଏହାକୁ ଗୁରୁତ୍ୱସହ ବିଚାର କରି ତୁରନ୍ତ ଉକ୍ତ ଗ୍ରାମକୁ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ମିଶ୍ରଣ କରିବାକୁ ବୁଦ୍ଦିଜିବୀ ମହଳରେ ଦାବି ହେଉଛି।ନିର୍ବାଚନକୁ ଅଳ୍ପମାସ ବାକି ରହିଥିବା ବେଳେ ରାଜ୍ୟ ସରକାର କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଗୁମ୍ଭାରିଗୁଡାକୁ ଯଦି ନିର୍ବାଚନ ପୂର୍ବରୁ ମିଶ୍ରଣ କରନ୍ତି ତେବେ ରହିଥିବା ଭୋଟର ଅତି ସୁବିଧାରେ ଭୋଟଦାନ ଦେଇପାରିବେ ବୋଲି ଗ୍ରାମବାସୀ ଆରତ ନାଚିକା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.