Home ଜିଲ୍ଲା ପରିକ୍ରମା କିଡନୀ ରୋଗୀଙ୍କ ପାଇଁ ଶୁଭଖବର,ମାଲକାନଗିରି ଜିଲ୍ଲା ହସପିଟାଲରେ ନିଃଶୁଳ୍କ ଡାଏଲିସିସ୍ ସେବା କେନ୍ଦ୍ର ଉଦଘାଟିତ

କିଡନୀ ରୋଗୀଙ୍କ ପାଇଁ ଶୁଭଖବର,ମାଲକାନଗିରି ଜିଲ୍ଲା ହସପିଟାଲରେ ନିଃଶୁଳ୍କ ଡାଏଲିସିସ୍ ସେବା କେନ୍ଦ୍ର ଉଦଘାଟିତ

1093

ମାଲକାନଗିରି,୨୧ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଶତାଧିକ ସଂଖ୍ୟାରେ କିଡନୀ ରୋଗୀ ଥିବାରୁ ଦୀର୍ଘବର୍ଷ ଧରି ଦାବିହୋଇ ଆସୁଥିବା ଡାଏଲିସିସ୍ ସେବା କେନ୍ଦ୍ର ଆଜି ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ହସପିଟାଲରେ ଉଦଘାଟିତ ହୋଇ ଯାଇଛି । ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ଓ ମାଲକାନଗିରି ବିଧାୟକ ମାନସ ମାଡକାମି ଅତିଥି ଭାବେ ଯୋଗଦେଇ ଜିଲ୍ଲାସଦର ମହକୁମାସ୍ଥ ସାତମହଲା ବିଶିଷ୍ଠ ହସପିଟାଲର ଦ୍ୱିତୀୟ ତାଲାରେ ସ୍ୱତନ୍ତ୍ରଭାବେ ପ୍ରତିଷ୍ଠିତ ଡାଏଲିସିସ୍ ସେବା କେନ୍ଦ୍ର କୁ ଅନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନର ଉଦ୍ୟମକ୍ରମେ ପ୍ରଥମଥର କରି ଜାତୀୟସ୍ୱାସ୍ଥ୍ୟ ମିଶିନ ଓ ପିପିପି ମୁଡରେ ରାହି କେଏଆର ସଂସ୍ଥା ଦ୍ୱାରା ପରିଚାଳିତ ୩ ଶଯ୍ୟାବିଶିଷ୍ଠ ଡାଏଲିସିସ୍ ସେବା କେନ୍ଦ୍ର  ପ୍ରତିଷ୍ଟା ହୋଇଛି,ଏଠାରେ ଡାକ୍ତର, ଷ୍ଟାପନର୍ସ,ଟେକନିସିଆନ ଙ୍କ ସହିତ ୬ଜଣ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀ ନୁଯୁକ୍ତି ପାଇବେ । ଦିନକୁ ଏକା ସଙ୍ଗେ ୬ଜଣ କିଡ୍ ନୀ ରୋଗୀଙ୍କୁ ଡାଏଲିସିସ୍ କରାଯାଇ ପାରିବ,ମାସକୁ ପ୍ରାୟ ୧୫୦ ପାଖାପାଖି କିଡ୍ ନୀ ରୋଗୀଙ୍କର ଡାଏଲିସିସ୍ ର ବ୍ୟବସ୍ଥା ହୋଇପାରିବ,ଜିଲ୍ଲାରେ ପ୍ରାୟ୨୫ରୁ ଉର୍ଦ୍ଦ କିଡ୍ ନୀରୋଗୀ ନିୟମିତ ଭାବେ ଆନ୍ଦ୍ରପ୍ରଦଶ,କଟକ,ଭୁବନେଶ୍ୱର, ଛତିଶଗଡକୁ ଖର୍ଚାନ୍ତ ହୋଇ ଡାଏଲିସିସ୍ କରିବାକୁ ଯାଇଥାନ୍ତି , ଏବେ ମାଲକାନଗିରି ଜିଲ୍ଲାରେ ସେହି ରୋଗୀ ମାନେ ମାଗଣାରେ ସେବା ପାଇପାରିବେ  ବୋଲି ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜିତକୁମାର ମାହାନ୍ତି ସୁଚନା ଦେଇଛନ୍ତି । ଆଜି ଉଦଘାଟନି ପରେ ମାଲକାନଗିରି ଜିଲ୍ଲାସଦର ମହକୁମାର ଏସ.ବିଜୟ ଭସ୍କର ରାଓ ନାମକ ଜଣେ କିଡନୀ ରୋଗୀ ଙ୍କର ଡାଏଲିସିସ୍ ହୋଇଥିଲା ।

ଏହି ଉଦଘାଟନି ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲା ହସପିଟାଲର ସୁପରିଟେଣ୍ଡେଟଂ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନିଲ କୁମାର ମିଶ୍ର,ଡିପିଏମ ସୁଦିପ୍ତକୁମାର କେଶ,ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର,ଡାକ୍ତର ସପନକୁମାର ଧିଣ୍ଡା,ଡାକ୍ତର ରଜନିକାନ୍ତ ଦାଶ,ଡାକ୍ତର ଶ୍ରୀନିବାଶ ବେହେରା,ଡାକ୍ତର ସନ୍ତୋଷକୁମାର ମିଶ୍ର ପ୍ରମୁଖ ଅନ୍ୟାନ ଡାକ୍ତର, ଷ୍ଟାପନର୍ସ ଓ ଡାକ୍ତର ଖନା କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସମଗ୍ର ମାଲକାନଗିରି ଜିଲ୍ଲାରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତ ୫ବର୍ଷ ମଧ୍ୟରେ ପ୍ରାୟ ୨୦୦ ରୁ ଉର୍ଧ ଲୋକଙ୍କର ମୃତ୍ୟୁଘଟିଥିବା ବଳେ ଶତାଧିକ ଆକ୍ରାନ୍ତ ହୋଇ ବଚିଂବା ପାଇଁ ଏବେ ବି ସଂଘର୍ଷ କରୁଛନ୍ତି । ତୁରନ୍ତ ମାଲକାନଗିରି ଜିଲ୍ଲା ହସପିଟାଲରେ କିଡନୀ ରୋଗୀଙ୍କ ପରି କ୍ୟାନସର ରୋଗୀଙ୍କ ପାଇଁ ସମ୍ପୁର୍ଣ୍ଣ ଭାବେ  ମାଗଣା ରେ ଚିକିତ୍ସା ନିମନ୍ତେ କେମୋଥେରାପି ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି  । ଏହା ଦ୍ୱାରା  ମାଲକାନଗିରି ଜିଲ୍ଲା ସହତି ଛତିଶଗଡ ରାଜ୍ୟ ସୁକୁମା  ଜିଲ୍ଲା ର ଶତାଧିକ  ରୋଗୀ ମାନେ ଚିକିତ୍ସାର ସୁବିଧା ପାଇପାରିବେ । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମଥରକରି କିଡନୀ ରୋଗୀଙ୍କ ପାଇଁ ଡାଏଲିସିସ୍ ସେବା କେନ୍ଦ୍ର ଉଦଘାଟିତ ହୋଇ ଥିବାରୁ ଜିଲ୍ଲାବାସୀ ଙ୍କ ମନରେ ଆନନ୍ଦ ଖେଳି ଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.