Home ଜିଲ୍ଲା ପରିକ୍ରମା କାର୍ତିକ ମାସ ଶେଷ ସୋମବାର ରେ ମଲ୍ଲୀକେଶ୍ୱର ଶୈବପୀଠ ରେ ପଚୁଂକ ଭକ୍ତମାନଙ୍କ ଭିଡ

କାର୍ତିକ ମାସ ଶେଷ ସୋମବାର ରେ ମଲ୍ଲୀକେଶ୍ୱର ଶୈବପୀଠ ରେ ପଚୁଂକ ଭକ୍ତମାନଙ୍କ ଭିଡ

147

ମାଲକାନଗିରି,୧୯ା୧୧ (ଓଡିଆ ପୁଅ )  କାର୍ତିକ ମାସ ଶେଷ ସୋମବାର ପଚୁଂକ ବ୍ରତ ଉପଲକ୍ଷେ ଆଜି ଜିଲ୍ଲାର ବିଭିନ୍ନ ଶୈବପୀଠଗୁଡିକରେ ହବିଷାଳି ଓ ପଚୁଂକ ପାଳୁଥିବା ଭକ୍ତମାନଙ୍କର ଭିଡଲାଗିଥିଲା । ବିଶେଷ କରି  ମାଲକାନଗିରି ଜିଲ୍ଲା ପ୍ରବେଶ ଦ୍ୱାର ମାଲ୍ୟବନ୍ତ ପର୍ବତ ଶୀଖରେ ଥିବା ମାଲକାନଗିରି ଜିଲ୍ଲାର ଦ୍ୱିତୀୟ କପିଳାସ ସଦୃଶ୍ୟ ମଲ୍ଲୀକେଶ୍ୱର ମହାଦେବ ଙ୍କ ପିଠରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ପ୍ରବଳ ଭିଡ ଲାଗିଥିଲା ।ବିଭିନ୍ନ ଗ୍ରାମରୁ ଶତାଧିକ ବୃଦ୍ଧ,ବୃଦ୍ଧା,ମହିଳା ଓ ପୁରୁଷ, ଯୁବକ ଯୁବତୀ,ଛୋଟପିଲା ମାନେ ପାଦରେ ଚାଲି ଚାଲି  ଦୁଇ କିମି ଦୂର ମଲ୍ଲୀକେଶ୍ୱର ପାହଡ ଉପରକୁ  ପ୍ରାୟ ୬୦୦ ପାହଚ ଚଢି ନିଜର ମାନସିକ ଓ ପରିବାର ମଙ୍ଗଳ ନିମନ୍ତେ ମହାଦେବଙ୍କୁ ଜଳାଭିଷେକ କରି ସେଠାରେ ଭୋଗ ଲଗାଇଥିଲେ । ଦୁର୍ଗାଗୁଡି ସାହି ମଲ୍ଲୀକେଶ୍ୱର ପର୍ଯ୍ୟଟନସ୍ଥଳୀ ଓ ପୂଜାକମିଟି ପକ୍ଷରୁ ତିନିହଜାର ଭକ୍ତମାନଙ୍କ ପାଇଁ ଅର୍ନପ୍ରାସାଦର ବ୍ୟବସ୍ଥା କରାଯାଇଥିଲା ।ଠିକ ସେହିପରି ଶିବାନନ୍ଦ ଆଶ୍ରମ ଠାରେ ଥିବା କାଶିବିଶ୍ୱନାଥ  ଶୈବପୀଠ ଓ ଗୋଇପବ ର୍ତ ରେ ଥିବା ହରଗୈରୀ ମନ୍ଦିର  ପଚୁଂକ ଓଷାପାଳନ କରିବାପାଇଁ ଜମା ହୋଇଥିଲେ ।

ମାଲକାନଗିରି,କୋରକୁଣ୍ଡା, ବାଲିମେଳା,ଚିତ୍ରକୋଣ୍ଡା, ପଡିଆ,କାଲିମେଳା,ମୋଟୁ, ଏମଭି୧୭, ଏମଭି୧୯, ଏମଭି୭, ଏମଭି୭୨, ଏମଭି୪୨,ଗୁମ୍ମା, ଖଇରପୁଟ, ଗୋବିନ୍ଦପାଲି,ମାଥିଲି, ପାଣ୍ଡ୍ରିପାଣି, ପଦ୍ମଗିରି,ବିଭିନ୍ନ ଅଚଂଳରୁ ଶହ ଶହ ସଂଖ୍ୟାରେ କାର୍ତିକ ବ୍ରତ ମାନଶିକ ଧାରୀଭକ୍ତ ଙ୍କ ଭିଡ ଲାଗିଥିଲା । ବିଶେଷକରି ମାଲକାନଗିରି ସହରରେ ଥିବା ତଳସାହି ଶିବମନ୍ଦିର, ପାହଡଉପରେ ଥିବା ମଲିକେଶ୍ୱର, ସତିଗୁଡା ଶିବମନ୍ଦିର,ହାଟପଦା ଶିବମନ୍ଦିର,ମାଉଲିମା ସାହି ଶିବମନ୍ଦିର,ଶିବାନ୍ଦ ଆଶ୍ରମ, ମେଡିକାଲଛକ, କୋରକୁଣ୍ଡା, ଶୁଳିଆପାହଡ ଶିବମନ୍ଦିର ଗୁଡିକରେ କାର୍ତିକ ମାସ ଶେଷ ସୋମାବାର ଦିନ ପ୍ରବଳ ଭିଡ ଲାଗିରହିଥିଲା ।  ଭକ୍ତମାନେ ଶିବଙ୍କୁ ଦର୍ଶନକରି   ଭୋଗଲଗାଇ  ଜଲାଭିଷେକ କରି ଆଶୀର୍ବାଦ ଭିକ୍ଷାକରି ଥିଲେ । କେଉଁ ଆବାହନ କାଳରୁ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ମାଲ୍ୟବନ୍ତ ପର୍ବତ ଗୋଇପାହଡ ଉପରେ ଶ୍ରୀ ଶ୍ରୀ ମଲ୍ଲୀକେଶ୍ୱର ମହାଦେବ ଙ୍କ ବୃହତ ଲିଙ୍ଗ ପୁଜା ପାଇ ଆସୁଛନ୍ତି । ଏହି ପୀଠର ଉନ୍ନତି ପାଇଁ ଜିଲ୍ଲାପ୍ରଶାସନ ଗରୁତ୍ୱ ଦେଉଥିଲେ ମଧ୍ୟ ବୟସ୍କ ବ୍ୟକ୍ତି ଓ ମହିଳା ଭକ୍ତମାନେ ଦୀର୍ଘଦୁଇ କିମି ୬୦୦ ପାହଚ ଚଢି ମଲ୍ଲିକେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ସମ୍ଭବ ହେଉନଥିବାରୁ ପାହଡ ଉପରେ ଥିବା ମହାଦେବଙ୍କ ପୀଠକୁ ଏକ ରାସ୍ତା ନିର୍ମାଣ କରିବାସହିତ ପାହଡ ତଳେ ଭକ୍ତମାନଙ୍କ ପାଇଁ ବିଶ୍ରାମଗାର ଓ ପ୍ରସାଦ ସେବନ,ରୋଷେଇ ନିମନ୍ତେ ରୋଷେଇ ଶାଳା ନିର୍ମାଣ କରିବା ପାଇଁ ପୁଜାକମଟି ଓ ଭକ୍ତମାନେ ଜିଲ୍ଲାପ୍ରଶାସନ ନିକଟରେ ଦାବିଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.