Home ଜିଲ୍ଲା ପରିକ୍ରମା କାର୍ତିକ ମାସ ବଡଏକାଦେଶୀରେ ଶ୍ରୀ ଜଗନ୍ନାଥଙ୍କ ଠିଆକିଆ ବେଶ

କାର୍ତିକ ମାସ ବଡଏକାଦେଶୀରେ ଶ୍ରୀ ଜଗନ୍ନାଥଙ୍କ ଠିଆକିଆ ବେଶ

346

ମାଲକାନଗିରି,୧୯ା୧୧(ଓଡିଆ ପୁଅ ) କାର୍ତିକ ମାସ ଶେଷସୋମବାର ଦିନ ବଡଏକାଦଶୀ ତିଥି ପଡୁଥିବାରୁ  ଆଜି ମାଲକାନଗିରି ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଠିଆକିଆ ବେଶ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଭକ ତ ମାନଙ୍କ ଭିଡ ଲାଗିଥିଲା । ଆଜି ଦେବଉତ୍ ଥାପନ ଏକାଦଶୀ ପାଇଁ ପଚୁଂକ ପାଳୁଥିବା ବୃଦ୍ଧବୃଦ୍ଧା ଓ ଶ୍ରଦ୍ଦାଳୁ ଭକତ ମାନେ ପୁଜା ପାଠକରି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନକରିଥିଲେ  । ମନ୍ଦିର ପରିସରରେ ଅଷ୍ଟପ୍ରହର,ନାମ ଯଜ୍ଞସଂଙ୍କିର୍ତନ ହୋଇଥିଲା । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ଶ୍ରୀଜଗନ୍ନାଥମନ୍ଦିରରେ ପବିତ୍ର କାର୍ତିକ ପଚୁଂକ ବ୍ରତ ଉତ୍ସବ ଅବସରରେ ତିନିଠାକୁରଙ୍କ ଠିଆକିଆ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡଲାଗିଥିଲା ।କାର୍ତିକ ଶୁକ୍ଳପକ୍ଷରେ ଏହି ଏକାଦଶୀକୁ ଅତନ୍ତ୍ୟ ପବିତ୍ର ଭାବେ ହବିଷାଳି ମାନେ ପାଳିଥାନ୍ତି,ଏହାକୁ  ପ୍ରବୋଧନୀ ଏକାଦଶୀ ବୋଲି ମଧ୍ୟ କୁହା ଯାଇଥାଏ । ଏହି ଦିନର ମହତ ଅତ୍ୟନ୍ତ ଗରୁତ୍ୱପୁର୍ଣ୍ଣ ଥିବାରୁ ପୁଣ୍ୟପ୍ରାପ୍ତି ପାଇଁ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁ ଭକତ ମାନଙ୍କ ଭିଡ ଲାଗିଥାଏ । ମହିଳା ମାନେ ମନ୍ଦିର  ବେଢାରେ ନାନାପ୍ରକରା ମରୁଜ ଅଭିରରେ ଠାକୁରଙ୍କ ଛବି ଆଙ୍କି ସେଠାରେ ଗେଣ୍ଡୁଫୁଲ ଧୂପ ଦୀପଦେଇ ପୁଜା କରି ଚତୁର୍ଦ୍ଦାମୂର୍ତିଙ୍କୁ ଦର୍ଶନ କରିଥାନ୍ତି ।ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି କାର୍ତିକ ମାସ ଶେଷ ସୋମବାର ପଚୁଂକ ବ୍ରତ ଆରମ୍ଭ କରୁଥିବା ଶ୍ରଦ୍ଧାଳୁ ଭକତ ମାନଙ୍କ ପାଇଁ ପ୍ରାସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.