Home କଳାହାଣ୍ଡି କଳାହାଣ୍ଡି ସ୍ୱୟଂଶାସିତ କଲେଜରେ ୪୮ଅଧ୍ୟାପକ ଓ ୪୧ ଅଣଅଧ୍ୟାପକ ଖାଲି ପଡିଛି , ଶିକ୍ଷାଦାନ ବ୍ୟାହତ

କଳାହାଣ୍ଡି ସ୍ୱୟଂଶାସିତ କଲେଜରେ ୪୮ଅଧ୍ୟାପକ ଓ ୪୧ ଅଣଅଧ୍ୟାପକ ଖାଲି ପଡିଛି , ଶିକ୍ଷାଦାନ ବ୍ୟାହତ

165

କଳାହାଣ୍ଡି- ୨୩/୧୧/୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଏକମାତ୍ର ସର୍ବପୁରାତନ ଭବାନୀପ୍ଧଙ୍କନା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଲୟରେ ଚଳିତ ବର୍ଷ ଅଧ୍ୟାପକ ମରୁଡି ଦେଖାଦେଇଛି । ଆବଶ୍ୟକତାକୁ ଉପଲବ୍ଧô କରି ଯୁକ୍ତ ଦୁଇ ଠାରୁ ସ୍ନାତକୋତର ପାଠ୍ୟକ୍ରମ ପାଇଁ ୮୫ ଟି ଅଧ୍ୟାପକ ପଦବୀ ମଂଜୁର ହୋଇଥିବା ବେଳେ ୪୮ ଟି ପଦବୀ ଖାଲିପଡିଥିବା ଜଣାପଡିଛି । ସେହିଭଲି ୭୩ ଟି ଅଣ ଅଧ୍ୟାପକପଦବୀ ମଂଜୁର ହୋଇଥିବା ବେଳେ ୪୧ ଟି ପଦବୀ ଖାଲି ପଡିଛି । ଏତେ ସଂଖ୍ୟକ ଅଧ୍ୟାପକ ଓ ଅଣଅଧ୍ୟାପମ ପଦବୀ ଖାଲି ପଡିଥିବା ହେତୁ ଅଭିଭାବକ, ଛାତ୍ର ଛାତ୍ରୀଓ ଶିକ୍ଷାବିତ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି ।
ଅଧ୍ୟାପକ ପଦବୀ ଖାଲିପଡିଥିବାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରୁ ବଂଚିତ ହେଉଥିବା ନେଇ ବିଭିନ୍ନ ସମୟରେ ଦାବୀ ଜଣାଉଥିଲେହେଁ କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଚଳିତ ଶିକ୍ଷା ବର୍ଷରେ ଏହି ସ୍ୱୟଂଶାସିତ ମହାବିଦ୍ୟାଲୟରେ ଯୁକ୍ତ ୩ ବିଭାଗ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା କାମ ଚାଲିଛି । ଏନ୍ତ୍ରୋପୋଲୋଜି ବିଭାଗରେ ଗୋଟିଏ ଅଧ୍ୟାପକ ପଦବୀ ଥିବା ବେଳେ ଏହା ଖାଲି ପଡିଛି । ବଟନି ବିଭାଗରେ ୩ ଟି ପଦବୀ ଥିବା ବେଳେ ଜଣେ ମାତ୍ର ଅଧ୍ୟାପକ ଅଛନ୍ତି । ବାଣିଜ୍ୟ ବିଭାଗରେ ୪ଟି ଅଧ୍ୟାପକ ପଦବୀରୁ ୩ ଟି ଖାଲି ପଡିଛି । ଅର୍ଥନୀତି ବିଭାଗରେ ୫ଟି ପଦବୀରୁ ୩ଟି ଖାଲି ପଡିଛି । ଶିକ୍ଷା ବିଭାଗରେ ଗୋଟିଏ ଅଧ୍ୟାପକ ପଦବୀ ଥିବା ବେଳେ ତାହା ଖାଲି ପଡିଛି । କେମେଷ୍ଟ୍ରି ବିଭାଗରେ ୫ଟି ପଦବୀ ମଧ୍ୟରୁ ସବୁଯାକ ଖାଲି ପଡିଛି । ଇଂରାଜୀ ବିଭାଗରେ ୮ଟି ପଦବୀ ମଧ୍ୟରୁ ୭ଟି ଖାଲି ପଡିଛି ଓ କେବଳ ଜଣେ ମାତ୍ର ଇଂରାଜୀ ଅଧ୍ୟାପକର କାମ ଚାଲିଛି । ଭୂଗୋଳ ବିଭାଗରେ ୪ଟି ମଧ୍ୟରୁ ୨ଟି ଖାଲି ପଡିଛି । ଇତିହାସ ବିଭାଗରେ ୫ଟି ଅଧ୍ୟାପକ ମଧ୍ୟରୁ ୪ଟି ଖାଲି ପଡିଛି । ଗଣିତ ବିଭାଗରେ ୩ଟି ପଦବୀ ମଧ୍ୟୂରୁ ସବୁଯାକ ଖାଲି ପଡିଛି । ଓଡିଆ ବିଭାଗରେ ୫ଟି ପଦବୀ ମଧ୍ୟରୁ ୩ଟି ଖାଲି ପଡିଛି । ପଦାର୍ଥ ବିଜ୍ଞାନରେ ୫ଟିରୁ ୪ଟି ଖାଲି ପଡିଛି । ରାଜନୀତି ବିଜ୍ଞାନରେ ୩ଟି ପଦବୀରୁ ଗୋଟିଏ ଖାଲି ପଡିଛି । ଜୋଲୋଜି ବିଭାଗରେ୪ଟି ଯାକ ଅଧ୍ୟାପକ ପଦବୀ ଖାଲି ପଡିଛି । ଯୁକ୍ତ ୩ ବିଭାଗରେ ମୋଟ ୫୯ ପଦବୀ ମଧ୍ୟରୁ ୪୪ ଟି ପଦବୀ ଖାଲି ପଡିଛି । ସେହିପରି ଯୁକ୍ତ ୨ ବିଭାଗରେ ବଟନିରେ ୨ଟି ଅଧ୍ୟାପକ ପଦବୀ ମଧ୍ୟରୁ ଗୋଟିଏ ଖାଲି ପଡିଛି । ବାଣିଜ୍ୟ ବିଭାଗରେ ୩ଟିରୁ ଗୋଟିଏ ଖାଲି ପଡିଛି । କେମେଷ୍ଟ୍ରି ବିଭାଗରେ ୩ଟି ପଦବୀରୁ ୨ଟି ଖାଲି ପଡିଛି । ଷ୍ଟାଟିଷ୍ଟିକାଲ ବିଭାଗରେ ଗୋଟିଏ ମାତ୍ର ପଦବୀ ଥିବା ବେଳେ ତାହା ଖାଲି ପଡିଛି । ଯୁକ୍ତ ୨ ବିଭାଗରେ ମୋଟ ୨୬ ଟି ଅଧ୍ୟାପକ ପଦବୀ ଥିବା ବେଳେ ୪ଟି ଖାଲି ପଡିଛି । ସେହିଭଲି ଭାବରେ ଅଣଅଧ୍ୟାପକ କର୍ମଚାରୀ ୭୩ ଟି ପଦବୀ ମଧ୍ୟରୁ ୪୧ ଟି ଖାଲି ପଡିଛି ।

ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୨ ରେ କଳା,ବାଣିଜ୍ୟ ଓ ଭୋକେସନାଲ ପାଠ୍ୟକ୍ରମରେ ୧୫୯୭ ଜଣ ଛାତ୍ରଚାତ୍ରୀ ଅଧ୍ୟୟନ କରୁଥିବା ବେଳେ ଯୁକ୍ତ ୩ କଳା,ବାଣିଜ୍ୟ ଓ ସ୍ନତକୋତର ରେ ସମୁଦାୟ ୨୧୭୩ ଜଣ ଚାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏତେ ସଂଖ୍ୟକ ଚାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଅଧ୍ୟାପକ ଅଭାବରୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥରବାରୁ ଛାତ୍ରଚାତ୍ରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ବାରମ୍ବାର ଅଭି୍ୋଗ କରାଯାଉ ଥିଲେହେଁ କୋଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ହେତୁ ଜିଲ୍ଲାରେ ଉଚ୍ଚ ଶିକ୍ଷା ବାଧାପ୍ରାପ୍ତ ହୋଇଛି ।

୧୯୬୦ ମସିହାରେ କଳାହାଣ୍ଡି ବିଜ୍ଞାନ କଲେଜ ଭାବେ ପ୍ରତିଷ୍ଠିତ ଏହି କଲେଜ ପରବର୍ତୀ ସମୟରେ କଳାହାଣ୍ଡି ସରକାରୀ ମହାବିଦ୍ୟାଳୟ ଏବଂ ଇତି ମଧ୍ୟରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ର ମାନ୍ୟତା ପାଇଥିଲେ ସୁଦ୍ଧା ଶିକ୍ଷାଦାନ କ୍ଷେତ୍ରରେ ଏଭଲି ଅଭାବ ପରିଲକ୍ଷିତ ହେଉଥିବା ବିଷୟ ଗୁଡିକୁ ବୁଦ୍ଧିଜୀବି ମହଲରେ ସହଜରେ ଗ୍ରହଣୀୟ ହୋଇପାରୁନାହିଁ । ରାଜ୍ୟ ସରକାର ଏଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.