Home କଳାହାଣ୍ଡି କଳାହାଣ୍ଡି ରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀ ନେଇ ସ୍ୱତଃପୂର୍ଣ୍ଣ ଭାବେ ବନ୍ଦ ପାଳନ

କଳାହାଣ୍ଡି ରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀ ନେଇ ସ୍ୱତଃପୂର୍ଣ୍ଣ ଭାବେ ବନ୍ଦ ପାଳନ

320

କଳାହାଣ୍ଡି – 08.01.2019 (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ରେ ଓଡିଶା ହାଇକୋର୍ଟର ଏକ ସ୍ଥାୟୀ ବେଂଚ ସ୍ଥାପନ ଦାବୀ ନେଇ ଦୀର୍ଘଦିନ ହେବ ଦାବୀ ହୋଇଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା କ୍ରୀୟାନୁଷ୍ଠାନ କମିଟୀର ଡାକରାରେ ସୋମବାର ଦିନ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ରବିବାର ସଂଧ୍ୟାରେ ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ତରଫରୁ ଏକ ସର୍ବଦଳୀୟ ସଭା କରାଯାଇ ସର୍ବସାଧାରଣଙ୍କୁ ଏହି ବନ୍ଦ ପାଳନକୁ ସମର୍ଥନ ଦେବାକୁ ଅନୁରୋଧ କରାଯାଇଥିଲା । ସୋମବାର ଦିନ ସ୍ୱତଃପୂର୍ଣ୍ଣ ଭାବେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଗାଡି ମଟର ଚାଲନା ବନ୍ଦ ରହିଥିବା ସହିତ ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଭବାନୀପାଟଣା ସମେତ ଜୁନାଗଡ, କୋକସରା, ନର୍ଲା, କେସିଙ୍ଗା, ଧର୍ମଗଡ,ଜୟପାଟଣା ଆଦି ସହରରେ ସ୍ଥାନୀୟ ଓକିଲମାନେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରି ବନ୍ଦ ପାଳନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ସମଗ୍ର କଳାହାଣ୍ଡି ଜିଲ୍ଲାରେ ବନ୍ଦ ଏକପ୍ରକାର ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯାଇଥିବା ଦେଖାଯାଇଥିଲା । ସମଗ୍ର ପଂଚିମ ଓଡିଶା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ବୌଦ ତଥା ଫୁଲବାଣୀ ଜିଲ୍ଲା ଗୁଡିକର କେନ୍ଦ୍ର ସ୍ଥଲ ହୋଇଥିବାରୁ କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ହେଲେ ଏସବୁ ଜିଲ୍ଲାବାସୀ ମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.