Home କଳାହାଣ୍ଡି କଳାହାଣ୍ଡି ଯାଦବ ସମାଜର ଅଷ୍ଟମ ମହାସଭା ଜୁନାଗଡ ଠାରେ ଅନୁଷ୍ଠିତ

କଳାହାଣ୍ଡି ଯାଦବ ସମାଜର ଅଷ୍ଟମ ମହାସଭା ଜୁନାଗଡ ଠାରେ ଅନୁଷ୍ଠିତ

282

କଳାହାଣ୍ଡି – ତା.୦୧.୦୩.୨୦୧୯ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଅଷ୍ଟମ ମହାଅଧିବେସନ ଜୁନାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ହାଇସ୍କୁଲ ପଡିଆଠାରେ ଦୁଇଦିନିଆ ସମାବେଶ ଜିଲ୍ଲା ସବାପତି ଡମ୍ବରୁଧର ଲହଜଲଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ପ୍ରଥମ ଦିନରେ ଯାଦବ ପତାକା ଉତୋଳନ କରାଯିବା ସହିତ ଶହୀଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଅୟୋଜିତ ମହାସଭାରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ବିଧାୟକ ଦ୍ୱାରିକାଧିଶ ଯାଦବ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍କଳ ଯାଦବ ମହାସଭାର ମହାସଚିବ ଲମ୍ବୋଦର ନିଆଲ, ସମ୍ମାନିତ ଅତିଥି ଭାବେ ଛତିଶଗଡ ଯାଦବ ମହାସଭାର ସଭାପତି ରମେଶ ଯଦୁ, ଉତ୍କଳ ଯୁବ ଯାଦବ ସଭାପତି ଇଂ ପ୍ରଦୀପ ବେହେରା, ପ୍ରମୂଖ ଯୋଗ ଦେଇ ଯାଦବ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ, ରାଜନୈତିକ ଦିଗରେ ବିଶେଷ ଯତ୍ନବାନ ହେବା ଜରୁରୀ ବୋଲି ମତପ୍ରକାଶ କରିଥରଲେ। ସେହିପରି ଯାଦବ ମାନେ ସଂଖ୍ୟା ଗରିଷ୍ଠ ଥିବା ହେତୁ ଯାଦବ ମାନଙ୍କ ମଧ୍ୟରୁ ସବୁଯାକ ରାଜନୈତିକ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ କରାଯିବାକୁ ଦାବି କରାଯାଇଥିଲା। ଏହି ସମାବେଶର ପ୍ରଥମ ଦିନରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କର୍ମକର୍ତା ଚୟନ କରାଯାଇଥିଲା। ସମଗ୍ର କଳାହାନ୍ଡି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଂଚଲରୁ ପୂବ୍ର ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ ୭୦ ଜଣ କାର୍ଯ୍ୟକର୍ତାଙ୍କ ମଧ୍ୟରୁ ଜିଲ୍ଲା ସଭାପତି ଭାବେ ହରିଶଙ୍କର ବାଗ ୪୩ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ପୂର୍ବ ସଭାପତି ଡମ୍ବରୁଧର ଲହଜଲ ମାତ୍ର ୫ଖଣ୍ଡ ଭୋଟ ପାଇ ଶୋଚନୀୟ ପରାଜିତ ହୋଇଥିବା ପ୍ରକାଶ। ସେହିପରି ଉପସଭାପତି ଭାବେ ଅରୂପାନନ୍ଦ ନ୍ଧଜ୍ଞ, ନୃପରାଜ ଯାଦବ, ଦୁର୍ଲ୍ଲଭମାହାର, ନରେନ୍ଦ୍ର ବାଗ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବେ ସଂଜୟ ଧଙ୍ଗଡାମାଝୀ, ସହସଂପାଦକ ଭାବେ ଚନ୍ଦ୍ର ଶେଖର ବାଗ, କୀର୍ତ୍ତୀଚନ୍ଦ୍ର ଗଉଡ, ପ୍ରେମାନନ୍ଦ ଘି, ଏବଂ କୋଷାଧ୍ୟକ୍ଷ ଭାବେ ଖଗେଶ୍ୱର ଧଙ୍ଗଡାମାଝୀ ପ୍ରମୂଖ ନିର୍ବାଚିତ ହୋଇଥିବା ଜଣାପଡିଛି। ଜିଲ୍ଲା ଯୁବ ଯାଦବ ସଭାପତି ଭାବେ ଗୋବିନ୍ଦ ବନ୍ଦିଛୋଡ, ସଂପାଦକ ଭାବେ ଲିଙ୍ଗରାଜ ବେହେରା ମନୋନୀତ ହୋଇଥିଲେ। ଉତ୍କଳ ୍ାଦବ ମହାସବାର ସାଧାରଣ ସଂପାଦକ କୀର୍ତନ ନାଏକ ଓ ସଂଜୟ ଧଙ୍ଗଡାମାଝୀ ସବା ପରିଚାଲନା କରିଥିବା ବେଳେ ଖଗେଶ୍ୱର ଧଙ୍ଗଡାମାଝୀ ଧନ୍ୟବାଦ ଦେଇଥିଲେ। ଦୁଇଦିନ ଧରି ଚାଲିଥିବା ଏହି ମହାସଭାରେ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳର ପ୍ରତିନିଧିମାନେ ଯୋଗ ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.