Home କଳାହାଣ୍ଡି କଳାହାଣ୍ଡି ଧାନମଣ୍ଡି ପାଇଁ ଚାଷୀ ପଂଜୀକରଣରେ ହେରାଫେରୀ ଅଭିଯୋଗ,ହାବସପୁର ଆରଆଇ ସର୍କଲରେ ଚାଷୀ ପଂଜୀକରଣ ଭାତ...

କଳାହାଣ୍ଡି ଧାନମଣ୍ଡି ପାଇଁ ଚାଷୀ ପଂଜୀକରଣରେ ହେରାଫେରୀ ଅଭିଯୋଗ,ହାବସପୁର ଆରଆଇ ସର୍କଲରେ ଚାଷୀ ପଂଜୀକରଣ ଭାତ ହାଣ୍ଡିରୁ ଗୋଟିଏ

124

କଳାହାଣ୍ଡି- ୧୬/୧୧/୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ରେ ଧାନ ମଣ୍ଡି ବ୍ୟବସ୍ଥାରେ ଅନେକ ହେରାଫେରୀ ହେଉଥିବା ଘଟଣା କ୍ରମଶଃ ପଦାକୁ ଆସିବାରେ ଲାଗିଛି । ଚାଷୀଙ୍କୁ ଧାନ ବିକିବା ପୂର୍ବରୁ ସମବାୟ ସମିତିରେ ଚାଷ କରିଥିବା ଜମିର ତଥ୍ୟ ସମେତ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ପଂଜୀକରଣ କରିବାକୁ ପଡିଥାଏ । ଚାଷୀଙ୍କ ଫର୍ମକୁ ସଂପୃକ୍ତ ପାକ୍ସ କର୍ତୃପକ୍ଷ ରାଜସ୍ୱ ନୀରିକ୍ଷକ (ଆରଆଇ) ଙ୍କ ପାଖକୁ ପଠାଇଦେଲେ ସଂପୃକ୍ତ ଆରଆଇ ସେସବୁ କାଗଜାତ ତନଖି କରିସାରିବା ପରେ ଉକ୍ତ ଚାଷୀ ଙ୍କ ନାମ ପଂଜୀକରଣ ହେବା ପରେ ସେହି ଚାଷୀ ମଣ୍ଡିରେ ପାକ୍ସ କୁ ଧାନ ବିକିବାର ସରକାରୀ ବ୍ୟବସ୍ଥା ରହିଥିବା କୁହାଯାଉଛି । ପୂର୍ବରୁ କେବଳ ରାଜସ୍ୱ ରସିଦକୁ ଆଧାର କରି ଚାଷୀ ସିଧାସଳଖ ଧାନ ବିକିପାରୁଥିବା ବେଳେ ସେହି ସମୟରେ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ମଣ୍ଡିରେ ଭୂତ ଚାଷୀଙ୍କ ବେନାମୀ ଜମି ଉଲ୍ଲେଖ କରି ଧାନ ବିକିଦେଇଥିବାର ଅନେକ ଘଟଣା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏପରିକି ଚାଷୀଙ୍କୁ ଅସୁବିଧା ସମୟରେ ଟଙ୍କା, ବିହନ,ଖତସାର, ଔଷଧ ଇତ୍ୟାଦି ଚଢା ଦାମରେ ଯୋଗାଇ ଦେଇ କିଛି ଲାଭଖୋର ବ୍ୟବସାୟୀ ସେମାନଙ୍କ ଧାନକୁ କମ ମୂଲ୍ୟରେ କିଣିବା ପରେ ଚୋରାରେ ଗଚ୍ଛିତ କରି ଆରଆଇ ଅଫିସରୁ ରାଜସ୍ୱ ରସିଦ ହାତେଇ ନେଇ ପାକ୍ସ କର୍ମଚାରୀଙ୍କ ସହାୟତାରେ ଫଲ୍ସ ଚାଷୀ ର ନାମ ଭର୍ତୀ କରିଦେଇ ଅତି ସହଜରେ ଧାନ ବିକି୍ର କରିଦେଇ ବେଶ ଲାଭବାନ ହୋଇଯାଉଥିବା ଚର୍ଚ୍ଚା ହେଉଥିଲା । ଏପରିକି ମଣ୍ଡି ମାନଙ୍କରେ ପାକ୍ସ କର୍ତୃପକ୍ଷଙ୍କ ସେବଲି ସାଧନ ନଥିବା ହେତୁ ସେମାନେ ବାଧ୍ୟ ହୋଇ ମଣ୍ଡିରେ ଟେଗିଂ ହୋଇଥିବା କଷ୍ଟମ ମିଲର୍ସ ମାନଙ୍କୁ ହିଁ ଭରସା କରିବାକୁ ବାଧ୍ୟ ହେଉଥିବା ଦେଖାଯାଉଛି । ସରକାରୀ ନିୟମ ଅନୁସାରେ ପାକ୍ସ ପ୍ରଥମେ ଚାଷୀଙ୍କ ଠାରୁ ଧାନ କିଣିସାରିବା ପରେ କଷ୍ମ ମିଲିଂ ପାଇଁ ମିଲର୍ସଙ୍କୁ ଦେବା କଥା କିନ୍ତୁ ମିଲର୍ସ ହିଁ ମଣ୍ଡିରେ ଧାନ କିଣା ବ୍ୟବସ୍ଥା ନିୟନ୍ତ୍ରଣ କରିଆସୁଛି । ଧାନ କିଣି ଗଚ୍ଛିତ ରଖିବାକୁ ପାକ୍ସ କର୍ତୃପକ୍ଷ କୌଣସି ରିସ୍କ ନେବାକୁ ଚାହୁଁନଥିବାରୁ ଏଭଲି ପରିସ୍ଥିତି ଦେଖାଯାଉଥିବା କୁହାଯାଯଉଛି । ଅନ୍ୟ ପକ୍ଷରେ ମଣ୍ଡିରେ ଟେଗିଂ ହୋଇଥିବା ମିଲର୍ସ ନିଜ ମନ ପସନ୍ଦ ମୁତାବକ ଚାଷୀଙ୍କ ଧାନକୁ ହିଁ ଉଠାଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ମଣ୍ଡିରେ ମିଲର୍ସ ଟେଗିଂ ବ୍ୟବସ୍ଥାରେ ପ୍ରୀୟା ପ୍ରୀତି ତୋଷଣ କାରବାର ହେତୁ ପରିବହନ ଖର୍ଚ୍ଚ କମାଇବା ବାହାନାରେ ମଣ୍ଡି ମାନଙ୍କରେ ନିକଟସ୍ଥ ମିଲର୍ସଙ୍କୁ ଟେଗିଂ କରିଦେଉଥିବା ବେଳେ ଲାଭଖୋର ମିଲର୍ସମାନଙ୍କ ନିଜ ଅଂଚଳରେ ଧାନପାଇଁ ଲଗାଣି ବ୍ୟବସ୍ଥା ଜାରି ରଖି ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି ହେଲେ ଚାଷୀଙ୍କ ଦାବୀ ପ୍ରତି ଜିଲ୍ଲା ଯୋଗାଣ ବିଭାଗ ସବୁବେଳେ ଅଣଦେଖା କରିଆସୁଥିବା ଚାଷୀ ନେତା ମାନେ ଅଭିଯୋଗ କରୁଛନ୍ତି । ବର୍ତମାନ ପି-ପାସ ବ୍ୟବସ୍ଥାରେ ମଧ୍ୟ ସଂପୃକ୍ତ ଆରଆଇ ମାନଙ୍କୁ ହାତ କରି ଏବେ ବିନା ଜମି କାଗଜାତରେ ଚାଷୀ ପଂଜୀକରଣ ଏବଂ ମୃତୁ୍ୟ ବରଣ କରିଥିବା ଚାଷୀ ମାନଙ୍କ ଜମିକୁ ଭାଗଚାଷୀ ଆକାରରେ ମଧ୍ୟ ନିଜ ନାମରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସାମିଲ କରାଇ ନେଇଥିବାର ଅଭିଯୋଗ ହେଉଛି । ଏପରିକି ଅନ୍ୟ ଲୋକ ମାନଙ୍କର ଜମିକୁ ମଧ୍ୟ ଜମି ମାଲିକଙ୍କ ସହ ସଂପର୍କ ଅନ୍ୟ ଦର୍ଶାଇ ଦେଇ ବହୁ ଲୋକେ ନିଜ ନାମରେ ଦର୍ଶାଇ ଧାନ ବିକିଥିବା ଅଭିଯୋଗ ହେଉଛି । ଯଦିଓ ପାକ୍ସ କର୍ମଚାରୀ ମାନେ ଚାଷୀ ପଂଜୀକରଣ ସମୟରେ ଚାଷୀଙ୍କ ଫର୍ମ ଅନୁସାରେ ପଂଜୀକରଣ କରିବା ସହିତ ସଂପୃକ୍ତ ଆରଆଇ ସେସବୁକୁ ରେକର୍ଡ ପତ୍ର ଅନୁସାରେ ଭେରିଫାଏ କରିବା ପରେ ହିଁ ଚାଷୀର ପଂଜୀକରଣ ହେବାର ବିଧେୟ ଥିବା ବେଳେ ବହୁ ପ୍ରଭାବଶାଳୀ ବ୍ୟକ୍ତି ଆରଆଇ ମାନଙ୍କୁ ପ୍ରଭାବିତ କରି ମନଇଚ୍ଛା ଜମିଜମା ନିଜ ଖାତାରେ ଦର୍ଶାଇ ନେଉଥିବା ଅଭିଯୋଗ ହେଉଛି । ଅନେକ କ୍ଷେତ୍ରରେ ବିଲଡିଂ, ପୋଖରୀ, ଜଳାଶୟ, ଇତ୍ୟାଦି ଥିବା ଜମି ମାନଙ୍କରେ ମଧ୍ୟ ଧାନ ଚାଷ ହୋଇଥିବା ଦର୍ଶାଇ ଦେଇ ଚାଷୀ ପଂଜୀକରଣ କରାଇନେଇ ଧାନ ବିକିଥିବା ଅଭିଯୋଗ ହେଉଛି । ଆରଆଇ ଅଫିସରେ ପ୍ରଭାବ ପକାଇ ଏଭଲି ଭାବେ ପ୍ରଶାସନ ଆଖିରେ ଧୂଲି ପକାଇ ବହୁ ହେରାଫେରୀ ହେଉଥିବାର ଅଭିଯୋଗ ହେଉଛି । ବିରାଡି ଆଖିବୁଜି କ୍ଷୀର ପିଇବା ଭଲି ଯୋଗାଣ ବିଭାଗ ସହ ଦୀର୍ଘ ଦିନ ହେବ ସଂପର୍କ ଥିବା ଏବଂ ଧାନ ମଣ୍ଡିରେ ପ୍ରତ୍ୟକ୍ଷ ସାମିଲ ହେଉଥିବା ବହୁ ପ୍ରଭାବଶାଳୀ ବ୍ୟକ୍ତି ଏଭଲି ଭାବେ ହେରାଫେରୀ କାରବାର ଗତ କିଛି ବର୍ଷ ହେବ ଚଳାଇ ଆସୁଥିବା ଅଭିଯୋଗ ହେଉଛି । ଏସଂପର୍କରେ ଗତ କେଏମଏସ ୨୦୧୬-୧୭ ଠାରୁ ଚାଷୀ ପଂଜୀକରଣ ସଂପର୍କୀତ ତଥ୍ୟ ଉପରେ ଅନୁସନ୍ଧାନ କରାଗଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ବିଶେଷ କରି ଜୁନାଗଡ ତହସିଲ ଅନ୍ତର୍ଗତ ହାବସପୁର ଆରଆଇ ସର୍କଲ ର ଚାଷୀ ପଂଜୀକରଣ ସଂପର୍କରେ ପରୀକ୍ଷା ମୂଲକ ଭାବେ ଅନୁସନ୍ଧାନ କରାଗଲେ ବହୁ ଲୁକ୍କାୟୀତ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଦାବୀ ହେଉଛି । ଅନ୍ୟପକ୍ଷରେ କଳାହାଣ୍ଡିରେ ଉତମ ମଣ୍ଡି ବ୍ୟବସ୍ଥା ହେଉଥିବା ଓଡିଶା ସରକାର ପ୍ରଚାର କରୁଥିବା ବେଳେ ନିମ୍ନ ସ୍ତରରେ କିଭଲି ଭାବେ ହେରାଫେରୀ ହେଉଛି ସେସବୁ ପ୍ରତି ନା ଯୋଗାଣ ବିଭାଗ ନା ପ୍ରଶାସନ କାହାର ଦୃଷ୍ଟି ପଡୁନଥିବା ଜଣାପଡିଛି । ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଚାଷୀ ମହଲରେ ଦୃଢ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.