Home କଳାହାଣ୍ଡି କଳାହାଣ୍ଡି ଜିଲ୍ଲାର ୩୦ ଗୋଟି ମିଲର୍ସ ପାଖରେ ପରିବେଶ ମଂଜୁରୀ ନାହିଁ , ମିଲିଂ କ୍ଷମତା...

କଳାହାଣ୍ଡି ଜିଲ୍ଲାର ୩୦ ଗୋଟି ମିଲର୍ସ ପାଖରେ ପରିବେଶ ମଂଜୁରୀ ନାହିଁ , ମିଲିଂ କ୍ଷମତା ବୃଦ୍ଧିରେ ଠକେଇ କରି ଧାନକିଣା କାରବାରରେ ସାମିଲ । ଯୋଗାଣ ବିଭାଗ ସନେ୍ଦହ ଘେରରେ । ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

337

କଳାହାଣ୍ଡି – ୨୩.୧୧.୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଧାନକିଣାରେ ସାମିଲ ହେବା ସହ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ କରୁଥିବା ୩୦ ଗୋଟି ମିଲର୍ସର ପରିବେଶ ମଂଜୁରୀ ନଥିବା ପରିବେଶ ବିଭାଗ ତରଫରୁ ଜଣାପଡିଛି ।  ସୂଚନା ଯୋଗ୍ୟ ଯେ, ରାଇସ ମିଲର ଡ୍ରାୟର ଓ ବ୍ରୟଲର ହାଣ୍ଡି ମଧ୍ୟରୁ ଯେଉଁ ପାଣି ନିଷ୍କାସିତ ହୋଇଥ୍ଧଶ ସେହି ପାଣି ପରିବେଶ ପ୍ରତି ଅତ୍ୟନ୍ତ କ୍ଷତି କାରକ ହୋଇଥିବା ବେଳେ ସେଥରପ୍ରତି କାହାର ଦୃହ୍ଟି ପଡୁନଥିବା ଅଭିଯୋଗ ହେଉଛି । ଏପରିକି ରାଇସ ମିଲ ମଧ୍ୟରୁ ଯେଉଁ ପାଉଁଶ ବାହାରିଥାଏ ତାହା ମଧ୍ୟ ପରିବେଶ ପ୍ରତି କ୍ଷତିକାରକ ହୋଇଥାଏ ଏବଂ ଅନେକ ସମୟରେ ମାନବ ସମାଜ ପ୍ରତି ପରୋକ୍ଷରେ ସ୍ୱାସ୍ଥ୍ୟହାନିର ମୂଖ୍ୟ କାରଣ ହୋଇଯାଇଥାଏ । ଅନ୍ୟ ପକ୍ଷରେ ଜିଲ୍ଲାପ୍ରଶାସନ ଏବଂ ଯୋଗାଣ ବିଭାଗ ସେସବୁ ପ୍ରତି କୌଣସି ପ୍ରକାର ଦୃଷ୍ଟି ନଦେଇ ପରିବେଶ ମଂଜୁରୀ ନଥିବା ମିଲର୍ସ ମାନଙ୍କୁ ମଧ୍ୟ ଧାନ କିଣା କାରବାର ରେ ସଂପୃକ୍ତ କରିବା ସହିତ ସେମାନଙ୍କ ମନଇଚ୍ଛା ମଣ୍ଡି ମାନଙ୍କରେ ଟେଗିଂ କରି ସଂପୃକ୍ତ ମଣ୍ଡିରେ ସେହି ଅସାଧୁ ମିଲର୍ସ ରାଜ ଚଲାଇବାରେ ପରୋକ୍ଷରେ ସହାୟତା ଦେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ଯଦିଓ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଭଲି ଅସାଧୁ ମିଲର୍ସମାନଙ୍କୁ ଗେହ୍ଲାପୁଅ କରି ସେମାନଙ୍କୁ ପରୋକ୍ଷରେ ସହାୟତା କରୁଛନ୍ତି ତେବେ ସେସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକତା ରହିଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇବାରେ ଲାଗିଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ରୁ ମିଳିଥିବା ତଥ୍ୟ ଅନୁସାରେ କଳାହାଣ୍ଡି ଜିଲ୍ଲାର ୭୯ ଗୋଟି ମିଲର୍ସ ମଧ୍ୟରୁ ୪୯ ଗୋଟି ମିଲର୍ସର ପରିବେଶ ମଂଜୁରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଗଜଲକ୍ଷ୍ମୀ ଏଗ୍ରୋ ଲଡୁଗାଁ, ଆରହାଂଟ ରାଇସ ମିଲ ଖଜୁରପଡା,ବଜରଙ୍ଗ ରାଇସ ମିଲ ଲଡୁଗାଁ ,ଓମଶ୍ରୀହରିକ୍ରିଷ୍ଣ ଏଗ୍ରୋ ଲଡୁଗାଁ,ଜିନମାତା ଏଗ୍ରୋ ଡୁମେରବାହାଲ ଭଲି ରାଇସ ମିଲ ଗୁଡିକର ପରିବେଶ ମଂଜୁରୀ ଆଗାମୀ ମାର୍ଚ୍ଚ ୨୦୧୯ ରେ ଶେଷ ହୋଇଯିବାର ଜଣାପଡିଛି ।
ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ରୁ ମିଳିଥିବା ତଥ୍ୟ ଅନୁସାରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ତ୍ରୀପୁରା ଫୁଡ ପ୍ରଡକ୍ଟ,ବେଲଗୁଡାର ପରିବେଶ ମଂଜୁରୀ ଗତ ୨୦୧୪-୧୫ ରୁ ରିଫୁ୍ୟଜ ହୋଇଥିବା ବେଳେ ସେହି ମିଲ ନିଜ ଇଚ୍ଛା ଅନୁସାରେ କିପରି ବାବେ ଯୋଗାଣ ବିଭାଗ ଦ୍ୱାରା ସଂପୃକ୍ତ ମିଲର ନିଜ ଅଂଚଳର ହାବସପୁର ମଣ୍ଡିରେ ଟେଗିଂ ହେଉଛି ତାହା ସାଧାରଣରେ ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହିପରି କଳିଙ୍ଗ ରାଇସ ମିଲ କେସିଙ୍ଗା,କହ୍ନେୟା ଏଗ୍ରୋ ନର୍ଲା,ମାଁ ଗୌରୀ ଶିବରାମପୁର ଜୟପାଟନା,ଦାଶରଥି ରାଇସ ମିଲ ଜୟପାଟଣା, ଆରବିଏଫଏନ ଚାରବାହାଲ,ସୀତାଫସ୍ୱଙ୍ଗ ରଣମାଲ,ଶ୍ରୀ ବାଲାଜୀ ବୁଢୀପଦର, ଆଦି ରାଇସ ମିଲର ପରିବେଶ ମଂଜୁରୀ ଗତ ୨୦୧୪-୧୫ ରୁ ଏବଂ ଆରକେ ମଡର୍ଣ୍ଣ କେସିଙ୍ଗା ଓ ଓମରାମ ରାଇସ ମିଲ ୨୦୧୬-୧୭ ରୁ ପରିବେଶ ମଂଜୁରୀ ରିଫୁ୍ୟଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଇସ ମିଲର୍ସ ଯୋଗାଣ ବିଭାଗ ଦ୍ୱାରା ଧାନ କିଣା କାରବାରରେ ସାମିଲ ହେଉଥିବା ଜଣାପଡିଛି ।

ଏହାଛଡା ଜୟଭବାନୀ ରାଇସ ମିଲ ମହିଭର,ଲକ୍ଷ୍ମୀ ରାଇସ ମିଲ ନର୍ଲା,ରବୀନ ଫୁଡ ଜୁନାଗଡ,ଭଣ୍ଡାରଘରଣୀ ରାଇସ ମିଲ ଧର୍ମଗଡ ଆଦି ରାଇସ ମିଲ ଗୁଡିକର ପରିବେଶ ମଂଜୁରୀ ଦରଖାସ୍ତ ପ୍ରୋସେସ ରେ ଥିବା ଏବଂ ଅର୍ଣ୍ଣପୂର୍ଣ୍ଣା ଏଗ୍ରିଭେଂଚର କେସିଙ୍ଗା ର ଦରଖାସ୍ତ ନାକଚ ହୋଇଯାଇଥିବା ଜଣାପଡିଛି । ହେଲେ ପରିବେଶ ମଂଜୁରୀ ନଥିବା ଏହି ସବୁ ରାଇସମିଲ ଗୁଡିକୁ କିପରି ଭାବେ ଧାନକିଣା କାରବାରରେ ସାମିଲ କରାଯିବ ତାହା ପ୍ରଶ୍ନବାଚୀ ଦେଖାଦେଇଛି । ପରିବେଶ ମଂଜୁରୀ ନଥିବା ଏହି ରାଇସ ମିଲ ଗୁଡିକୁ ଯୋଗାଣ ବ ିଭାଗ ପକ୍ଷରୁ ପ୍ରଦୁ୍ୟଷଣ ନିୟମକୁ ଉଲ୍ଲଂଘନ କରିଧାନ କିଣା କାରବାରେ ସାମିଲ କରି ରାଇସ ମିଲର୍ସଙ୍କ ଫାଇଦା କରାଇବେ କି ପ୍ରଦୁ୍ୟଷଣ ନିୟମକୁ ପାଳନ କରିବେ ତାହା ଦେଖିବାକୁ ସାଧାରଣରେ ମୂଖ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି ।

ଅତୀତରେ ରାଇସ ମିଲ ଗୁଡିକ ଦ୍ୱାରା ପ୍ରଦୂଷଣ ଦୂଷୀତ ହୋଇ ଲଡୁଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଲୋକଙ୍କ ସ୍ତାସ୍ଥ୍ୟହାନି ହୋଇଥିବା ବେଳେ ଅସାଧୁ ମିଲର୍ସମାନେ ନିଜ ଧାନ ନେବା ଟାର୍ଗେଟ ବଢାଇବା ପାଇଁ ବ୍ରୟଲର ହାଣ୍ଡି ନବଦଳାଇ ମିଲିଂ କ୍ଷମତା ବଦ୍ଧି କରିବାରେ ସଫଳ ହେବା ସଙ୍ଗେ ସଙ୍ଗେ ନିଜ ମନଇଚ୍ଛା ମଣ୍ଡିରେ ଟେଗିଂ ହୋଇ ଅସାଧୁ କାରବାର ଚଳାଇବାରେ ସକ୍ଷମ ହୋଇଥିବା ଅନେକ ଅଭିଯୋଗ ହେଉଥିଲେ ମଧ୍ୟ ସେସବୁ ଶୀତଳ ଭଣ୍ଡାରରେ ପଡିରହିଥିବା ବେଳେ ଏହି ପରିବେଶ ସୁରକ୍ଷା ବିଷୟକୁ ଯୋଗାଣ ବିଭାଗ କିପରି କାର୍ଯ୍ୟକାରୀ କରିପାରୁଛନ୍ତି ତାହା ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଚାଷୀ ନେତା ମାନେ ପ୍ରକାଶ କରୁଛନ୍ତି । ଯୋଗାଣ ବିଭାଗ ପରିବେଶ ମଂଜୁରୀ ନଥିବା ରାଇସ ମିଲ ଗୁଡିକୁ ସାମିଲ କରାଇ ପରୋକ୍ଷରେ ପରିବେଶ ଦୂଷିତ କରିବାରେ ଆଇନାନୁସାରେ ଦୋଷୀ ସାବ୍ୟସ୍ତ ହେବେ କି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏସଂପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ କଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.