Home କଳାହାଣ୍ଡି କଳାହାଣ୍ଡି ; ଅସାଧୁ ମିଲର୍ସଙ୍କ ହାତରେ ଧାନସଂଗ୍ରହ ବ୍ୟବସ୍ତା, ପରିବେଶ ମଂଜୁରୀ ନାହିଁ, ଟାର୍ଗେଟ ବଢାଇବା...

କଳାହାଣ୍ଡି ; ଅସାଧୁ ମିଲର୍ସଙ୍କ ହାତରେ ଧାନସଂଗ୍ରହ ବ୍ୟବସ୍ତା, ପରିବେଶ ମଂଜୁରୀ ନାହିଁ, ଟାର୍ଗେଟ ବଢାଇବା ପାଇଁ ଚଂଚକତା ଅଭିଯୋଗ । ଯୋଗାଣ ବିଭାଗ ଓ ଜିଲ୍ଲା ଶିଳ୍ପକେନ୍ଦ୍ର ସନେ୍ଦହ ଘେରରେ

134

କଳାହାଣ୍ଡି – ୨୨.୧୧.୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ପରେ ଧାନ ଉତ୍ପାଦନ ବୃଦ୍ଧିପାଇବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ଓଡିଶାରେ ଦ୍ୱିତୀୟ ସର୍ବାଧିକ ଧାନ ଉତ୍ପାଦନ ଜିଲ୍ଲା ଭାବରେ ଘୋଷିତ ହେଉଥିବା ବେଳେ ଧାନ ସଂଗ୍ରହକୁ ନେଇ ଅନେକ ଅନିୟମିତତା ହୋଇ କୋଟୀ କୋଟୀ ଟଙ୍କାର ହେରାଫେରୀ ହେଉଥିବା ଅଭିଯୋଗ ହେଉଛି । ଗତ ୨୦୦୫ ମସିହାରୁ ରାଜ୍ୟ ଯୋଗାଣ ବିଭାଗ ସ୍ଥାନୀୟ ପାକ୍ସ ମାଧ୍ୟମରେ ଚାଷୀଙ୍କ ଧାନ ସଂଗ୍ରହ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ମଣ୍ଡି ମାନଙ୍କରେ ମିଲର୍ସ ହିଁ ସିଧାସଳଖ ଚାଷୀଙ୍କ ଧାନ କିଣୁଥିବା ଅଭିଯୋଗ ହେଉଥିଲା । ଆବଶ୍ୟକୀୟ ଭିତିଭୂମି ଅଭାବରୁ ଟେଗିଂ ହୋଇଥିବା ମିଲର୍ସ ପାଖରେ ଆଣ୍ଠେଇବାକୁ ପାକ୍ସ କର୍ତୃପକ୍ଷ ଏକରକମ ବାଧ୍ୟ ହେଉଥିବା ଅଭିଯେ୍ଧଜ୍ଞ ହେଉଥିଲା । ଏହାର ସୁଯୋଗ ନେଇ କିଛି ଅସାଧୁ ମିଲର୍ସ ଯୋଗାଣ ବିଭାଗକୁ ହାତ କରି ନିଜସ୍ୱ ମଣ୍ଡିରେ ହିଁ ଟେଗିଂ ହୋଇ ପୂର୍ବରୁ ନିଜ ସପକ୍ଷରେ ଥିବା ଚାଷୀ ମାନଙ୍କ ନାମରେ କିମଗବା ଅନ୍ୟର ଜମିକୁ ଆରଆଇଙ୍କ ସହାୟତାରେ ଭାଗଚାଷ କରୁଥିବା ଦର୍ଶାଇ ଚାଷୀ ପଂଜୀକରଣ ବ୍ୟବସ୍ଥା କରୁଥିବା ଅଭିଯୋଗ ହେଉଥିଲା । ପାକ୍ସ କର୍ମଚାରୀମାନଙ୍କ ସହାୟତାରେ ଧାନ ମିଣା କାରବାରରେ ଫଲ୍ସ କାଗଜାତ ସମେତ ଫଲ୍ସ ଏଂଟ୍ରି କରାଇ ମଣ୍ଡିକୁ ଧାନ ନଆଣି ମଧ୍ୟ କାଗଜ ପତ୍ରରେ ଧାନ ବିକ୍ରୀ ହୋଇଥିବା ଦର୍ଶାଇ ଦିଆଯାଉଥିବା ଅଭିଯୋଗ ହୋଇଆସୁଥିଲା । ବିଶେଷ କରି ମଣ୍ଡିରେ ସ୍ଥାନୀୟ ମିଲର୍ସ ଟେଗିଂ ବ୍ୟବସ୍ଥାକୁ ଚାଷୀ ମହଲରେ ବାରମ୍ବାର ଦାବୀ କରୁଥିବା ବେଳେ ଯୋଗାଣ ବିଭାଗର କିଛି ଲାଭଖୋର ପଦାଧିକାରୀ ପରିବହନ ଖର୍ଚ୍ଚ କମାଇବା ବାହାନାରେ କିଛି ଅସାଧୁ ମିଲର୍ସଙ୍କୁ ନିଜ ପସନ୍ଦ ମୁତାବକ ମଣ୍ଡିରେ ଟେଗିଂ କରାଇ ଦେଉଥିବା ଅଭିଯୋଗ ହେଉଥିଲା । ଅନ୍ୟ ପକ୍ଷରେ କେତେକ ମିଲର୍ସ ଅଶୀ ରୁ ଶହେ କି. ମି. ଦୂରସ୍ଥ ମଣ୍ଡିରେ ଟେଗିଂ ହେଉଥିବା ବେଳେ ଅସାଧୁ ମିଲର୍ସ ମାନେ ଦୁଇ ରୁ ଆଠ କି.ମି. ଦୂରସ୍ଥ ମଣ୍ଡିରେ ଟେଗିଂ ହୋଇ ପୁରା ମଣ୍ଡିକୁ ଏକରକମ କବଜାକରି ଅନିୟମିତତା କରୁଥିବା ଚାଷି ମହଲରେ ଅଭିଯୋଗ ହେଉଥିଲା । ମୋଟାମୋଟି ଭାବେ ଚାଷୀଙ୍କ ଆପତି ଅଭିଯୋଗକୁ ଯୋଗାଣ ବିଭାଗର ଜିଲ୍ଲା ସ୍ତରର କିମ୍ବା ରାଜ୍ୟ ପଦାଧିକାରୀ ମାନେ କୌଣସି ପ୍ରକାର ଗୁରୁତ୍ୱ ଦେଉନଥିବା ବେଳେ ମିଲର୍ସଙ୍କୁ ସୁହାଇବା ଭଲି ବ୍ୟବସ୍ଥା କରୁଥିବା ଅଭିଯୋଗ ହେଉଥିଲା । ଏହାର ସୁଯୋଗ ନେଇ ମିଲର୍ସ ମାନେ ମିଲ ର ଟାର୍ଗେଟ ବଢାଇବା ଲାଗି ଚଂଚକଲତା କରି ଅଧିକ କ୍ଷମତା ଦର୍ଶାଇ ସଂପନ୍ନ ଦର୍ଶାଇ ଯୋଗାଣ ବିଭାଗରୁ ଦାନ ସଂଗ୍ରହ ଟାର୍ଗେଟ ଅଧରକ କରାଇ ନେଇ ମଣ୍ଡି ମାନଙ୍କରେ ହେରାଫେରି କରୁଥିବା ଅଭିଯୋଗ ହେଉଛି । ଏସଂପର୍କରେ ଜିଲ୍ଲା ଶିଳ୍ପ କେନ୍ଦ୍ର ରେ ଦୀର୍ଘ ଦିନରୁ ତଥ୍ୟ ପାଇଁ ଆବେଦନ କରାଯାଇଥିଲେହେଁ କୌଣସି ତଥ୍ୟ ପ୍ରକାଶ କରାଯାଉନଥିବାରୁ ଡିଆଇସି ମଧ୍ୟ ସନେ୍ଦହ ଘେରରେ ଥିବା ବେଳେ ଯୋଗାଣ ବିଭାଗ କୌଣସି ସରଜମିନ ତଦନ୍ତ ନକରି କିପରି ଭାବେ ଅଧିକ ଟାର୍ଗେଟ ଦେଉଥିଲେ ତାହା ମଧ୍ୟ ସନେ୍ଦହ ଜନକ ଏବଂ ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । ଅନ୍ୟ ପକ୍ଷରେ ଡ୍ରାୟର ଓ ବ୍ରୟଲର ହାଣ୍ଡିର କ୍ଷମତା ନବଦଳାଇ କିପରି ଭାବେ ମିଲିଂ କ୍ଷମତା ବଢାଇଦିଆଯାଇଛି ତାହା ମଧ୍ୟ ସନେ୍ଦହଜନକ ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଯୋଗାଣ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ତଥା ଫାକ୍ଟ୍ରୀ ଓ ବ୍ରୟଲର ନିଦେ୍ର୍ଦଶାଳୟ ମିଳିତ ବାବେ ଅନୁଧ୍ୟାନ ଓ ଟେଷ୍ଟ ମିଲିଂ କରି ମିଲିଂ କ୍ଷମତା ବୃଦ୍ଧି କରାଯାଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଥିଲେହେଁ କୌଣସି ପଦାଧିକାରୀ ମିଲ ପଏଂଟକୁ ନଯାଇ ଅନ୍ଧାଧୁନ ଭାବେ ମିଲିଂ କ୍ଷମତା ବୃଦ୍ଧି ଅନୁମତି ଦେଇଥିବା ଅଭିଯୋଗ ହେଉଛି । ଏସବୁ ସଂପର୍କରେ ଅଧିକ ତଦନ୍ତ କରାଯିବାର ଆବଶ୍ୟକ ରହିଥିବା କୁହାଯାଉଛି । କେବଳ କେସିଙ୍ଗାସ୍ଥିତ ଏକ ମାତ୍ର ମିଲରେ ମିଲିଂ କ୍ଷମତା ଅନୁଯାୟୀ ଡ୍ରାୟର ଓ ବ୍ରୟଲର ହାଣ୍ଡିର ବ୍ୟବସ୍ଥା ଥିବା କୁହାଯାଉଛି । ଅନ୍ୟସବୁଯାକ ମିଲରେ କେବଳ କାଗଜପତ୍ରରେ ହିଁ ମେସିନ ଲାଗିଥିବା ଏବଂ ଟାର୍ଗେଟ ବଢାଇ ଫଲ୍ସ ଏଂଟ୍ରୀ ମାଧ୍ୟମରେ ହିଁ ଧାନ ମିଲିଂ ହେଉଥିବା ବ୍ୟବସ୍ଥା ଚାଲିଥିବା ଅଭିଯୋଗ ହେଉଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହାସତ୍ୟ ଯେ, ମଣ୍ଡିକୁ ଧାନ ନ ଆସି ସେହି ଧାନର ବିକ୍ରୀବଟା ଠାରୁ ଆରମ୍ବ କରି ଚାଉଲ ମିଲିଂ ତଥା ଚାଉଲ ଡେଲିଭରି ଇତ୍ୟାଦି ସବୁ କିଛି କାଗଜପତ୍ରରେ ହିଁ ସଂପନ୍ନ ହୋଇଯାଇଥାଏ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି ।
ଏତଦବ୍ୟତୀତ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ମିଲର୍ସଙ୍କ ପାଖରେ ପରିବେଶ ମଂଜୁରୀ ନଥିବା ବେଳେ ଯୋଗାଣ ବିଭାଗ ଦ୍ୱାରା ଟେଗିଂ ହୋଇ ଧାନ କିଣା କାରବାରରେ ସାମିଲ ହେଉଥିବା ଜଣାପଡିଛି । ଏସଂପକରେ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡା ଆଂଚଳିକ କାର୍ଯ୍ୟାଳୟ ସୂର୍ତ୍ରରୁ ମିଳୀଥିବା ତଥ୍ୟ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ୭୯ ଗୋଟି ମିଲର୍ସଙ୍କ ମଧ୍ୟରୁ ୫୭ ଗୋଟି ମିଲର୍ସଙ୍କ ପରିବେଶ ମଂଜୁରୀ ଅଦ୍ୟାବଧି କାଏମ ରହିଥିବା ବେଳେ ୩ ଗୋଟି ମିଲ ବନ୍ଦ ହୋଇଯାଇଥିବା ଜଣାପଡିଛି । ସେହିପରି ୪ ପୋଟି ମିଲକୁ ବନ୍ଦ ପାଇଁ ନୋଟିସ ଦିଆଯାଇଥିବା ବେଳେ ଗତ ୨୦୧୭-୧୭ ସୁଦ୍ଧା ୯ ଗୋଟି ମିଲର ଦରଖାସ୍ତ ନାମଂଜୁର ହୋଇଯାଇଥିବା ଏବଂ ଗୋଟିଏ ମିଲର୍ସର ଦରଖାସ୍ତ ନାକଚ କରାଯାଇଥିବା ବେଳେ ମାତ୍ର ୪ ଗୋଟି ମିଲର ପରିବେଶ ମଂଜୁର ଦରଖାସ୍ତ ପ୍ରେସେସରେ ଥିବା ପ୍ରକାଶ । ଏଭଲି ଅନିୟମିତତା ଓ ସରକାରୀ ନିୟମ କାନୁନକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅସାଧୁ ମିଲର୍ସ ମାନେ ମଣ୍ଡିରେ ଚାଷୀଙ୍କୁ ଶୋଷଣ କରି ଏକ କ୍ୱିଂଟାଲ ପାଇଁ ଶହେ ଆଠରୁ ଶହେଦଶ କି.ଗ୍ରା, ଦାନ ଚାଷୀଙ୍କ ଠାରୁ ନେଇ ସମସ୍ତଙ୍କୁ ଭାଗ ଦେଉଥିବା ଖୋଲାଖୋଲି ପ୍ରକାଶ କରୁଥିବା ବେଳେ କାଗଜପତ୍ରରେ ଏଫଏକୁ୍ୟ ଧାନ ଠିକ ଭାବରେ ବିକ୍ରୀବଟା ହେଉଥିବା ଦର୍ଶାଇ ଦିଆଯ୍ଧମଥିବା ହେତୁ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଚାଷୀ ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.