Home କଳାହାଣ୍ଡି କଳାହାଣ୍ଡିର ଧର୍ମଗଡ ବିଧାନସଭା ପାଇଁ ଓବିସି ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି

କଳାହାଣ୍ଡିର ଧର୍ମଗଡ ବିଧାନସଭା ପାଇଁ ଓବିସି ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି

536

କଳାହାଣ୍ଡି – ୦୧.୦୩.୨୦୧୯(ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲାରେ ଓବିସି ସଂଖିାଧିକ ଥିବା ଦର୍ଶାଇ ଅନ୍ତତଃ ପକ୍ଷେ ଧର୍ମଗଡ ବିଧାନସଭା କ୍ଷେତ୍ରରେ ଓବିସି ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ ଓବିସି ମହଲରେ ଦୃଢ ଦାବି ହେଉଛି। ଧର୍ମଗଡ ବ୍ଲକ ଅଧିନସ୍ଥ ବୋଡେନସ୍ଥିତ ହାଇସ୍କୁଲ ପଡିଆଠାରେ ସମାଜସେବୀ ସୁଧାନିଧି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଳାହାଣ୍ଡି ଓବିସି ଶ୍ରେଣୀର କାର୍ଯ୍ୟକର୍ତାମାନଙ୍କ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ସମାଜର ପଛୁଆବର୍ଗ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ସମଗ୍ର କଳାହାଣ୍ଡି ଜିଲ୍ଲାରେ ପଛୁଆ ବର୍ଗର ଭୋଟର ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ବିଶେଷ କରି ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ପଛୁଆବର୍ଗର ଭୋଟର ହିଁ ବିଧାୟକ ନିର୍ବାଚନରେ ଗୁରୁତ୍ୱ ବହନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ପଛୁଆବର୍ଗର ଭୋଟ ବେଙ୍କ ହାତେଇ ନିର୍ବାଚନ ବୈତରଣୀ ପାର ହେବା ଲାଗି ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଜଣେ ପଛୁଆବର୍ଗର ପ୍ରାର୍ଥୀ ଙ୍କୁ ସୁଯୋଗ ଦେବାକୁ ବୈଠକରେ ଦାବି ହୋଇଥିଲା। ସମାଜସେବୀ ସୁଧାନିଧି ତୃଣମୂଳ ସ୍ତରରୁ ସବୁବେଳେ ଲୋକଙ୍କ ସହିତ ସୁଖଦୁଃଖର ସାଥି ହୋଇ ରହି ଆସିଥିବା ବେଳେ ପଛୁଆବର୍ଗରେ ସୁଧାନିଧି ନାଏକଙ୍କ ପ୍ରତି ସମସ୍ତଙ୍କ ଆସ୍ଥା ରହିଥିବା ମତ ପ୍ରକାଶ ପାଇଥିଲା। ଏପରିକି ସୁଧାନିଧିଙ୍କୁ ଯେକୌଣସି ଦଳରେ ପ୍ରାର୍ଥୀ କରାଗଲେ ସମସ୍ତ ପଛୁଆବର୍ଗର ଲୋକେ ସମର୍ଥନ ଜକଣାଇବେ ବୋଲି ମଧ୍ୟ ମତପ୍ରକାଶ ପାଇଥିଲା। ସବୁବେଳେ ପଛୁଆ ହୋଇରହିଥିବା ଏହି ପଛୁଆ ବର୍ଗର ମତାମତକୁ ଆଗାମୀ ଦିନରେ ଗ୍ରହଣ କରାନଗଲେ ସମସ୍ତ ପଛୁଆବର୍ଗର ଭୋଟର ମାନେ ସାମୁହିକ ଭାବେ ଭୋଟ ବର୍ଜନ କରିବାକୁ ଚରମ ଚେତାବନୀ ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.