Home କଳାହାଣ୍ଡି କଳାହାଣ୍ଡିରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ । ଛିଣ୍ଡି ପଡିଲା ଜାତୀୟ ପତାକା ।

କଳାହାଣ୍ଡିରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ । ଛିଣ୍ଡି ପଡିଲା ଜାତୀୟ ପତାକା ।

820

କଳାହାଣ୍ଡି – ୨୬.୦୧.୨୦୧୯ (ଓଡିଆପୁଅ) ସମଗ୍ର ଦେଶ ୭୦ତମ ସାଧାରନତନ୍ତ୍ର ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଲନ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ମିଳିତ ପେରେଡରେ ଅଭିବାଦନ ଗ୍ରହଣ କରିଥିଲେ । ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିଭୀନ୍ନ ଜନହିତକର ଯୋଜନା ସବୁ ସଂପର୍କରେ ଆଲୋଚନା କରିବା ସହିତ କୃଷକ ମାନଙ୍କ ଉନ୍ନତି ପାଇଁ ସରକାର ସର୍ବଦା ଚେଷ୍ଟିତ ବୋଲି ପ୍ରକାଶ କରିଥିଲେ । ଭବାନୀପାଟଣା ସହରସ୍ଥିତ ଲାଲବାହାଦୁର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସମାରୋହରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପତାକା ଉତ୍ତୋଳନ କରିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ଗହଣରେ ଆସି ପତାକା ଉତ୍ତୋଳନ କରିବା ସମୟରେ ଜାତୀୟ ପତାକା ଛିଣ୍ଡି ପଡିଥିଲା । ନିଜ ସମ୍ମୁଖରେ ଜାତୀୟ ପତାକା ପଡିବା ଦେଖି ଏସପି ନିଜେ ଜାତୀୟ ପତାକାକୁ ଉଠାଇ ନିକଟରେ ଥିବା ଆରକ୍ଷୀକୁ ଦେବା ପରେ ପୁଣିଥରେ ଜାତୀୟ ପତାକା ବନ୍ଧାଯାଇ ଉତ୍ତୋଳନ କରାଯାଇଥିଲା । ଜାତୀୟ ପତାକା ଏପରିଭାବେ ଛିଣ୍ଡି ପଡିବା ଘଟଣାକୁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସାଧାରଣରେ ଦୃଢ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.