Home କଳାହାଣ୍ଡି କଳାହାଣ୍ଡିରେ ମାଟ୍ରିକ ବୋର୍ଡ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ, ତିନି ଶିକ୍ଷକ ଗିରଫ

କଳାହାଣ୍ଡିରେ ମାଟ୍ରିକ ବୋର୍ଡ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ, ତିନି ଶିକ୍ଷକ ଗିରଫ

431

କଳାହାଣ୍ଡି- ୦୨.୦୩. ୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବା ଦିନଠାରୁ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ନେଇ ସ୍ୱଚ୍ଛ ଓ ନିର୍ମଳ ପରୀକ୍ଷା ହେବା ସଂପର୍କରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ଶନିବାର ମାର୍ଚ୍ଚ ଦୁଇତାରିଖ ଦିନ ଗଣିତ ପରୀକ୍ଷା ହେବାକୁ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାନ୍ତର୍ଗତ ରେଙ୍ଗାଲପାଳି ଠାରେ ଥିବା ପରମାନନ୍ଦ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରୁ ଗଣିତ ପ୍ରଶ୍ନପତ୍ର ମୋବାଇଲ ଯୋଗେ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଏସଂପର୍କରେ ଭାଇରାଲ କରିଥିବା ଶିକ୍ଷୟତ୍ରୀ ପୁଷ୍ପାଞଳି ଦଳପତିଙ୍କ ସମେତ ପରୀକ୍ଷା ହଲର ଇନଭିଜିଲେଟର ବ୍ରଜେନ୍ଦ୍ର ବେହେରା ଓ ପରୀକ୍ଷା କେନ୍ଦ୍ର ଅଧିକ୍ଷକ( ସୁପରିନଟେଣ୍ଡେଂଟ) ତଥା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପୋିଲସ ଗିରଫ କରି କୋର୍ଟଚାଲାଣ କରିଥିବା ଜକଣାପଡିଛି । ଘଟଣାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ସ୍ଥିତ ପରମାନନ୍ଦ ହାଇସ୍କୁଲ ଏକ ବ୍ଲକ ଗ୍ରାଂଟ ହାଇସ୍କୁଲ ହୋଇଥିଲେହେଁ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ନିକଟସ୍ଥ ଭଇଁରୀପାଲି ହାଇସ୍କୁଲ,ଉଛଲା ହାଇସ୍କୁଲ ଓ କୁମଯୋର ହାଇସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏହି ପରମାନନ୍ଦ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ପରିଚାଲନା କରିବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ନିକଟସ୍ଥ ପ୍ରାଥମିକ ସ୍କୁଲରୁ ଶିକ୍ଷକ ମାନଙ୍କୁ ଡେପୁଟେସନରେ ଅଣାଯାଇଥିଲା । ସେହିପରି ଭାବେ ପ୍ରାଥମିକ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଦଳପତିଙ୍କୁ ମାଟ୍ରିକ ପରୀକ୍ଷା ପରିଚାଲନାରେ ସହେଯାଗ କରିବା ପାଇଁ ଡେପୁଟେସନରେ ଅଣାଯାଇଥିବା ପ୍ରକାଶ । ଶନିବାର ଦିନ ଗଣିତ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବଂଟନ କରାଯିବାପରେ ରିଲିଭର ଦାୟୀତ୍ୱରେ ଥିବା ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଦଳପତି ୪ନମ୍ବର ପରୀକ୍ଷା ହଲକୁ ଆସି ଜନୈକ ଛାତ୍ରଙ୍କ ଠାରୁ ଡି ସେଟ ଗଣିତ ପ୍ରଶ୍ନ ସମେତ ଅନ୍ୟାନ୍ୟ କାଗଜାତର ଫଟୋକପି ସବୁ ମିବାଇଲ ଯୋଗେ ଉଠାଇ ନିଜ ଭାଇ ପାଖକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି । ଗଣିତ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଜଣାପଡିବା ପରେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ସଂଜିବ ସିଂ ଘଟଣା ସଂପର୍କରେ ଅଧିକ ତଦନ୍ତ କରିବା ସହିତ ଜୟପାଟଣା ଥାନାରେ ସେନେଇ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲେ । ପୋଲିସ ସେସଂପର୍କରେ ଥାନା କେଶ ନଂ ୭୭/୨୦୧୯ ରୁଜ୍ଜୁ କରି ଘଟଣାସଂପର୍କରେ ଅଧରକ ତଦନ୍ତ କରିବା ସହିତ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଜଡିତ ଥିବା ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଦଳପତି ତଥା ସେହି ପରୀକ୍ଷା ହଲରେ ଇନଭିଜିଲେଟର ଦାୟୀତ୍ୱରେ ଥିବା ଶିକ୍ଷକ ବ୍ରଜେନ୍ଦ୍ର ବେହେରା ଏବଂ କେନ୍ଦ୍ର ଅଧିକ୍ଷକ ଦାୟୀତ୍ଦବରେ ଥିବା ପ୍ରଧାନ ଶିକ୍ଷକ ରବୀନ୍ଦ୍ର ମୁଣ୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାନ୍ୟବର ଅଦାଲତ ସେମାନଙ୍କ ଜାମିନ ଆବେଦନ ନାମଂଜୁର କରିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ମାଟ୍ରୀକ ବୋର୍ଡ ପରୀକ୍ଷାରେ ଅନେକ ଘଟଣା ଲୋକଲୋଚନକୁ ଆସିବା ପରେ କର୍ତୃପକ୍ଷ ସ୍ୱଚ୍ଛ ଓ ନିର୍ମଳ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ମିଶି ଅନେକ ସୁରକ୍ଷା ବନେ୍ଦାବସ୍ତ କରୁଥିବା ବେଳେ ଏଭଲି ଭାବେ ପ୍ରଶ୍ନପତ୍ର ଭାଇରାଲ ହେବା ଭଲି ଅଭାବନୀୟ ଘଟଣା ମାନ ପରୀକ୍ଷାର୍ଥô ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ପୂର୍ବରୁ ପରୀକ୍ଷା କେନ୍ଦ୍ର ମାନଙ୍କରେ ପରୀକ୍ଷାର ପୂର୍ବଦିନ ସୁଦ୍ଧା ପ୍ରଶ୍ନପତ୍ର ପହଂଚିଯାଉଥିବା ହେତୁ ଅନେକ ପ୍ରକାର ଅଘଟଣ ହେଉଥିବା ଅଭିଯୋଗ ହେଉଥିଲା । ସେଥିପାଇଁ ପୂର୍ବରୁ ଚିହ୍ନଟ କରାଯାଇଥିବା ପ୍ରତ୍ୟେକ ବ୍ଲକ ମୂଖ୍ୟାଳୟରେ ଥିବା ହାଇସ୍କୁଲରେ କଡା ସୁରକ୍ଷା ବଳୟ ଭିତରେ ପ୍ରଶ୍ନପତ୍ର ଗଚ୍ଛିତ କରାଯାଇ ଚଳିତ ବର୍ଷ ପରୀକ୍ଷା ର ଏକଘଂଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଂଚିବା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ହେଲେ ମୋବାଇଲ ଯୁଗରେ ପ୍ରଶ୍ନପତ୍ର ଲିକ ହେବା ଭଲି ଘଟଣା ସହଜ ହୋଇଥିବା ବେଳେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ ମନା କରାଯାଇଥିବା ଜଣାପଡିଛି । ଏପରିକି ପରୀକ୍ଷା କେନ୍ଦ୍ରକି ସକାଳ ୯ଟା ୧୫ ମିନିଟରେ ଶିକ୍ଷକ ମାନେ ପ୍ରବେଶ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ୯ଟା ୪୫ମିନିଟରେ ପ୍ରଶ୍ନପତ୍ର ଦିଆଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ହେଲେ ସଂପୃକ୍ତ ଶିକ୍ଷୟତ୍ରିଙ୍କ ପାଖରେ ମୋବାଇଲ ଥିଲା କିପରି ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଂପୃକ୍ତ ପ୍ରଧାନଶିକ୍ଷକ କିମ୍ବା ରିଲିଭର ଦାୟୀତ୍ୱରେ ଥିବା ଶିକ୍ଷୟତ୍ରୀ ପରୀକ୍ଷା ହଲ ଭିତରକୁ ପଶି ଆସି ପ୍ରଶ୍ନପତ୍ରକୁ ଫଟୋଉଠାଇବା ପର୍ଯ୍ୟନ୍ତକୁ ସଂପୃକ୍ତ ଇନଭିଜିଲେଟର ସୁଯୋଗ ଦେବା ଭଲି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ସଂପୃକ୍ତ ଶିକ୍ଷକ ମାନଙ୍କୁ ସସପେଣ୍ଡ କରାଯାଇଥିବା ପ୍ରକାଶ କରିଛନ୍ତି । ଅଧିକ ତଥ୍ୟ ସଂଗ୍ରହ ପାଇଁ ଘଟଣାର ତଦନ୍ତ ଜାରି ରହିଥିବା ଜୟପାଟଣା ଥାନା ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.