Home କଳାହାଣ୍ଡି କଳାହାଣ୍ଡିରେ ପ୍ରଧାନମନ୍ତ୍ରୀ, ତ୍ରୀପୁରା ଭଲି ଓଡିଶା ଆଗାମୀ ନିର୍ବାଚନରେ ଭାରତ ବର୍ଷକୁ ଚକିତ କରିବ

କଳାହାଣ୍ଡିରେ ପ୍ରଧାନମନ୍ତ୍ରୀ, ତ୍ରୀପୁରା ଭଲି ଓଡିଶା ଆଗାମୀ ନିର୍ବାଚନରେ ଭାରତ ବର୍ଷକୁ ଚକିତ କରିବ

543

କଳାହାଣ୍ଡି-୦୨.୦୪.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଦିନିକିଆ ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳାହାଣ୍ଡି ଜିଲ୍ଲା ବବାନୀପାଟନା ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କେନ୍ଦ୍ରର ବିଜେପି ସରକାରର ସଫଳତା ବଖାଣି ଥିଲେ । ବାୟୁସେନାର ସ୍ୱତନ୍ତ୍ର କେଲିକେପ୍ଟରରେ ଶ୍ରୀକୃଷ୍ଣ୍ ନଗର ସମାବେଶ ସଭାସ୍ଥଳକୁ ଆସି କଳାହାଣ୍ଡିଆ ଭାଷାରେ ମାଆ ମାଣିକେଶ୍ୱରୀ ଓ ପ୍ରଭୂ ଭବାନୀଶଙ୍କରଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ଥିଲେ । ଆପନମାନେ କେନ୍ତା ଅଛନ ବୋଲି ଉପସ୍ଥିତ ଜନ ସମାବେଶକୁ ପଚାରିବା ସହ ଶହୀଦ ରେଣ୍ଡୋମାଝୀ, ଚକରା ବିଶୋୟୀ ଭଲି ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିଥିଲେ । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଆପଣମାନେ ଗତ ପାଂଚ ବର୍ଷ ପୂର୍ବେ ଏହି ପ୍ରଧାନ ସେବକଙ୍କୁ ଦେଶର ଦାୟୀତ୍ୱ ଦେଇ ସେବା କରିବାର ଆଦେଶ ଦେବା ପରଠାରୁ ଗୋଟିଏ ଦିନ ମଧ୍ୟ ଛୁଟି ନନେଇ ଆପଣ ମାନଙ୍କର ଦେଶ ମାତୃକାର ସେବା କରି ଚାଲିଛି ବୋଲି ପ୍ରକାଶ କରିଥିଲେ । ବିଗତ ପାଂଚ ବର୍ଷ ମଧ୍ୟରେ ଓଡିଶାର ୧ଲକ୍ଷ ଗରିବ ପରିବାରକୁ ପକ୍କାଘର.୨୪ ଲକ୍ଷ ଘରକୁ ମୁକ୍ତ ବିଜୁଳି,୪୦ ଲକ୍ଷ ଗରିବ ମାଆ ଭଉଣୀକୁ ଉଜ୍ୱାଳା ଗ୍ୟାସ,୧କୋଟୀ ୪୦ ଲକ୍ଷ ଜନଧନ ଖାତା, ୫୦ ଲକ୍ଷ ଶୌଚାଳୟ, ନିର୍ମାଣ ଆଦି କେନ୍ଦ୍ରର ଭାଜପା ସରକାର କରିଥିବା ବେଳେ ସେସବୁର ଶ୍ରେୟ ଜନତାହିଁ ବୋଲି ପ୍ରକାଶ କରିଥିଲେ । ଉଭୟ ବିଜେଡି ଓ କଂଗ୍ରେସ ଗରିବ ଲୋକଙ୍କୁ ଭୋଟ ବେଙ୍କ କରି ସବୁଦିନ ଗରିବ କରି ମାଳା ଜପୁଥିବା ବେଳେ ଦଶନ୍ଧୀ ଦଶନ୍ଧୀ ଧରି କଂଗ୍ରେସ ଯାହା କରିପାରିନଥିଲା କେନ୍ଦ୍ରର ଭାଜପା ସରକାର ପାଂଚ ବର୍ଷ ମଧ୍ୟରେ ତାହା କରିଦେଖାଇଲା ବୋଲି ପ୍ରକାଶ କରିଥିଲେ । ଏହି କଳାହାଣ୍ଡି ମାଟିରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦୀଲ୍ଲୀରୁ ଏକ ଟଙ୍କା ଆସିଲେ କଳାହାଣ୍ଡିରେ ତାହା ୧୫ ପଇସା ପହଂଚୁଥିବା ସ୍ୱୀକାର କରିଥିବା ବିଷୟକୁ ମନେ ପକାଇ ସେତେବେଳର ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଏବଂ ଭାଜପା ସରକାର ସେହିଭଲି ଦୁର୍ନୀତି ରୁ ଦେଶକୁ ବଂଚାଇବାକୁ ଉଦ୍ୟମ କରୁଛି ବୋଲି ପ୍ରକାଶ କରିଥିଲେ । ବର୍ତମାନର ଓଡିଶା ସରକାର ଦୀର୍ଘ ବର୍ଷ ହେବ ଶାସନ କରୁଥିବା ବେଳେ କେନ୍ଦ୍ରର ଭାଜପା ସରକାର ଯେତେସବୁ ଯୋଜନା ପ୍ରଣୟନ କରୁଥିଲେହେଁ ରାଜ୍ୟ ସରକାର ସେସବୁ କାର୍ଯ୍ୟକାରୀ କରୁନାହାନ୍ତି । ଫଳତଃ ଆୟୁଷ୍ମାନ ଭାରତ ଭଲି ଯୋଜନାର ଲାଭ ସାଧାରଣ ଲୋକେ ପାଇପାରୁନାହାନ୍ତି । ଆଦିବାସୀ, ଗରିବ,କୃଷକ,ମତ୍ସ୍ୟଜୀବି ଆଦି ଙ୍କ ପାଇଁ ଭାଜପା ସରକାର କରିଥିବା ଯୋଜନା ସବୁ ବଖାଣିବା ସହିତ ଗତ ବର୍ଷ ଠାରୁ ଆରମ୍ଭ କରାଯାଇଥିବା ମତ୍ସ୍ୟଜୀବି ମନ୍ତ୍ରଣାଳୟ ଏବଂ ସ୍ୱର୍ଗତ ଅଟଳଜୀଙ୍କ ଶାସନ କାଳରେ ଆରମ୍ଭ ହୋଇଥିବା ଆଦିବାସୀ ମନ୍ତ୍ରଣାଳୟ ସଂପର୍କରେ ବିଷଦ ଭାବରେ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀଜୀ । ରାଜ୍ୟ ସରକାରଙ୍କ ବିଫଳତାର ଚିତ୍ର ବର୍ଣ୍ଣନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀଜୀ କହିଲେ ଯେ, ଦୀର୍ଘ ୧୯ ବର୍ଷ କିଛି କମ ସମୟ ସୀମା ନୁହେଁ ଏହି ସମୟ ମଧ୍ୟରେ ଦେଶ ପାଇଁ ବହୁତ କିଛି କରାଯାଇ ପାରିବ । ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଦୀର୍ଘ ମିଆଦୀ ଯୋଜନା କରାଯାଇପାରିଲା ନାହିଁ । ତେଣୁ ଏବେ ପରିବର୍ତନ ଆବଶ୍ୟକତା ଅଛି ଏବଂ ଡବଲ ଇଂଜିନ ସରକାର ହେଲେ କେନ୍ଦ୍ର ସରକାର ଯାହା ଯୋଜନା କରିବ ତାହା ରାଜ୍ୟ ସରକାର ରାଜ୍ୟରେ ପ୍ରଣୟନ କରି ସହଜରେ ଲୋକଙ୍କ ପାଖରେ ପହଂଚାଇ ପାରିବ । ଓଡିଶାର ଜନତାଙ୍କ ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରି ମୋଦୀଜୀ କହିଲେ ତ୍ରୀପୁରା ଭଲି ଓଡିଶା ମଧ୍ୟ ଆଗାମୀ ଦିନରେ ସାରା ଭାରତ ବର୍ଷକୁ ଚକିତ କରିଦେବ । ସମସ୍ତ ଯୋଜନା ସବୁ ସରକାର କଲେ ମଧ୍ୟ ସେସବୁ ଜନତାଙ୍କର ଏକ ଭୋଟ ଦ୍ୱାରା ହିଁ ସମ୍ଭବ ହୋଇପାରେ ବୋଲି ପ୍ରକାଶ କରିବା ସହିତ ଆଗାମୀ ନିର୍ବାଚନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ସୁସ୍ଥ ସବଳ ସରକାର ଗଠନ କରି ଦେଶ ମାତୃକାର ଚୌକିଦାର କରିବା ପାଇଁ ନିବେଦନ କରିଥିଲେ । ଏଥି ସହିତ ଅତୀତରେ କାଶ୍ମୀର ସୁରକ୍ଷା ଯାତ୍ରାରେ ମାନନୀୟ ମୂରଲି ମନୋହର ଯୋଷୀଙ୍କ ସହିତ କଳାହାଣ୍ଡି ଆସିଥିବା ବେଳେ କଳାହାଣ୍ଡି ବାସୀ ଯୋଉଁ ଭଲି ଭାବେ ସ୍ନେହ ଶ୍ରଦ୍ଧା ଓ ଆଗ୍ରହ ତଥା ଆଶିର୍ବାଦ ଦେଇଛନ୍ତି ତାହା ଆଜି ମଧ୍ୟ ମୋର ମନେଅଛି ଏବଂ ଆଗାମୀ ଦିନରେ ମଧ୍ୟ କଳାହାଣ୍ଡି ବାସୀ ନିଶ୍ଚିତ ଭାବେ ଆଶୀର୍ବାଦ କରିବେ ବୋଲି ଆଶା ପ୍ରକଟ କରିଥିଲେ । ଏହି କାର୍ଯୟକ୍ରମରେ ରାଜ୍ୟ ସଭାପତି ତଥା ସାଂସଦ ପ୍ରାର୍ଥୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସଭାପତି ତଥା ଭବାନୀପାଟଣା ବିଧାୟକ ପ୍ରାର୍ଥୀ ପ୍ରଦୀପ ନାଏକ ସ୍ୱାଗତ ଭାଷଣ ଦେଇଥିଲେ । କେନ୍ଦ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଚାର କମିଟୀ ସଭ୍ୟ ତଥା ପୂର୍ବତନ ମନ୍ତ୍ରୀ ଡା ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ପ୍ରମୂଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ସୁବାସ ନାୟକ, ପୂର୍ବତନ ବିଧାୟକ ଯୁଗେରାମ ବେହେରା, ଜନାର୍ଦ୍ଦନ ପଣ୍ଡା, ପ୍ରମୋଦ ପଟ୍ଟନାୟକ ଭାଜପାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.