Home ଅନୁଗୁଳ କଳମଛୁଇଁ ଶିଶୁମନ୍ଦିର ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କଳମଛୁଇଁ ଶିଶୁମନ୍ଦିର ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

128

ତାଳଚେର,୧୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ଧ୍ୱଜ ଉତୋଳନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନାଚାର‌୍ୟ୍ୟ ଅନୀଲ କୁମାର ଦେହୁରୀ ଅଧ୍ୟକ୍ଷତା କରିଥିବା ବେଳେ ଶାରିରୀକ ପ୍ରଶିକ୍ଷକ ବୀରେନ୍ କୁମାର ପ୍ରଧାନ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ । କାର‌୍ୟ୍ୟକ୍ରମରେ ଆଚାର‌୍ୟ୍ୟ ପ୍ରତିନିଧି ଅଜୟ କୁମାର ସାହୁ,ଗୁରୁଜୀ ତ୍ରିଲୋଚନ ବେହେରା,କୁମୁଦ ଚନ୍ଦ୍ର ବେହେରା,ବିକାଶ ଚନ୍ଦ୍ର ପ୍ରଧାନ,ଦମୟନ୍ତୀ ନନ୍ଦ,ଚର୍ତୁଭୂଜ ସାହୁ,ପବିତ୍ର କୁମାର ସାହୁ,ଶରତ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପଦ୍ମାବତୀପୁର ପଂଚାୟତ ଅନ୍ତର୍ଗତ କନ୍ଧବେରେଣୀ ଆଶ୍ରମ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ କେଦାର ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ପରିଚାଳନା ସମିତିର ସଭାପତି ଦୟାନିଧି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । କାର‌୍ୟ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ନାରାୟଣ ସାହୁ ପରିଚାଳନା କରିଥିଲେ । କୋରୋନା ମହାମାରୀର ଭୟାବହତାକୁ ଦୃଷିରେ ରଖି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ଉପସ୍ଥିତ ନଥିଲେ । ଶିକ୍ଷକ ଘନଶ୍ୟାମ ସାହୁ,କନକ କିଷାନ୍‌,ସୁମିତା ଗଡନାୟକ,ଦେବକୀ ପାତ୍ର,ମଞ୍ଜୁ ସାହୁ,ସୁରବାଲି ପ୍ରଧାନ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିସହିତ ହିଙ୍ଗୁଳା ନୋଡାଲ ହାଇସ୍କୁଲ,କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟ,ଡଅଁରା ଉଚ୍ଚ ବିଦ୍ୟାଳୟ,ସୋଲଡା ପ୍ରାଥମିକ ବିଦ୍ୟାଳୟ,ହିଙ୍ଗୁଳା ପ୍ରକଳ୍ପ ଅଧିକାରୀଙ୍କ କାର‌୍ୟ୍ୟାଳୟ ସମେତ ବହୁ ଅନୁଷ୍ଠାନରେ ଜାତୀୟ ପତାକା ଉତୋଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.