Home ଜିଲ୍ଲା ପରିକ୍ରମା କଡାସୁରକ୍ଷା ମଧ୍ୟରେ ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ, ସ୍ୱାମୀବିବେକାନନ୍ଦ ଓ ରମାନୁଜନ ଙ୍କ ଆଦର୍ଶ ଅନୁପ୍ରାଣୀତ...

କଡାସୁରକ୍ଷା ମଧ୍ୟରେ ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ, ସ୍ୱାମୀବିବେକାନନ୍ଦ ଓ ରମାନୁଜନ ଙ୍କ ଆଦର୍ଶ ଅନୁପ୍ରାଣୀତ ହୋଇ ବିଶ୍ୱବାସୀଙ ଓ ପ୍ରକୃତିକୁ ଭଲପାଅ, ରାଜ୍ୟପାଳ -ଶ୍ରୀ ଲାଲ

168

ମାଲକାନଗିରି,୧୨ା୧୧ (ଓଡିଆ ପୁଅ ) ସ୍ୱାମୀବିବେକାନନ୍ଦ ଓ ଗଣିତବିଷାରଦ ରାମାନୁଜନ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଶ୍ୱବାସୀ ଓ ପ୍ରକୃତିକୁ ଭଲପାଅ ବୋଲି ମାଲକାନଗିରି ଜିଲ୍ଲାଗସ୍ତରେ ନୂତନ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ ଆସି ଜବାହର ନବଦୋୟବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଛନ୍ତି । ଆଜି ସକାଳେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ  ଓଡିଶାର ନୂତନ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ବିଏସଏଫ କ୍ୟାମ୍ପ ହେଲିପ୍ୟାଡରେ ରେ ଅବତରଣ କରିଥିଲେ । ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ଜଗମୋହନମୀନା, ବିଧାୟକ ମାନସ ମାଡକାମି ଓ ବିଏସଏଫ ଅଧିକାରୀ ମାନେ ରାଜ୍ୟପାଳଙ୍କୁ ପୁସ୍ପଗୁଚ୍ଛଦେଇ ସ୍ୱାଗତ ଜଣାଇ ବିଏସଏଫ କ୍ୟାମ୍ପ ଅତିଥି ଭବନକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ଶ୍ରୀ ଲାଲ ସଡକପଥରେ ପ୍ରଥମେ କୋରକୁଣ୍ଡା ବ୍ଲକ ଗସ୍ତକରି ସେଠାରେ ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣ ମାନଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାସଦର ମହକୁମା ଠାରେଥିବା ଜବାହର ନବୋଦୟବିଦ୍ୟାଳୟ(୧ମ)ପରିଦର୍ଶନ କରିଥିଲେ ।

ବିଦ୍ୟାଳୟ ପରିସରରେ ପ୍ରତିଷ୍ଟିତ ସ୍ୱାମୀବିବେକାନନ୍ଦ ଙ୍କ  ବିରାଟକାୟ ପ୍ରତି ମୂର୍ତିରେ ପୁସ୍ପମାଲ୍ୟଅର୍ପଣ କରି ବାପରେ ଜେଏନବି ର ଛାତ୍ରୀ ମାନେ ଓଡିଶୀ,ସମ୍ବଲପୁରୀ,ବିହ୍ୟୁ ଓ ଢେମସା ଆଦିବୀସୀ ନୃତ୍ୟର ତାଳେତାଳେ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାସ୍ଥଳକୁ ପୋଛୋଟି ନେଇଥିଲେ । ରାଜ୍ୟପାଳ ଶ୍ରୀ ଲାଲ  ଛାତ୍ର ଛାତ୍ରୀଙ୍କୁ ଅଟୋଗ୍ରାଫ ଦେବାପରେ  ସଭାସ୍ଥଳକୁ ଯାଇ  ଅଭିଭାଷଣ ଦେଇଥିଲେ । ତାଙ୍କ ଭାଷଣରେ କହିଥିଲେ ଓଡିଶା ହେଉଛି ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ଧାମ, ଜଗନ୍ନାଥ କେବଳ ଓଡିଶା ବାସୀଙ୍କୁ ଘଟଂ ଘୋଡାଇ ରଖି ନାହାଁନ୍ତି, ସମଗ୍ର ବିଶ୍ୱବାସୀଙ୍କୁ ସେ ଆପଣାର କରି ସମସ୍ତ ମାନବ ସମାଜଙ୍କୁ ସୁଖଶାନ୍ତି ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାହେଉଛି ପୁରାଣବର୍ଣ୍ଣୀତ ମାଲ୍ୟବନ୍ତଗିରୀ , ଏଠାକାର ଅଧିବାସୀ ବହୁତ ସରଳ ଓ ନିସ୍କପଟ , ସେମାନେ ପ୍ରକୃତିର କୋଳରେ ଆନନ୍ଦରେ ରହିଛନ୍ତି । ଆଜିର ଶିଶୁ କାଲିର ନାଗରିକ,ଶିଶୁ ହସିଲେ ସଂସାର ହସିବ,ଆମେ ସବୁ ପ୍ରକୃତିର ଶନ୍ତାନ ପ୍ରକୃତିକୁ ଭଲପାଇବା ଆମର କର୍ତବ୍ୟ,ସ୍ୱାମୀବିବେକାନନ୍ଦ ଓ ରାମାନୁଜନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଠପଢି ଜଣେ ଭଲମଣିଷ ହୋଇ ଦେଶର ନାମରଖ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ । ରାଜ୍ୟପାଳ ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କୁ ୪ଟି ପ୍ରଶ୍ନପଚାରିଥିଲେ । ସ୍ୱାମୀବିବେକାନନ୍ଦ ଓ ଗଣିତବିଷାରଦ ରାମାନୁଜମଙ୍କ ମଧ୍ୟରେ କଣ ପାର୍ଥକ୍ୟ ରହିଛି,ଇଶ୍ୱରକୁ କିଏ ଦେଖିଛକି, ଇଶ୍ୱର ଯଦି ଦେଖାଦିଅନ୍ତି ତାଙ୍କୁ କଣ ପ୍ରଥମେ ମାଗିବ,ପ୍ରକୃତିକୁ କାହିଁକି ଆମେ ଭଲପାଇବା, ସିଷ୍ଟର ଓ ଲେଡି ମଧ୍ୟରେ କଣ ପାର୍ଥକ୍ୟରହିଛି । ରାଜ୍ୟପାଳ ଙ୍କ କିଛି ପ୍ରଶ୍ନର ଉତର ଛାତ୍ର ଛାତ୍ରୀ ମାନେ ଦେଇଥିବା ବେଳେ ରାଜ୍ୟପାଳ ସଠିକ ଭାବେ ୪ଟି ଯାକ ପ୍ରଶ୍ନର ଉତର ଦେଇଥିଲେ । ରାଜ୍ୟପାଳଙ୍କୁ କିଛି ଛାତ୍ରୀ ଛାତ୍ର ପ୍ରଶ୍ନ ପଚାରିଥିଲେ, ତାର ସଠିକ ଉତର ରାଜ୍ୟପାଳ ଦେଇ ପ୍ରାୟ୩୦ମିନିଟ ରୁ ଉର୍ଦ୍ଦସମୟ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ କଟାଇଥିଲେ । ଏହି ସଭାରେ ଓଡିଶା ସରକାରଙ୍କ ସ୍ୱତନ୍ତ୍ରସଚିବ ମଧୁସୁଦନପାଢି,ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଏସପି ଜଗମୋହନ ମୀନା,ଜେଏନବି ର ଅଧ୍ୟକ୍ଷ ଟି.ଭି.ଏସ.ରାଓ ଉକ୍ତ ମଚଂରେ ଉପସ୍ଥିତ ଥିଲେ ।  ଅପରାହ୍ନରେ ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ମାଲକାନଗିରି ଜିଲ୍ଲାପାଳ, ଏସପି ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ଓ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ରାଜ୍ୟପାଳ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଅପରାହ୍ନରେ କୋରାପୁଟ କୁ ଫେରି ଯାଇଥିଲେ । ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ  ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନସଂସ୍ଥା ପ୍ରକଳ୍ପପ୍ରଶାସକ ରାମକୃଷ୍ଣଗଣ୍ଡ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର,ସହକାରି ଜିଲ୍ଲାପାଳ ଶଶାଙ୍କ ସେଖର ମିଶ୍ର,ସହକାରି ଜିଲ୍ଲାପାଳ ପ୍ରମୋଦକୁମାର ବେହେରା,ହୃଷିକେଶ ଗଣ୍ଡ,ତହସିଲଦାର ଶ୍ରୀ ମାରାଙ୍ଗି,ସର୍ବଶିକ୍ଷା ଅଭିଯାନ ଜିଲ୍ଲାସଂଯୋଜକ ମାନସକୁମାର ଜେନା,ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜିଲ୍ଲାସଦର ମହକୁମା ଓ କୋରକୁଣ୍ଡା ଠାରେ ଆୟୋଜିତ ରାଜ୍ୟପାଳ ଙ୍କ ଗସ୍ତ କାର୍ଯ୍ୟକ୍ରମ କିପରି ସୁଚାରୁ ଭାବେ ହେବ ସେନେଇ ତଦାରଖ କରିଥିଲେ ।  ପ୍ରଥମ ଥର କରି ନୂତନ ରାଜ୍ୟପାଳ ପ୍ରଫେସର ଶ୍ରୀ ଯୁକ୍ତ ଗଣେଶୀ ଲାଲ ମାଲକାନଗିରି ଜିଲ୍ଲାକୁ ଗସ୍ତରେ ଆସିଥିବାରୁ ଜିଲ୍ଲାପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏସଡିପିଓ ଶ୍ରବଣବିବେକ, ଡିଏସପି ମାନସ ରଜଂନବାରିକ,ଡିଏସପି ଶ୍ରୀ ନାୟକ,ମାଲକାନଗିରି ଥାନା ଆଇଆଇସି ସୌମୁନ୍ଦୁ ସେଖର ତ୍ରୀପାଠୀ,ଚିତ୍ରକୋଣ୍ଡା ଆଇଆଇସି ରାମପ୍ରସାଦ ନାଗ,ଅନ୍ୟାନ ଡିଏସପି,ଆଇଆଇସି,ଇନିସପେକ୍ଟର,ପୁଲିସ ଅଧିକାରୀ ମାନଙ୍କ ସହ ବିଏସଏଫ ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ  ମୂତୟନ ରହି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଚଳଚଚଂଳ ହୋଇପଡି କାମରେ ଲାଗିଯାଇଥିବା ବେଳେ ନୂତନ ରାଜ୍ୟପାଳଙ୍କୁ ଭେଟିବା ପାଇଁ ବେରିକେଟ ବାହାରେ ଶହ ଶହ ସଂଖ୍ୟାରେ ଜନସାଧାରଣ ଜଗିରହିଥିଲେ । ରାଜ୍ୟପାଳ ପ୍ରଥମ ଥରକରି ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାକୁ ଗସ୍ତକରୁଥିବାରୁ ଜିଲ୍ଲାପୁଲିସ ପ୍ରଶାସନ ପକ୍ଷରୁ ଆନ୍ଦ୍ରପ୍ରଦେଶ,ଛତିଶଗଡ ରାଜ୍ୟ ସୀମାନ୍ତ ସିଲକରି ଯାନବାହନ ଜାଚଂ ସହ ବ୍ୟାପକ ଖାନତଲାସି, କମ୍ବିଂ ଓ ସର୍ଚ୍ଚ ଅରେସନ ସହ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.