Home ଓଡ଼ିଶା କଟକ ପରେ ବ୍ରହ୍ମପୁରରେ ଭୟଙ୍କର ଅଗ୍ନିକାଣ୍ଡ:ନିଆଁରେ ସ୍ବାହା ହୋଇଗଲା କୋଟିଏ ଟଙ୍କାର ସମ୍ପତି

କଟକ ପରେ ବ୍ରହ୍ମପୁରରେ ଭୟଙ୍କର ଅଗ୍ନିକାଣ୍ଡ:ନିଆଁରେ ସ୍ବାହା ହୋଇଗଲା କୋଟିଏ ଟଙ୍କାର ସମ୍ପତି

141

ବ୍ରହ୍ମପୁର;୬,ପ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):କଟକ ପରେ ବ୍ରହ୍ମପୁରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।ଜଳି ପୋଡ଼ି ଛାରଖାର ହେଇ ଯାଇଛି ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି।ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ ବ୍ରହ୍ମପୁର ହନୁମାନ ବଜାର ସ୍ଥିତ ଓଡ଼ିଶା ଶାଢ଼ୀ ସେଣ୍ଟର ଗୋଦାମରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।କେହି କିଛି ବୁଝିବା ପୂର୍ବରୁ ନିଆଁ ସାରା ଗୋଦାମକୁ ଆୟତ୍ତ କରି ସାରିଥିଲା।ଦମକଳ ବିଭାଗର ୪ଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ ସୂଧା ପ୍ରାୟ ଦୁଇ ଘଣ୍ଟା ଭିତରେ ଗୋଦାମ ଭିତରେ ଥିବା ପ୍ରାୟ ୨୦୦ ଲୁଗା ଗଦି ପୋଡ଼ି ପାଉଁଶ ହେଇ ସାରିଥିଲା।ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କଥା କୁହା ଯାଉଛି।ସୂଚନା ଯୋଗ୍ୟ ଯେ ହନୁମାନ ବଜାର ବ୍ରହ୍ମପୁର ସହରର ଏକ ଅତ୍ୟନ୍ତ ଜନ ଗହଳି ପୂର୍ଣ୍ଣ ରାସ୍ତା। ତେଣୁ ଏପରି ଘଟଣା ହୁଏତ ଆହୁରି କିଛି ବଡ଼ ଧରଣର ବିପଦ ଯେ’ ଘଟାଇ ନଥାନ୍ତା,ଅସ୍ବୀକାର କରି ହେବନି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.