Home ଜିଲ୍ଲା ପରିକ୍ରମା କଇଥଖୋଲା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ କ୍ରୀଡା ମହୋତ୍ସବ ଉଦଯାପିତ

କଇଥଖୋଲା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ କ୍ରୀଡା ମହୋତ୍ସବ ଉଦଯାପିତ

5

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନ୍ଦ ଶିକ୍ଷାକେନ୍ଦ୍ରରେ ୨ ଦିନ ଧରି ଚାଲିଥିବା କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ସାଧନ କୁମାର ଦାସ ଉପସ୍ଥିତ ରହି କ୍ରୀଡା ପତାକା ଉତୋଳନ କରିବା ସହ ନିଜ ଭାଷଣରେ କେବଳ ପାଠରେ ନୁହେଁ ସମସ୍ତ ଛାତ୍ରଛାତ୍ରୀ କ୍ରୀଡା କ୍ଷେତ୍ରରେ ନିଜର କୌଶଳ ପ୍ରୟୋଗ କରିପାରିଲେ ଉତମ ଛାତ୍ରଛାତ୍ରୀ ହେବା ସହ ଶାରିରୀକ ଏବଂ ମାନସିକ ଭାବରେ ସୁସ୍ଥତା ଅନୁଭବ କରିବେ ବୋଲି ମତ ପ୍ରକାଶ ପାଇଥିଲା ।ବିଦ୍ୟାଳୟର ୨୭୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କ୍ରୀଡାତ୍ସୋବ ଆରମ୍ଭ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଲମ୍ବ ଡିଆଁ,ବେଙ୍ଗ ଡିଆଁ,୫୦ ମିଟର ଦୌଡ, ୧୦୦ମିଟର ଦୌଡ,ମ୍ୟୁଜିକ ଚେୟାର, ସର୍ଟ‘ୁଟ,ଗଣିତ ଦୌଡ ଆଦି ଖେଳରେ ଭାଗ ନେଇଥିଲେ । କ୍ରୀଡା ଶିକ୍ଷକ ବିଶ୍ୱଜିତ ଜେନା ଏହି କ୍ରୀଡା ପରିଚାଳନା କରିଥିଲେ । ଆଜି ଏହି କ୍ରୀଡା ମହୋତ୍ସବ ଉଦଯାପିତ ହେବା ପରେ କ୍ରୀଡା ପତାକା ଅବତରଣ କରାଯାଇଥିଲା । ୨ ଦିନ ଧରି ଚାଲିଥିବା ଏହି କ୍ରୀଡା ମହୋତ୍ସବରେ ବିଦ୍ୟାଳୟର ଗୁରୁଜୀ ଉମେଶ ଚନ୍ଦ୍ର ସେଠୀ, ରଶ୍ମିତା ବେହେରା, ସଞୁଲତା ମାହୁନ୍ତ, ଜୟଶ୍ରୀ ଜେନା, ମିଲି ମଣ୍ଡଳ, ତନ୍ମୟ ଭୋଳ, ଅନିତା ଦାସ, ସଞୁଲତା ଦାସ, ପ୍ରିୟଦର୍ଶନୀ ପଣ୍ଡିତ, ପ୍ରିୟଙ୍କା ମହାଳିକ, ମାନସୀ ମଣ୍ଡଳ, ନନ୍ଦିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି କ୍ରୀଡା ସଂଚାଳନା କରିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.