Home କୋରାପୁଟ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ; ସେମିଲିଗୁଡାଠାରେ ମୋ ବୁଥ ମୋ ଗୈାରବ ଶକ୍ତି ପ୍ରକଳ୍ପର...

କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ; ସେମିଲିଗୁଡାଠାରେ ମୋ ବୁଥ ମୋ ଗୈାରବ ଶକ୍ତି ପ୍ରକଳ୍ପର ଦିନିକିଆ କର୍ମଶାଳା

98

କୋରାପୁଟ ; ତା୧୧-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି ।ଆଜି ସେମିଲିଗୁଡାସ୍ଥିତ କଲ୍ୟାଣ ମଣ୍ଡପଠାରେ ମୋ ବୁଥ ମୋ ଗୈାରବ ଶକ୍ତି ପ୍ରକଳ୍ପର ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ପଟ୍ଟାଙ୍ଗୀ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଜିଲ୍ଲା କଂଗ୍ରେସ କମିଟି ସଭାନେତୀ ମିନାକ୍ଷୀ ବାହିନିପତି ଯୋଗଦେଇ ବୁଥସ୍ତରରେ ରହିଥିବା କଂଗ୍ରେସ କର୍ମୀମାନେ ହିଁ ସଂଗଠନକୁ ମଜବୁତ କରିପାରିବେ ବୋଲି ପ୍ରକାଶ କରିଥିଲେ ।ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ରହିଥିବା ସେମିଲିଗୁଡା , ନନ୍ଦପୁର ଓ ପଟ୍ଟାଙ୍ଗୀ ଜୋନରୁ ନିଯୁକ୍ତ ୬ ଜଣ ସଭାପତି , ପ୍ରତି ପଂଚାୟତ , ବୁଥ ଓ ବ୍ଲକ କଂଗ୍ରେସ କର୍ମକର୍ତାମାନଙ୍କୁ ଗାଁ ତଥା ପଡାରେ ଯାଇ ଭୋଟରମାନଙ୍କର ରହିଥିବା ସମସ୍୍ୟା ଗୁଡିକ ଉପସ୍ଥାପନା କରିବା ସହ ସାମାଜିକ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା ।ପ୍ରତି ବୁଥରେ ୨୫ ଜଣ କଂଗ୍ରେସ କର୍ମୀ ରହିଥିବା ପୂର୍ବତନ ବିଧାୟକ ଶ୍ରୀ କାଡାମ ସୂଚନା ଦେଇଥିଲେ ।ଏହି କର୍ମଶାଳାରେ ପିସିସିର ଶାଧାରଣ ସଂପାଦକ ମଣି ପଟନାୟକ ,ପୂର୍ବତନ ଜିଲ୍ଲାପରିଷଦ ସଭାପତି ଚନ୍ଦ୍ରମା ସାଅନ୍ତା , ଜିଲ୍ଲା କଂଗ୍ରେସ କମିଟିର ସଂପାଦକ ଦୁର୍ଗା ଶର୍ମା , ଓବିସି ସେଲର ବ୍ରଜ ନାଗ , କଂଗ୍ରେସ ନେତା ଶଶିଭୁଷଣ ପାତ୍ର , ଦୁର୍ଗା ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟାକ୍ରମରେ ପ୍ରାୟ ୭୦୦ କଂଗ୍ରେସ କର୍ମୀ ଯୋଗଦେଇଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.