Home ଓଡ଼ିଶା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆନ୍ଦୋଳନ ପାଇଁ ରଣ ହୁଙ୍କାର

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆନ୍ଦୋଳନ ପାଇଁ ରଣ ହୁଙ୍କାର

55

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଷ୍ଟା ପକ୍ଷରୁ ଏକ ବୈଠକ କରାଯାଇ ସରାକରଙ୍କ ବିରୁଦ୍ଧରେ ଏକ ଗଣ ଆନ୍ଦୋଳନ କରାଯିବାକୁ ଆହ୍ୱାନ ଦିଆ ଯାଇଛି। ଓଷ୍ଟା ଜିଲ୍ଲା ସଭାପତି ରମ।।କନ୍ତ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ନୂତନ ଅନୁଦାନପ୍ରାପ୍ତ ସ୍କୁଲକୁ ସପ୍ତମ ବେତନ ପ୍ରଦାନ ପାଇଁ କ୍ୟାବିନେଟ ମଞ୍ଜୁର କରି ବିଜ୍ଞପ୍ତି ପ୍ରକାଶ କରିଥିଲେ, ପ୍ରକାଶିତ ବିଜ୍ଞପ୍ତି ତ୍ରୁଟିଯୁକ୍ତ ଓ ଶିକ୍ଷକ କର୍ମଚାରୀ ସ୍ୱାର୍ଥ ବିରୋଧୀ ହୋଇଥିବାରୁ ରାଜ୍ୟ ଓଷ୍ଟା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରତିାବଦ କରିବା ଫଳରେ ଏହାର ସଂଶୋଧନ ପାଇଁ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ଉକ୍ତ ବୁଝାମଣାର ନିଷ୍ପତ୍ତିକୁ ରାଜ୍ୟ ସରକାର ୧୧ମାସ ମଧ୍ୟରେ କାର୍ଯ୍ୟକାରୀ ନକରିବାରୁ ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ପ୍ରକାଶ କରାଯାଇଛି। ଏହି ସମସ୍ୟାର ସମାଧାନ ନ ହେଲେ ଓଷ୍ଟା ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘର ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ଚେତାବନୀ ଦେଇଛନ୍ତି।

ରାଜ୍ୟରେ ୨ ଲକ୍ଷ ୮୦ ହଜାର ଠିକା କର୍ମଚାରୀମାନଙ୍କ ମଧ୍ୟରୁ ୫୭ ହଜାର କର୍ମଚାରୀଙ୍କ ଏହା ଉଦ୍ଦିଷ୍ଟ ଥିଲା। ମାଧ୍ୟମିକ ସ୍କୁଲରେ ପ୍ରାୟ ୩୨ ହଜାରରୁ ଉର୍ଦ୍ଧ୍ୱ ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କ ମଧ୍ୟରୁ ୧୪ ହଜାର ଶିକ୍ଷକ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ସ୍ଥଳେ ଅବଶିଷ୍ଟ ବରିଷ୍ଠ ଶିକ୍ଷକ ଏଥିରୁ ବଂଚିତ ହୋଇଛନ୍ତି। ଆହୁରି ବିଡ଼ମ୍ବନାର କଥା ଯେ, ରାଜ୍ୟରେ ୩୦ ବର୍ଷ ଧରି ଅବୈତନିକ ଭାବରେ କାର୍ଯ୍ୟ କରି ଆସୁଥିବା ତଥା ୨୦୧୩ ମସିହା ବିଜ୍ଞପ୍ତିରୁ ବାଦ ପଡ଼ିଥିବା ୧୯୪ ଓ ଅଦ୍ୟାବଧି ଯୋଗ୍ୟ ବିବେଚିତ ମାଧ୍ୟମିକ ବିଦ୍ୟାଳୟକୁ ସରକାର ଅତି ନିର୍ଦ୍ଦୟ ଭାବରେ କାର୍ଯ୍ୟ କରି ଆୁଥିବା ତଥା ୨୦୧୩ ମସିହା ବିଜ୍ଞପ୍ତିରୁ ବାଦ୍ ପଡ଼ିଥିବା ୧୯୪ ଓ ଅଦ୍ୟାବଧି ଯୋଗ୍ୟ ବିବେଚିତ ମାଧ୍ୟମିକ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରୁ ନାହାନ୍ତି। ସରକାର ଅନୁଦାନ ପାପ୍ତ ବିଦ୍ୟାଳୟମାନଙ୍କରେ ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବା ସହିତ ତୁରନ୍ତ ସପ୍ତମ ବେତନ ମୋଡାଲିକ୍‌ରେ ଥିବା ଅସଂଗତିକୁ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ ନ କେଲେ ବାଧ୍ୟ ହୋଇ ଆସନ୍ତା ଡିସେମ୍ବର ୧ରୁ ୫ ତାରିଖ ବିଇଓ ଅଫିସ ଆଗରେ ବିକ୍ଷୋଭ ଏବଂ ୭ ତାରିଖରେ ଜିଲ୍ଳାପାଳ ଓ ଡିଇଓ ଅଫିସ ଆଗରେ ବିକ୍ଷୋଭ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ସେହିପରି ଡିସେମ୍ବର ୧୭ ତାରିଖରେ ରାଜ୍ୟସ୍ତରୀୟ ସମାବେଶ ହେବ ବୋଲି ଓଷ୍ଟାର ରାଜ୍ୟ ସଂଗଠନ ସମ୍ପାଦକ ସୁରଜିତା ନାୟକ, ରାଜ୍ୟ ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, ରାଜ୍ୟ କର୍ମଚାରୀ ସଭ୍ୟ ଅକ୍ଷୟ ହୋତା, ଜିଲ୍ଲଶ ସମ୍ପାଦକ ପ୍ରଦିପ୍ତ ଦାସ, ବୈକୁଣ୍ଠ ବିଶ୍ୱାଳ, ସୁବଳ ପତ୍ରୀ, ହେମନ୍ତ ସୂତାର, ଶଶିଶେଖର କରଶର୍ମା, ପ୍ରଭାତ ପାଣିଗ୍ରାହୀ, ଅରୁଣ ଶତପଥି, ଅନିଲ ମିଶ୍ର, ବସନ୍ତ ବିଶ୍ୱାଳ ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.