Home ଜିଲ୍ଲା ପରିକ୍ରମା ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପରିଷଦର ସାରସ୍ୱତ ସମାରୋହ

ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପରିଷଦର ସାରସ୍ୱତ ସମାରୋହ

78

ପୁରୀ, ୧୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପରିଷଦର ଏକାଦଶ ସାମ୍ବରିକ ସାରସ୍ୱତ ସମାରୋହ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପ୍ରତିମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହକୁ ଓଡ଼ିଶା ସାହିତ୍ୟ ଏକାଡ଼େମି ସଭାପତି ହରିହର ମିଶ୍ର ଉଦ୍ ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ଡ଼କ୍ଟର ସୌଭାଗ୍ୟ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାତପାହାଚ ଏବଂ ମିନତୀ ପଟ୍ଟନାୟକଙ୍କ ଶିଶୁଗଳ୍ପ ପୁସ୍ତକ ‘ମୁଁ କିଏ ’ ଅତିତିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏଥି ସହିତ ପ୍ରଫେସର ଡ଼କ୍ଟର ପ୍ରଫୁଲ୍ଲ ମିଶ୍ରଙ୍କୁ ପରିଷଦ ପକ୍ଷରୁ ସାରସ୍ୱତ ସମ୍ମାନ ଚଳଚ୍ଚିତ୍ର ଅଭିନେତା ରବିନାରାୟଣ ତ୍ରିପାଠୀଙ୍କୁ ସଂସ୍କୃତି ସମ୍ମାନ ଏବଂ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତିଙ୍କୁ ଶିଶୁ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ଼କ୍ଟର ବଳରାମ ଦାସ ଅନୁଷ୍ଠାନର ମୁଖପତ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସିଦ୍ଧ ମହାବୀର ସଂଗୀତ ପରିଷଦ ପକ୍ଷରୁ ଗୁରୁ ସତ୍ୟପ୍ରିୟ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଉପସଭାପତି ପ୍ର. ଅଦ୍ୱୈତ ଚରଣ ଧଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ସତ୍ୟନାରାୟଣ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଆର୍ତତ୍ରାଣ ମାନସିଂହ ଅଧ୍ୟକ୍ଷତା କରିଥିଲେ। କବି ଉମାକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କବି ଓ କବିତା ସମ୍ପର୍କରେ ଆଲୋଚନା କରିଥିଲେ। କବି କ୍ରିଷ୍ଣା ମହାପାତ୍ର, ମଞୁଶ୍ରୀ ମିଶ୍ର, ବିଜୟଲକ୍ଷ୍ମୀ ସାହୁ କବିତାଗୁଡ଼ିକର ସମୀକ୍ଷା କରିଥିଲେ। ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅର୍ଜୁନ ପରମଗୁରୁ, ଆଲୋକ ପ୍ରଧାନ, ହେମାଙ୍ଗିନୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ପରିଷଦର ଯୁଗ୍ମ ସମ୍ପାଦକ ମହେନ୍ଦ୍ର ଦାଶ ଧନ୍ରବାଦ ଅର୍ପଣ କରିତିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.