Home କୋରାପୁଟ ଓଲଟିଲା ଟିପ୍ପର, ଅଳ୍ପକେ ବର୍ତିଲେ ଡ୍ରାଇଭର

ଓଲଟିଲା ଟିପ୍ପର, ଅଳ୍ପକେ ବର୍ତିଲେ ଡ୍ରାଇଭର

497

ଦଶମନ୍ତପୁର ; ତା୧୯-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତାରେ ଥିବା ଅଣ ଓସାରିଆ ପୋଲ ତଳେ ଭାରସାମ୍ୟ ହରାଇ ଏକ ଟିପ୍ପର ଖସି ପଡିଛି। ସୌଭାଗ୍ୟ ବଶତ ଟିପ୍ପର ଚାଳକ ସୁରକ୍ଷିତ ରହିଥିବା ଜଣା ପଡିଛି। ଟିପ୍ପରଟି କୋରାପୁଟ ଜିଲାର ଜଣେ ପୂର୍ବତନ ବିଧାୟକଙ୍କର ହୋଇଥିବାବେଳେ ଓଲଟିବାର ୩୬ଘଂଟା ପରେ ମଧ୍ୟ ନାଳରେ ଗାଡି ପଡି ରହିଥିବା କାରଣକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଦୀର୍ଘର୍ ବର୍ଷ ହେଲାଣି ଦଶମନ୍ତପୁର ବ୍ଲକ୍ ଅଫିସ୍ ନିକଟରୁ ପଂଚଡା ଛକକୁ ଯୋଡୁ ଥିବା ଏହି ପୂର୍ତ ବିଭାଗ ରାସ୍ତାର ମରାମତି ଓ ବିଭିନ୍ନ ସ୍ଥାନରେ ଥିବା ଅଣ ଓସାରିଆ ପୋଲକୁ ଓସାରିଆ କରିବା ନିମନ୍ତେ ଦାବି ହେଉଛି କିନ୍ତୁ ତାହା ପ୍ରାଶସନ କିମ୍ବା ବିଭାଗ ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତା ଓ ପୋଲର ଚଉଡା କମ୍ ରହୁଥିବାରୁ ଅନେକ ସମୟରେ ଭାରୀ ଯାନ ଗୁଡିକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଉଛି, ତେଣୁ ଅଚଳବାସୀଙ୍କ ଦାବି ଅନୁଯାୟୀ, ପୋଲ ଗୁଡିକର ଚଉଚା ବଢା ଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.