Home ଜିଲ୍ଲା ପରିକ୍ରମା ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ

266

ମାଲକାନଗିର,୩୦ା୧୧(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡିଆଭାଷା ସଂସ୍କୃତିର ବିକାଶ ନିମନ୍ତେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ରେ ସାହିତ୍ୟ ଆସର ଓ କବିତା ପାଠଉତ୍ସବ ଅନୁଷ୍ଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏସ.ତଣ୍ଡାପାଲି ପଚାଂୟତସ୍ଥ ଏମଭି୧୬ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଆମ ଗାଁ ଆମ ସାହିତ୍ୟ  କାର୍ଯ୍ୟକ୍ରମ ମୁଖ୍ୟଅତିଥି ଭାବେ ପିଏ ଆଇଟିଡିଏ କ୍ଷୀରାଦ୍ଧିବେହେରା,ମୁଖ୍ୟବକ୍ତା ଭାବେ  ମାଲକାନଗିରି ଗୋଷ୍ଠିଉନ୍ନୟନ ଅଧିକାରୀ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ,ସମ୍ମାନିତ ଅତିଥି ଭାବେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,  ଏସ.ତଣ୍ଡାପାଲି ପଚାଂୟତ ଆଚଂଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦଜେନା,ରନ୍ଧନ ଗ୍ୟାସ ସାମାଜିକ ଉନ୍ନତି କରଣ ଅଧିକାରୀଣୀ ସ୍ଥିତିପ୍ରଜ୍ଞା ଦାସ,ସମାଜସେବୀ ବିଷ୍ଣୁପ୍ରସାଦ ମିଶ୍ର,ବିଦ୍ୟାଳୟ କମିଟି ସଭାପତି ଉଦ୍ଧବ ଚୌଧୁରୀ ଯୋଗଦେଇ ଆନ୍ଦ୍ରପ୍ରଦେଶ,ଛତିଶଗଡ ସୀମାନ୍ତବର୍ତି ଗ୍ରାମରେ ଓଡିଆଭାଷା ସଂସ୍କୃତି ଧିରେ ଧିରେ ଲୋପପାଇବାକୁ ବସିଲାଣି,ଭାଷାସଂସ୍କୃତିକୁ ବଚାଁଇବାକୁ ହେଲେ ପ୍ରଥମେ ସୀମାନ୍ତ ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସାହିତ୍ୟକୁ ଗ୍ରାମମୁଖି କରି ଗାଁରେ ଥିବା ସାହିତ୍ୟିକ ମାନଙ୍କୁ ପ୍ରୋତ୍ସାନ ପ୍ରଦାନ କରି ସେମାନଙ୍କ ମଧ୍ୟରେ ଓଡିଆଭାଷା ସଂସ୍କୃତିକୁ ଉଦ୍ଜୀବିତ କରି  କବିତା,ଗପ,ଢଗ ଡମାଳି,ମହାପୁରଷ,ପୁରାଣ  କାହାଣୀ ମାଧ୍ୟମରେ  ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ଅଭିଭାଷଣ ରଖିଥିଲେ । ରାଜ୍ୟପାଳପୁରସ୍କୃତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସାଧନା ରାଣୀ ମଣ୍ଡଳ ପ୍ରାରମ୍ଭିକ ସୁଚନା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଆମ ଗାଁ ଆମ ସାହିତ୍ୟ ର ଆଭି ମୁଖ୍ୟ ସଂପର୍କରେ କହିଥିଲେ । ପ୍ରଥମେ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତିରେ  ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବିଦ୍ୟାଳୟର ଛାତ୍ରୀ ମାନେ ଦେଶାତ୍ମକ ବୋଧ ସଂଗୀତ ଗାନକରିଥିଲେ, ଏହି ଅବସରେ ଗ୍ରାମବାସୀ ଙ୍କ ମଧ୍ୟରେ କବିତା ପାଠ ଉତ୍ସୋବ ସାଙ୍ଗକୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କବି ଓ ମହାପୁରଷ ଙ୍କ ଜୀବନ ସଂପର୍କରେ କୁଇଜ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯେଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ କଲ୍ୟାଣି ସାହୁ,ରଜିଂତା ଦାଶ,ସଂଯୁକ୍ତାପ୍ରଧାନ,ବନିତା ସ୍ୱାଇଁ ଙ୍କ ସହିତ   ଗ୍ରାମର କବି ସାହିତ୍ୟିକ  ପ୍ରମୁଖ ଯୋଗଦେଇ ଓଡିଆଭାଷା ସଂସ୍କୃତି ର କିପରି ଅଗ୍ରଗତି ହେବ ସେଥିପ୍ରତି ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁଣ୍ଣ ର୍ ବୋଲି କହିଥିଲେ । ଶେଷରେ ଶିକ୍ଷକ ଅଭିରାମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ଔଷଧୀୟ ଚାରା ରୋପଣ କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.