Home ଓଡ଼ିଶା ଓଡିଶା-ଆନ୍ଧ୍ର ସୀମାରେ ଯବାନ-ମାଓବାଦୀ ଗୁଳି ବିନିମୟ

ଓଡିଶା-ଆନ୍ଧ୍ର ସୀମାରେ ଯବାନ-ମାଓବାଦୀ ଗୁଳି ବିନିମୟ

125

କୋରାପୁଟ ; ତା୦୭-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଓଡିଶା-ଆନ୍ଧ୍ର ସୀମା ପଟ୍ଟାଙ୍ଗି ଥାନା ସୁଙ୍କି ଅଂଚଳରେ ରବିବାର ଅପରାହ୍ନରେ ମାଓବାଦୀ ଓ ବିଏସଏଫ-ଏସଓଜି ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଉଭୟଙ୍କ ମଧ୍ୟରେ ୧୦-୧୫ ମିନିଟ ଗୁଳି ବିନିମୟ ହୋଇଥିବାବେଳେ ଏକ ମାଓ କ୍ୟାମ୍ପକୁ ଯବାନମାନେ ଧ୍ୱଂସ କରିଥିବା ଜଣା ପଡିଛି। ଜିଲା ପୁଲିସ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁଙ୍କି ଅଂଚଳର ଘଂଚ ଜଙ୍ଗଲରେ ମାଓନେତା ଚାଲାପତି, ରାମକ୍ରିଷ୍ନା, ଅରୁଣା ସମେତ ପ୍ରାୟ ୧୫ଜଣ ମାଓବାଦୀ ସେହି ଅଂଚଳରେ ଛପି ରହିଥିବା ସୂଚନା ମିଳିବା ପରେ ବିଏସଏଫ୍ ଓ ଏସଓଜି ଯବାନ କୁମ୍ବିଂ ଆରମ୍ଭ କରିଥିଲେ। ଯବାନଙ୍କ ଅଟକାଇବା ପାଇଁ ମାଓବାଦୀ ଗୁଳି ଚଳାଇବାରୁ ଯବାନ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ଯବାନଙ୍କ କଡା ଜବାବରେ ମାଓବାଦୀ ପଛଘୁଂଚା ଦେଇ ଜଙ୍ଗଲରେ ଲୁଚି ପଳାଇଥିବା ଜଣା ପଡିଛି। କୁମ୍ବିଂରେ ଯାଇଥିବା ବିଏସଏଫ ଓ ଏସଓଜି ଯବାନ ଫେରିନଥିବାରୁ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ସଠିକ ସ୍ଥାନ ପ୍ରକାଶ କରା ଯାଉନଥିବା ଓ ଜବତ ମାଓ ସାମଗ୍ରୀ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇନଥିବା ଏସପି.ଡା.କେ.ଭି.ସିଂହ ପ୍ରକାଶ କରିବା ସହ ଗୁଳି ବିନିମୟରେ କେହି ମୃତାହତ ହୋଇନଥିବା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.