Home କୋରାପୁଟ ଓଡିଶାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଜାଗରଣ ସୃଷ୍ଟି ନିମନ୍ତେ କାର୍ଯ୍ୟକରିବି-ପୂର୍ବତନ ବିଧାୟକ

ଓଡିଶାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଜାଗରଣ ସୃଷ୍ଟି ନିମନ୍ତେ କାର୍ଯ୍ୟକରିବି-ପୂର୍ବତନ ବିଧାୟକ

122

କୋରାପୁଟ ; ତା୨୦-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଓଡିଶାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଜାଗରଣ ସୃଷ୍ଠି ନିମନ୍ତେ କାର୍ଯ୍ୟକରିବି ବୋଲି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆମ ପ୍ରତିନିଧିଙ୍କ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ।ଗତ ୧୫ ତାରିଖରେ କଂଗ୍ରେସଭବନଠାରେ ହୋଇଥିବା ବୈଠକରେ ବିରୋଧିଦଳ ନେତା ନରସିଂହ ମିଶ୍ର କଂଗ୍ରେସର ବରିଷ୍ଠ ନେତାଙ୍କ ପ୍ରରୋଚନାରେ ଶ୍ରୀ ସଗରିଆ ଇସ୍ତାଫା ଦେଇଥିବା ପ୍ରକାଶ କରିଥଲେ ଓ ଏହାର ସ୍ପଷ୍ଟିକରଣ ନିମନ୍ତେ ମୁଁ ଏକ ଚିଠି ପ୍ରଦାନ କରିଥିଲି ବୋଲି ଶ୍ରୀ ସଗରିଆ ସୂଚନା ଦେଇଥିଲେ ।କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନ ମିଳିବାରୁ ମୋ ବିବେକ ଡାକରାରେ ଓ ପିଡିତାଙ୍କୁ ଏକ ଛୋଟିଆ ଶ୍ରର୍ଦ୍ଧାଞଳୀ ହେବ ବୋଲି ମୁଁ ବିଧାୟକ ପଦବୀରୁ ଇସ୍ତାଫା ଦେଲି ବୋଲି ଗତ ୩୦ ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲି ।ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ଓ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବା ଉଦେ୍ଦଶ୍ୟରେ ବିଧାୟକ ପଦବୀରୁ ଇସ୍ତାଫା ଦେଇଥିଲି ।ମୋର ଇସ୍ତାଫାକୁ ଗୈାଣ କରିବାକୁ କଂଗ୍ରେସର ବରିଷ୍ଠ ବିଧାୟକମାନେ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଏହାର ନିନ୍ଦା କରିଥିଲେ ।ମୋର ଇସ୍ତାଫା ରାଜ୍ୟ ସରକାରଙ୍କ ବିରୁଦ୍ଧରେ କାରଣ ନାବାଳିକାକୁ ସରକାର ନ୍ୟାୟ ଦେଲେ ନାହିଁ ବୋଲି ସେ କହିବା ସହ ପରୋକ୍ଷରେ ନରସିଂହବାହୁ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ର୍ଥଙ୍କ ସହିତ ତାଙ୍କର ଭିତିରି ବୁଝାମଣା ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ ।ଅନୁସୂଚିତ ଜନଜାତି ଓଅନୁସୂଚିତ ଜାତିର ସାମ୍ବିଧାନିକ ଦାବିରେ ଗତ ବିଧାନସଭା ଅଧିବେଶନରେ ବିଧାୟକମାନେ ଧାରଣାରେ ବସିଥିଲୁ କିନ୍ତୁ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧିଦଳ ନେତା ନରସିଂହବାବୁ ଏହାକୁ ଭନ୍ଡୁର କରିବାକୁ ସୁଚିନ୍ତିତ ଷଡଯନ୍ତ୍ର କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ ବୋଲି ସେ ଅଭିଯୋଗ କରିଥିଲେ । ତାଙ୍କ ମନ୍ତ୍ରଣାରେ କିଛି ବିଧାୟକ ନବିନବାବୁଙ୍କ ଗୋଡତଳେ ପଡିଗଲେ ଓ ଧାରଣାର ପରିସମାପ୍ତି ଘଟିଥିଲା ବୋଲି ସେ ପ୍ରକାଶ କରିଥିଲେ ।ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ନବିନବାବୁ ଓ ୩ୟ ମହଲା ସହ ନରସିଂହବାବୁଙ୍କ ଉତମ ବୁଝାମଣା ରହିଛି ବୋଲି ସେ ଆହୁରୀ ଅଭିଯୋଗ କରିଥିଲେ ।କଂଗ୍ରେସ ଦଳ ଯଦି ଆପଣଙ୍କ ଉପରେ ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବ ଆପଣ କଣ କରିବେ ବୋଲି ପ୍ରଶ୍ନର ଉତରରେ ମୁଁ ଯାହା ଲେଖିଛି ତାହା ସତ ଅଟେ ବୋଲି ପ୍ରକାଶ କରିଥିଲେ ଓ ସତ କହିବା କଣ ଅପରାଧ କି ! ବୋଲି ପ୍ରଶ୍ନ କରିଥିଲେ ।ଯଦି ଦଣ୍ଡିତ କରିବେ ମୋର କିଛି କହିବାର ନାହିଁ ବୋଲି ସେ ପ୍ରକାଶ କରିଥିଲେ ।ଆପଣ କଂଗ୍ରେସ ଦଳ ପରିବର୍ତନ କରିବେ କି ବୋଲି ପ୍ରଶ୍ନର ଉତର ସିଧା ନ ଦେଇ କହିଥିଲେ ଯେ ଓଡିଶାର ବିକାଶ ଓ ସାମାଜିକ ନ୍ୟାୟ ନିମନ୍ତେ କାର୍ଯ୍ୟ କରିବି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.