Home ଓଡ଼ିଶା ଓଡ଼ିଶା ଆସୁଛନ୍ତି ଅମିତ ଶାହା

ଓଡ଼ିଶା ଆସୁଛନ୍ତି ଅମିତ ଶାହା

128

ଭୁବନେଶ୍ୱର(ଦେବଦତ୍ତ ରଥ):ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଓଡ଼ିଶା ଆସୁଛନ୍ତି।ମଣିପୁର ଇମ୍ଫାଲ ଏୟାରପୋର୍ଟରୁ ସକାଳ ୯ଟାରେ ବାହାରି ସକାଳ ୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ଶାହା।ସେଠାରୁ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଶାହାଙ୍କୁ ଏକ ବିଶାଳ ବାଇକ ରାଲିରେ ପାଛୋଟି ନେବେ।୧୧ଟା ୧୫ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଁଚିବେ ଶାହା।ସେଠାରେ ବିଜେପି ମହିଳା ମୋର୍ଚ୍ଚା ଶାହାଙ୍କୁ ସ୍ୱାଗତ କରିବେ।ଏହାପରେ ଆରମ୍ଭ ହେବ ବୈଠକ।ବିଗତ ଦିନରେ ଦିଆ ଯାଇଥିବା ସମସ୍ତ କାର୍ଯ୍ୟର ସମୀକ୍ଷା କରିବେ ରାଷ୍ଟ୍ରୀୟ ସଭାପତି।କୋର କମିଟି ସହ ଆଲୋଚନା,ବିଭିର୍ଣ୍ଣ ମୋର୍ଚ୍ଚା ଆଦିର ରୋପୋର୍ଟ ନେବେ ଶାହା।ଏହା ସହ ସେଠାରେ ଶାହା ବିସ୍ତାରକ ମାନଙ୍କର ଏକ ବୈଠକ ନେବା ସହ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତା ମାନଙ୍କର ମଧ୍ୟ ଏକ ବୈଠକ ନେବେ।ଏହାପରେ ୨ଟା ୪୫ରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ପ୍ରଦର୍ଶନୀ ପଡ଼ିଆ ଅଭିମୁଖେ ବାହାରିବେ ଶାହା।୩ଟାରେ ଭୁବନେଶ୍ୱର,ପୁରୀ ଏବଂ କଟକ ୩ଟି ସଂସଦୀୟ କ୍ଷେତ୍ରର ୨୧ଟି ବିଧାନସଭା ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପ୍ରମୁଖ ୨ ଜଣ ନେତା ଏବଂ ମଣ୍ଡଳ ସଭାପତିଙ୍କ ସହ ଶାହା କରିବେ ଆଲୋଚନା।ଏହାପରେ ସେ ୪:୩୦ରେ ପ୍ରଦର୍ଶନୀ ପଡ଼ିଆରୁ ବାହାରି ପୁଣି ରାଜ୍ୟ କାର୍ଯ୍ୟାଳୟ ଯିବେ।ସେଠାରେ ସେ ରାତି ୯ଟା ଯାଏଁ ରହିବେ।ଏ ଭିତରେ ସେ ରାଜ୍ୟର ସାଙ୍ଗଠନିକ ଦାୟିତ୍ୱରେ ଥିବା ତୁଙ୍ଗ ନେତୃତ୍ୱଙ୍କ ସହ ଆଲୋଚନା କରିବେ।ରାତି ୯ଟାରେ ବିଜେପି କାର୍ଯ୍ୟାଳୟରୁ ବାହାରି ଷ୍ଟେଟ ଗେଷ୍ଟ ହାଉସ ଯିବେ।ସେଠାରେ ଶାହା ରାତ୍ରୀ ରହଣି କରିବା ସହ ଆସନ୍ତା କାଲି ସକାଳ ୭ଟା ୧୫ରେ ସେ ଗେଷ୍ଟ ହାଉସରୁ ବାହାରି ସିଧା ଭୁବନେଶ୍ୱର ବିମାନ ବନ୍ଦର ଯାଇ ୮ଟାରେ ଦିଲ୍ଲୀ ଆଭିମୁଖେ ବାହାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.