Home କେନ୍ଦୁଝର ଏସଏନ କପ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଦିତୀୟ ଦିବସରେ କେନ୍ଦୁଆପଡା ଏକଦଶ ବିଜୟ

ଏସଏନ କପ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଦିତୀୟ ଦିବସରେ କେନ୍ଦୁଆପଡା ଏକଦଶ ବିଜୟ

90

ଘଟଗାଁ, ୫/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ନିକଟସ୍ଥ ସୋଭାଗ୍ୟନଗର ମିନିଷ୍ଟାଡିୟମରେ ୫ମ ତମ ଏସଏନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସମାଜସେବୀ ସଞୟ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଦୀଲିପ ମିଶ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଆଜି ଟୁର୍ଣ୍ଣାମେଣ୍ଟର ଦିତୀୟ ଦିବସ ମ୍ୟାଚରେ ସୋଭାଗ୍ୟନଗର ଏକାଦଶ ଓ କେନ୍ଦୁଆପଡା ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ମ୍ୟାଚରେ କେନ୍ଦୁଆପଡା ଏକାଦଶ ଟସ ଜିଣି ନିର୍ଦ୍ଧାରିତ ୧୨ ଓଭରରେ ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। କେନ୍ଦୁଆପଡା ଏକାଦଶ ପକ୍ଷରୁ ଅଜୁ ୩୫ ବଲକୁ ସାମ୍ନାକରି ସର୍ବଧିକ ୭୪ ରନ କରିଥିଲେ। ଏହାର ଜବାବରେ ସୋଭଗ୍ୟନଗର ଏକାଦଶ ୧୨ ଓଭରରେ ୭ ୱିକେଟ ହରାଇ ୧୨୯ ରନ ସଗ୍ରହ କରିଥିଲେ। କେନ୍ଦୁଆପଡା ଏକଦଶ ପକ୍ଷରୁ ବୁବୁନ ୩ ଓଭର ବୋଲିଙ୍ଗ କରି ୨୭ ରନ ଦେଇ ୪ ୱିକେଟ ହାସଲ କରିଥିଲେ। ବିଜୟୀ କେନ୍ଦୁଆପଡା ଏକଦଶର ଅଜୁଙ୍କୁ ମ୍ୟାନ ଅଫଦି ମ୍ୟାଚ ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି ମ୍ୟାଚକୁ ନିରଞ୍ଜନ ମୁଖୀ ଓ ସୁଶାନ୍ତ ନାଏକ ପରିଚାଳନା କରିଥିବା ବେଳେ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.