Home ଓଡ଼ିଶା ଏଣିକି ସ୍ୱର୍ଗଦ୍ୱାରରୁ ଶବଦାହ ଲାଇଭ

ଏଣିକି ସ୍ୱର୍ଗଦ୍ୱାରରୁ ଶବଦାହ ଲାଇଭ

118

ଭୁବନେଶ୍ୱର;୦୭,୦୫,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ସ୍ୱର୍ଗଦ୍ୱାରର ନବକଳେବର ହେବାକୁ ଯାଉଛି।ଏଣିକି ଶବଦାହର(ଲାଇଭ) ସିଧା ପ୍ରସାରଣ କରାଯିବ। ମୃତକଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ଘରେ ବସି ଶବଦାହର ସିଧାସଳଖ ଦୃଶ୍ୟ ଦେଖି ପାରିବେ।ଏ ନେଇ ପୁରୀ ପୌର ସଂସ୍ଥା ଯୋଜନା(ଡିପିଆର୍‌) ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଅଢ଼େଇ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତୁତ ହୋଇଛି।ସ୍ୱର୍ଗଦ୍ଵାରକୁ ଦୈନିକ ଶବଦାହ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଆସୁଛନ୍ତି।ସେମାନଙ୍କ ସୁବିଧା ଓ ଶବଦାହକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି।


କରାଯାଇଥିବା ନିଷ୍ପତି ଅନୁଯାୟୀ ସ୍ୱର୍ଗଦ୍ଵାରକୁ ପାଚେରି ବୁଲାଇବା, ପିଣ୍ଡି ସଂଖ୍ୟା ୪୨କୁ ବୃଦ୍ଧି,ସିସିଟିଭି ଲଗାଇବା,ଘର ସଂଖ୍ୟାରେ ବୃଦ୍ଧି ଓ ପୁରୁଣା ଘରର ଉନ୍ନତିକରଣ, ବିଶୃଙ୍ଖଳା ରୋକିବା ପାଇଁ ସୁରକ୍ଷା କର୍ମୀଙ୍କ ନିଯୁକ୍ତି ପ୍ରଭୃତି ଯୋଜନା ରହିଛି।ସିସିଟିଭି ନଥିବାରୁ ଅନେକ ସମୟରେ ବିଭ୍ରାଟ ଅଭିଯୋଗ ହେଉଥିଲା।ତେଣୁ ସ୍ୱର୍ଗଦ୍ଵାର ଭିତର ଓ ଚାରିପାଖରେ ୧୪ରୁ ଅଧିକ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଇଛି।ଏହି ସିସିଟିଭି ଜରିଆରେ ମୃତକଙ୍କ ଶେଷକୃତ୍ୟର ସିଧା ପ୍ରସାରଣ କରାଯିବ।ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ମିଳିତ ଭାବେ ସ୍ୱର୍ଗଦ୍ଵାର ନାଁରେ ଏକ ୱେବ୍‌ସାଇଟ୍‌ ଖୋଲିବେ।ଯେଉଁଥିରେ ଶବଦାହର ଲାଇଭ୍‌ ଷ୍ଟ୍ରିମିଂ କରାଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.