Home କୋରାପୁଟ ଏଜେଣ୍ଟ ସହାୟତାରେ ବ୍ରହ୍ମପୁରର ଏକ ନର୍ସିହୋମରେ ଶିଶୁର ଆଙ୍ଗୁଠି ସର୍ଜରୀ କରି ଶିଶୁ ଗାଂଗ୍ରୀନ ରୋଗରେ...

ଏଜେଣ୍ଟ ସହାୟତାରେ ବ୍ରହ୍ମପୁରର ଏକ ନର୍ସିହୋମରେ ଶିଶୁର ଆଙ୍ଗୁଠି ସର୍ଜରୀ କରି ଶିଶୁ ଗାଂଗ୍ରୀନ ରୋଗରେ ପୀଡିତ

83

କୋରାପୁଟ ; ତା୦୭-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସଚେତନତାର ଅଭାବରୁ କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଗୈାଡଗୁଡା ଗ୍ରାମର ଏକ ପରିବାର ନିଜ ଶିଶୁକୁ ବ୍ରହ୍ମପୁରର ଏକ ନର୍ସିହୋମରେ ସର୍ଜରୀ କରି ଏବେ ଅସୁବିଧାରେ ପଡିଯାଇଥିବା ଜଣାପଡିଛି।ମେଘରାଜ ଓ କମିତା ଗୈାଡଙ୍କ ଦେଢବର୍ଷର ଶିଶୁପୁତ୍ର ରାଜା ଗୈାଡ ଏକ ଗରମ ଚା ରେ ହାତ ପୂରେଇ ଦେବାରୁ ୨ ଟି ଆଙ୍ଗୁଠି ପାପୁଲିରେ ଲାଗିଯାଇ କାର୍ଯ୍ୟ କରୁ ନ ଥିବାରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓହସପିଟାଲକୁ ଆସି ଡାକ୍ତରଙ୍କୁ ଗତମାସ ୧୪ ତାରିଖରେ ଦେଖାଇଥିଲେ। ବ୍ରହ୍ମପୁର ଡାକ୍ତରଖାନାକୁ ନେବାକ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ପରିବାରଲୋକେ ଶିଶୁକୁ ଧରି ଗ୍ରାମକୁ ଫେରିଆସିଥିଲେ।ଚଳିତ ମାସ ୨ ତାରିଖରେ ଶିଶକୁ ଧରି ମେଘରାଜ ବ୍ରହ୍ମପୁର ଯାଇଥିଲା ଓ ସେଠାରେ ଏକ ଏଜେଣ୍ଡ ହାବୁଡରେ ସେ ପଡିଯାଇଥିଲା।ଏଜେଣ୍ଡକୁ ସେଠାରେ ମଉସା ବୋଲି ଲୋକେ ଡାକୁଥିବା ମେଘରାଜ ସୂଚନା ଦେଇଥିଲା।ଅତିକମ ଖର୍ଚ୍ଚରେ ସର୍ଜରୀ କରାଯାଇ ଶିଶୁ ଭଲ ହୋଇଯିବ ବୋଲି ଏଜେଣ୍ଡ କହିବାରୁ ଏକ ଅଟୋଭଡା କରି ମେଘରାଜ ଏଜେଣ୍ଟ ସହିତ ଶିଶୁକୁ ବ୍ରହ୍ମପୁରର ନନ୍ଦିଘୋଷ ହସପିଟାଲକୁ ନେଇଥିଲା।ପହଂଚିଲା ପରେ ହସପିଟାଲ କର୍ତୂପକ୍ଷ ୧୦୦ ଟଙ୍କା ନେଇଥିଲେ ଓ ଏହାପରେ ରକ୍ତ ପରୀକ୍ଷା କରିବାକୁ ୧ ହଜାର ଟଙ୍କା ମାଗିଥିଲେ ବୋଲି ସେ ପ୍ରକାଶ କରିଥିଲେ।ସର୍ଜରୂୀ ନିମନ୍ତେ କେତେ ଅର୍ଥ ଦରକାର କୁହନ୍ତି ତା ପରେ ଆମ୍ଭେ ଶିଶୁର ରକ୍ତ ପରୀକ୍ଷା କରିବୁ କହିଥିଲୁ ଓ ସେଠାରେ ଥିବା ଡାକ୍ତର ୨୦ ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ।କିନ୍ତୁ ଏତେ ଅର୍ଥ ଆମ୍ଭେ ପାଖରେ ନାହିଁ କେବଳ ୧୫ ହଜାର ଟଙ୍କା କହିବାରୁ ଏଜେଣ୍ଡ ମଉସା ଯାଇ କତାବାର୍ତ୍ତା ହେବା ପରେ ସେମାନେ ରାଜି ହୋଇଥିଲେ ବୋଲି ମେଘରାଜ ପ୍ରକାଶ କରିଥିଲେ।ଏହାପରେ ଗୁରୁବାର ରାତ୍ରୀରେ ସର୍ଜରୀ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।ଶୁକ୍ରବାର ରାତ୍ରୀରେ ହୀରାଖଣ୍ଡ ଟ୍ରେନ ରେ କୋରାପୁଟ ଫେରିଆସିଲୁ ସେ ପ୍ରକାଶ କରିଥିଲେ।ଆଜି କୋରାପୁଟ ଆସି ସର୍ଜରୀ ବିଭାଗରେ ସେ ନିଜ ଶିଶୁକୁ ଦେଖାଇଥିଲା।ଶିଶୁକୁ ଦେଖିବା ପରେ ଡାକ୍ତର କେଉଁଠି ସର୍ଜରୀ କଲେ ବୋଲି ପ୍ରଶ୍ନ କରି ସର୍ଜରୀ କରିଥିବା ଡାକ୍ତରଙ୍କ ଉପରେ କୋରାପୁଟ ଡାକ୍ତର ବିରକ୍ତି ପ୍ରକାଶ କରିଥିଲେ।ପେଶୀ ନଷ୍ଟ ହୋଇଯାଇଥିବା କାରଣରୁ ରକ୍ତ ସଂଚାଳନ ହୋଇ ନ ଥିବାରୁ ବିଷାକ୍ତ ଘା ହୋଇଯାଇଥିବା ଯାହାକି ଗାଂଗ୍ରୀନ ରୋଗରେ ଶିଶୁ ଏବେ ପୀଡିତ ହୋଇଥିବା ଡାକ୍ତର ସୁନୀଲ ହାବଡା ସୂଚନା ଦେଇଛନ୍ତି।ଶିଶୁର ପ୍ଲାଷ୍ଟିକ ସର୍ଜରୀର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ।ସରକାରୀ ଡାକ୍ତରଖାନାରେ ଏଜେଣ୍ଡ କିପରି ପ୍ରବେଶ କରୁଛନ୍ତି ତାହା କର୍ତୁପକ୍ଷ ଜାଣିଛନ୍ତି କି ନାହିଁ ନା କର୍ତୂପକ୍ଷଙ୍କ ଗୋଚରେ ଏପରି କାମ ହେଉଛି ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.