Home ଓଡ଼ିଶା ଏକ ମାସରେ ତେର ଜଣ ଏଚ ଆଇ ଭି ଏଡ୍ସ ଆକ୍ରାନ୍ତଙ୍କ ମୃତ୍ୟୁ

ଏକ ମାସରେ ତେର ଜଣ ଏଚ ଆଇ ଭି ଏଡ୍ସ ଆକ୍ରାନ୍ତଙ୍କ ମୃତ୍ୟୁ

128

ଟିଟିଲାଗଡ଼ ୨୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସ୍ଥାନୀୟ ୪ନମ୍ବର ୱାର୍ଡର ଅସହାୟ ବିଧବା ପୁନୀ ବାଗ (ଛଦ୍ମନାମ) ଦୀର୍ଘ ଦିନ ଧରି ସମାଜିକ ବାସନ୍ଦ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରି କରି ଶେଷରେ ଆଜି ସ୍ଥାନୀୟ ଟିଟିଲାଗଡ ଡାକ୍ତର ଖାନାରେ ମୃତ୍ୟୁ ବରଣ କରିଛି। ଦୁଇ ଗୋଟି ଅସହାୟ ଝିଅଙ୍କୁ ଅନାଥ କରି ମୃତ୍ୟୁର ଶିକାର ହୋଇଥିବା ବେଳେ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତିର ବେପରୁଆ ଖାମଖିଆଲ ମନୋଭାବ ଯୋଗୁଁ ପୁନିର ଅକାଳ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁଯାୟୀ ସାଇ, ବିହାନ, ବି ଏନ ପି ପ୍ଲସ, ଅନୁଷ୍ଠାନର ଅଧିକାରୀଙ୍କୁ ପୁନିକୁ ଆବଶ୍ୟକ ରକ୍ତ ଦେବା ଓ ଡାକ୍ତର ପରାମର୍ଶ କ୍ରମେ ପୁଷ୍ଟିକର ଖାଦ୍ୟପେୟର ବ୍ୟବସ୍ଥା କରିବା ବଦଳରେ ସରକାରୀ କାଗଜ ପତ୍ରରେ ସେ ସୁସ୍ଥ ଥିବା ଦର୍ଶାଇ ଦେଇ ତାକୁ ଘରେ ଛାଡ଼ି ଦିଆଯାଇଥିବା ଯୋଗୁଁ ତାର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହୋଇଛି। ଏହି ଜିଲ୍ଲାରେ ଗତ ଏକ ମାସରେ ପୁନୀକୁ ମିଶେଇ ତେର ଜଣଙ୍କ ଏଚ ଆଇ ଭି ଆକ୍ରାନ୍ତ ହୋଇମୃତ୍ୟୁ ଘଟିଛି। ସରକାର ଏ ଗ୍ରେଟ ତାଲିକା ଭୁକ୍ତ କରି ଏହି ବେସରକାରି ସଂସ୍ଥାକୁ ଲକ୍ଷ, ଲକ୍ଷ ଟଙ୍କା ବ୍ୟୟବରାଦ କରୁଥିବା ବେଳେ ତାହା ଖୋଲା ,ଖୋଲି ହଡପ କରାଯିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.