Home କେନ୍ଦୁଝର ଏଆରସେଲ ଗ୍ରାହକ ହନ୍ତସନ୍ତ

ଏଆରସେଲ ଗ୍ରାହକ ହନ୍ତସନ୍ତ

108

ଘଟଗାଁ, ୨୬/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଅଂଚଳରେ ଏଆରସେଲ ସିମ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କୁ ଏବେ ହନ୍ତସନ୍ତ ହେବାକୁ ପଡୁଛି। ଦିର୍ଘଦିନ ହେବ ଏଆରସେଲ ନେଟୱାର୍କ କାମ କରୁନଥିବା କାରଣରୁ ସମସ୍ତ ସେବାରୁ ବଂଚିତ ହେଉଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି। ହଠାତ ଏଆରସେଲ ନେଟୱାକ ବନ୍ଦ ହୋଇଯିବାବେଳେ ଏନେଇ ଗ୍ରାହକ ମାନେ କୌଣସି ସୂଚନା ପାଇନଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ଗୁଡିକରେ ଗ୍ରାହକ ମାନଙ୍କର ନମ୍ବର ଗୁଡିକ ରେଜଷ୍ଟେସନ ହୋଇଛି ସେବା ବନ୍ଦ ହୋଇଯିବା ଯୋଗୁ ବହୁ ଦରକାରୀ କାର୍ଯ୍ୟରେ ବାଧପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ବାର୍ତ୍ତାଳାପ ସହିତ ଅନ୍ୟାନ ସୁବିଧା ଯୋଗାଇବା ଉଦେଶ୍ୟରେ ହୋଇଥିବା ଆରମ୍ଭ ହୋଇଥିବା ଏଆରସେଲ ଟେଲିକମ ଏବେ ଲୋକଙ୍କ ଅସୁବିଧାର କାରଣ ପାଲଟିଛି। ଘଟଗାଁ ଆଖପାଖ ଅଂଚଳର ହଜାର ହଜାର ଗ୍ରାହକ ଏହା ଦ୍ୱାର ପ୍ରଭାବିତ ହୋଇଥିବା ବେଳେ ଆଗକୁ କମ୍ପାନୀ ସେବା ଚାଲୁରଖିବ ନା ବନ୍ଦ ହେବ ତାକୁ ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.