Home ଓଡ଼ିଶା ଉଦିୟମାନ ଯୁବା ନେତ୍ରୀ ମନସ୍ମିତା

ଉଦିୟମାନ ଯୁବା ନେତ୍ରୀ ମନସ୍ମିତା

191

ଭୁବନେଶ୍ୱର: ରାଜନୀତିରେ ମହିଳା ମାନଙ୍କର ପ୍ରଭାବ କମ ଦେଖାଯାଇଥାଏ।ଯେଉଁ କିଛି ମହିଳା ରାଜନୀତିରେ ସଫଳତା ପାଇଥାଆନ୍ତି,ସେମାନଙ୍କ ମଧ୍ୟରେ ଅନେକ ଫ୍ରକ୍ସି ଶାସନ ମଧ୍ୟରେ ରାଜନୀତି କରନ୍ତି ଅଥବା ସେମାନେ ସେହିପରି କୌଣସି ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଥାଆନ୍ତି।ନିଜସ୍ୱ ପ୍ରତିଭା ବଳରେ ରାଜନୀତିରେ ସଫଳତା ପାଉଥିବା ମହିଳାଙ୍କ ସଂଖ୍ୟା ନଗଣ୍ୟ।

କିନ୍ତୁ,ସଂଖ୍ୟା ନଗଣ୍ୟ ହେଲେ ମଧ୍ୟ କିଛି ମହିଳା ନେତ୍ରୀ ଅଛନ୍ତି ଯେଉଁମାନଙ୍କର ସେପରି ରାଜନୈତିକ ପ୍ରଛଦପଟ ନଥାଏ।ସେମାନେ ପ୍ରକ୍ସି ଶାସନ ଅନୁଯାୟୀ ରାଜନୀତି କରନ୍ତି ନାହିଁ।ସେମାନଙ୍କ ପାଖରେ ପ୍ରତିଭା ଥାଏ।ନିଜେ କିଛି କରିବାର ଅଭିଳାଷ ଥାଏ।ଏହିପରି ଜଣେ ଯୁବା ନେତ୍ରୀ ମନସ୍ମିତା ଖୁଣ୍ଟିଆ।ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ।ସୁନ୍ଦର ଚେହେରା ସାଙ୍ଗକୁ,ଦମଦାର ଭାଷଣ,ଦୃଢ଼ ସାଙ୍ଗଠନିକ କ୍ଷମତା ଥିବା ତଥା ଉପରିସ୍ଥ ନେତାଙ୍କଠାରୁ ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଖୁବ୍ ପ୍ରିୟ ଭାଜନ ହୋଇ ପାରିଛନ୍ତି ମନସ୍ମିତା।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ଆସିଥିବା ମନସ୍ମିତା ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ପରାଜୟ ସ୍ୱୀକାର କରିଛନ୍ତି।କିନ୍ତୁ ସେ ପରାଜୟ ସତେ ଯେପରି ତାଙ୍କ ପାଇଁ ମାନେ ରଖିନାହିଁ।ଏହାପରେ ବରଂ ସେ ଅଧିକ ସକ୍ରିୟ ହୋଇ ପଡିଛନ୍ତି।କୁନ୍ଦୁଲି ପାଇଁ କୋକେଇ ଶୋଭାଯାତ୍ରା ହେଉ ଅବା ମହିଳା ସୁରକ୍ଷା ଯାତ୍ରା,ମହିଳା ମୋର୍ଚ୍ଚା କମିଟି କରିବା ଠାରୁ ଜିଲ୍ଲା ବିଜେପିର ସମସ୍ତ କାର୍ଯ୍ୟକ୍ରମରେ ତାଙ୍କୁ ଖୁବ୍ ସକ୍ରିୟ ଦେଖାଯାଏ।ରାଜ୍ୟରେ ମହିଳା ମୋର୍ଚ୍ଚାର ବିଭିର୍ଣ୍ଣ କାର୍ଯ୍ୟକ୍ରମ ମନସ୍ମିତାଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାରେ ସବୁଠାରୁ ସଫଳତାର ସହ ହେବାର ଦେଖାଯାଏ।ବିଜେପି ପକ୍ଷରୁ ଚାଲିଥିବା “ସମର୍ଥନ ପାଇଁ ସଂପର୍କ” ଅଭିଯାନରେ ମଧ୍ୟ ମନସ୍ମିତା ଖୁବ୍ ସକ୍ରିୟ ଜଣାପଡୁଥିଲେ।ସେଥିପାଇଁ ବୋଧେ ଏବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କର ଓଡ଼ିଶା ଗସ୍ତ ସମୟରେ ସ୍ୱତନ୍ତ୍ର ଭାବରେ ଭଦ୍ରକରେ ଉଜ୍ଜଲା ଲାଭାର୍ଥୀ ମହିଳା ମାନଙ୍କର ଦ୍ୱାରା ରୋଷେଇ ଯୋଜନା କାର୍ଯ୍ୟକ୍ରମ କରାଗଲା।ଭଦ୍ରକ ସଭାନେତ୍ରୀ ମନସ୍ମିତା ଏବଂ ଭଦ୍ରକ ମହିଳା ମୋର୍ଚ୍ଚା ସଙ୍ଗଠନ ଉପରେ ଦଳ ସେତିକି ଭରଷା ରଖିପାରିବାରୁ ସେଠାରେ କାର୍ଯ୍ୟକ୍ରମ କରିବାର ନିଷ୍ପତି ନେଇଥିଲା।ମନସ୍ମିତା ଏବଂ ଭଦ୍ରକ ମହିଳା ମୋର୍ଚ୍ଚା ମଧ୍ୟ ଦଳ ରଖିଥିବା ଭରଷାକୁ ଠିକ୍ ପ୍ରମାଣ କରି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦନ କଲେ।ସାଙ୍ଗଠନିକ କାମ ସହିତ ଆନ୍ଦୋଳନାତ୍ମକ କାମରେ ମଧ୍ୟ ସେ ପାରଙ୍ଗମ।ସେହିପରି କୌଣସି କାର୍ଯ୍ୟକ୍ରମ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟରେ ସେ ନିଜେ ବୁଲି ବୁଲି ତଦାରଖ କରୁଥିବାର ଦେଖାଯାଏ।

କେବଳ ଯେ ମହିଳା ମୋର୍ଚ୍ଚା କାର୍ଯ୍ୟକ୍ରମ ନୁହେଁ,ଜିଲ୍ଲାରେ ବିଜେପି ସଙ୍ଗଠନର ବିଭିର୍ଣ୍ଣ କାମ ସମୟରେ ମନସ୍ମିତା ଖୁବ୍ ସକ୍ରିୟ ରୁହନ୍ତି।ଭଦ୍ରକ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ମନସ୍ମିତାଙ୍କୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବାର ଦେଖାଯାଏ।ସଙ୍ଗଠନରେ ରହୁଥିବା ଗୋଷ୍ଠି କନ୍ଦଳଠାରୁ ମନସ୍ମିତାଙ୍କୁ ଦୂରେଇ ରହୁଥିବାର ଦେଖାଯାଏ।କିଛି ଦିନ ତଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।କିନ୍ତୁ ସେତେବେଳେ ମନସ୍ମିତାଙ୍କୁ ସେଠାରେ ଦେଖା ଯାଇନଥିଲା।ଦୁଇ ଗୋଷ୍ଠୀ ଏଣେ ବିବାଦରେ ମାତିଥିବା ବେଳେ ହୁଏତ ଚାଲାକତାର ସହ ତେଣେ ମନସ୍ମିତା ସାଙ୍ଗଠନିକ କାମରେ ଗସ୍ତ କରି ଆଦିବାସୀ ମାନଙ୍କ ସହ ନୃତ୍ୟ କରୁଥିଲେ।ମନସ୍ମିତା ମଧ୍ୟ ଆଉ ଏକ ପ୍ରତିଭାର ଅଧିକାରୀ।ସେ ଟିଭି ସୋ “ଗୃହଲକ୍ଷ୍ମୀ” ୨୦୧୫/୧୬ର ବିଜେତା।

ତେବେ ଏଭିତରେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ବିଜେପି ପାର୍ଥି ଭାବରେ ଧୀରେ ଧୀରେ ମନସ୍ମିତାଙ୍କ ନାମ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।ଜିଲ୍ଲା ତଥା ରାଜ୍ୟ ନେତୃତ୍ୱ ମଧ୍ୟ ମନସ୍ମିତାଙ୍କୁ ଖୁବ୍ ଗୁରୁତ୍ୱ ଦେଉଛି।ତେବେ ଏପରି ଜଣେ ପ୍ରତିଭା ସଂପର୍ଣ୍ଣ ଯୁବା ନେତ୍ରୀଙ୍କୁ ଦଳ ଟିକେଟ ଦେଇ ମୈଦାନକୁ ଉତାରୁଛି ନାଁ,ଏପରି ଦକ୍ଷ ନେତ୍ରୀଙ୍କୁ କେବଳ ସାଙ୍ଗଠନିକ କାମ ତଥା ଦଳର ପ୍ରଚାର ପାଇଁ ଉପଯୋଗ କରୁଛି,ତାହା ସମୟ କହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.