Home ଓଡ଼ିଶା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ। ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ନାମନେଇ ବୁଥସ୍ତରୀୟ କର୍ମକର୍ତାଙ୍କୁ...

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ। ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ନାମନେଇ ବୁଥସ୍ତରୀୟ କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେଲେ

524

କଳାହାଣ୍ଡି- ତା୨୦.୦୨.୨୦୧୯(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଉତର ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣାସ୍ଥ ଲାଲବାହାଦୁର ବିଜେପି କର୍ମକର୍ତା ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସ୍ଥାନୀୟ ପୋଲିସ ପଡିଆରେ ଅବତରଣ କରି କଳାହାଣ୍ଡିର ରାଜବାଟୀ ପରିସରରେ ଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଦର୍ଶନ କରି ଥିଲେ। ଭାରତ ବର୍ଷର ଗାଁ ଗରିବ, କିଶାନ, ମହିଳା, ନୌଜବାନ, ସମସ୍ତେ ବିନା ଭେଦଭାବରେ କାମ କରିବା ସହିତ ପ୍ରତ୍ୟେକଙ୍କ ଉନ୍ନତି ପାଇଁ ସଭାରେ ଉପସ୍ଥିତ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ, ଆଦି ପାଂଚ ଟି ସଂସଦୀୟ କ୍ଷେତ୍ରର ବୁଥସ୍ଥରୀୟ କର୍ମକର୍ତା ମାନଙ୍କୁ ଆଗାମୀ ନିର୍ବାଚନରେ ପୁନର୍ବାର ମୋଦି ସରକାରକୁ ଆଣିବା ପାଇଁ ଉଦ୍ୟମ କରିବାକୁ ଯୋଗୀ ଆଦିତ୍ୟନାଥ ଆହ୍ୱାନ ଜଣାଇଥିଲେ। ମାଁ ମାଣିକେଶ୍ୱରୀଙ୍କ ହଜାରେ ବର୍ଷର ପୁରୁଣା ପରମ୍ପରାକୁ କଳାହାଣ୍ଡିର ରାଜପରିବାର ଉଜ୍ଜୀବିତ କରି ରଖିଥିବା ହେତୁ ସାଧୁବାଦ ଜଣାଇବା ସହିତ ଭାରତବର୍ଷର ସ୍ୱାଧିନତା ଆଣିବାପାଇଁ କଳାହାଣ୍ଡିର ରେଣ୍ଡୋ ମାଝୀ ଓ କୋରାପୁଟର ଶହୀଦ ଲକ୍ଷ୍ମଣ ନାଏକ ୧୮୫୭ ମସିହା ପୂର୍ବରୁ ଇଂରେଜ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିବା ବିଷୟକୁ ସ୍ମରଣ କରିଥିଲେ। ସର୍ବପ୍ରଥମେ ନିକଟ ଅତୀତରେ ଫୁଲୱାମା ଠାରେ ହୋଇଥିବା ଶହୀଦ ମାନଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ସେମାନଙ୍କ ଅମରଅତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଫୁଲୱାମା ଠାରେ ହୋଇଥିବା ଶହୀହଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିବା ସହିତ ଆମେ ସମସ୍ତେ ଆତଙ୍କବାଦ ବିରୁଦ୍ଧରେ ଏକଯୁଟ ହେବାର ସମୟ ଆସିଛି, ଆମର ବାହାଦୁର ଜବାନ ମାନେ ଆତଙ୍କୀ ମାନଙ୍କୁ ସୀମାରେ ମୁହଁ ତୋଡ ଜବାବ ଦେଉଥିବା ଯୋଗୀ ଆଦିତ୍ୟନାଥ ପ୍ରକାଶ କରିଥିଲେ। ଭାରତ ବିରୁଦ୍ଧରେ ବନ୍ଧୁକ ଉଠିଲେ ବରଦାସ୍ତ କରାଯିବ ନାହିଁ ବୋଲି ଦୃଢୋକ୍ତି କରିଥିଲେ। ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି, ଆୱାସ ଯୋଜନା ଭଲି ପ୍ରଧାନମନ୍ତ୍ରୀଙ୍କ ଜନହିତକର ଯୋଜନା ଗୁଡିକ ସଂପର୍କରେ ଅବଗତ କରିଥିଲେ। ଜନକଲ୍ୟାଣ ପାଇଁ ମୋଦୀ ସରକାର ଉତ୍ସର୍ଗୀକୃତ ବୋଲି ଯୋଗୀ ପ୍ରକାଶ କରିବା ସହିତ ଉତର ପ୍ରଦେଶରେ ଦୁଇବର୍ଷ ମଧ୍ୟରେ ଭାଜପା ସରକାର ୨୦ ଲକ୍ଷ ପ୍ରଧାନମନ୍ତ୍ରୀ ଆୱାସ ଓ ୨ଲକ୍ଷ ୬୦ହଜାର ଶୌଚାଳୟ ନିର୍ମାଣ କରାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରୁ ଅନୁଦାନ ପାଇ ଓଡିଶାରେ ଦୀର୍ଘ ବର୍ଷ ବିତି ଯାଇଥିଲେହେଁ ସେଭଲି ଭାବେ ଘର ନିର୍ମାଣ କରାଯାଇପାରିନାହିଁ। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତ୍ୟେକ ନାଗରିକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତକୁ ସ୍ୱାସ୍ଥ୍ୟ ବୀମା ଯୋଗାଇଦେବାକୁ ଯୋଜନା କରାଯାଇଥିବା ବେଳେ ଓଡିଶାରେ ତାହା ଲାଗୁକରାଯାଇନଥିବାରୁ ବାହାର ରାଜ୍ୟରେ ଓଡିଶାର ଲୋକେ ଚିକିତ୍ସା କରାଇବାରୁ ବଂଚିତ ହେଉଥିବା ପ୍ରକାଶ କରିଥିଲେ। ଜନଧନ ଯୋଜନାରେ ଖୋଲାଯାଇଥିବା ବେଙ୍କ ଖାତାରେ ଗ୍ୟାସ ସବସିଡି ଠାରୁ ଆରମ୍ଭ କରି କୃଷକ ସମ୍ମାନ ନିଧି ପାଣ୍ଠି ଭର୍ତି ହେବାଭଲି ବ୍ୟବସ୍ଥା କେନ୍ଦ୍ର ସରକାର କରିଥିବା ଯୋଗୀ ପ୍ରକାଶ କରିଥିଲେ। ଭାରତର ଜନକଲ୍ୟାଣ କରିବା ପାଇଁ ମୋଦୀଜୀଙ୍କୁ ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ କରିବା ପାଇଁ ବୁଥ ସ୍ତରରୁ କଳାହାଣ୍ଡିରେ ଗତ ପଂଚାୟତ ନିର୍ବାଚନ ସମୟରେ ଯେଉଁ ଭଲି ଭାବେ ସଂଗଠିତ ହୋଇ ଭାଜପାକୁ ଜିତାଇପାରିଥିଲେ ସେହିଭଲି ଭାବେ ଆଗାମୀ ନିର୍ବାଚନରେ ଭାଜପାକୁ ଜିତାଇବାକୁ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଥିଲେ। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତାରାଣୀ ସାହୁ, ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ, ଭାଜପା ନେତା ସୁରେଶ ପୂଝାରୀ ପ୍ରମୂଖ ନିଜ ନିଜ ବକ୍ତବ୍ୟରେ ଓଡିଶାର ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହିତ ଭାଜପାକୁ ଆଗାମୀ ନିର୍ବାଚନରେ ଜିତାଇବା ଲାଗି ସମସ୍ତେ ଏକଯୁଟ ହେବା ଲାଗି ଆହ୍ୱାନ ଜଣାଇଥିଲେ। ଜିଲ୍ଲା ସଭାପତି ତଥା ପୂର୍ବ ମନ୍ତ୍ରୀ ପ୍ରଦୀପ ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଂଚରେ କଳାହାଣ୍ଡି ମହାରାଣୀ ପଦ୍ମମଂଜରୀ ଦେଓଙ୍କ ଯୋଗଦାନ ଏବଂ ଯୋଗୀଜୀ ବାରମ୍ବାର କଳାହାଣ୍ଡି ରାଜପରିବାର ହଜାରେ ବର୍ଷର ପରଂପରାକୁ ବଜାୟ ରଖିଥିବା ଏବଂ ଅତୀତରେ କଳାହାଣ୍ଡି ରାଜପରିବାର କଂଗ୍ରେସ ସହ ଲଢୁଥିଲେ ବୋଲି ପ୍ରକାଶ କରିବା କଳାହାଣ୍ଡି ରାଜନୀତିରେ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ ହେବାଭଲି ସୂଚନା ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.